ଖରାଦିନେ ଏସି କିଣିବା ସମୟରେ ଆବଶ୍ୟକୀୟ ତଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ


ଖରାଦିନେ ଅସହ୍ୟ ତାତି ପାଇଁ ବହୁ ଲୋକେ ଏସି କିଣିବା ପାଇଁ ମନବଳାଇଥାନ୍ତି । ଏସି ଏପରି ଏକ ଇଲେକଟ୍ରୋନିକ୍ସ ଉତ୍ପାଦ ଯାହା କିଣିବା ପୂର୍ବରୁ ଗ୍ରାହକଙ୍କ ମନରେ ଉତକଣ୍ଠା ଦେଖାଦେଇଥାଏ । ସଠିକ ଏସିର ଚୟନ ଦ୍ୱାରା ଆମ୍ଭେମାନେ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଏହାର ଲାଭ ଉଠାଇ ପାରିବା କିନ୍ତୁ ଭୁଲ ଏସିର ଚୟନ ଆପଣଙ୍କୁ କ୍ଷତିରେ ପକାଇପାରେ । ଆପଣ କୌଣସି ଇଲେକଟ୍ରୋନିକ ଉତ୍ପାଦ କିଣୁଥିଲେ ଆବଶ୍ୟକତା ଏବଂ ସେଗୁଡିକର ମୂଲ୍ୟ ଉପରେ ଧ୍ୟାନ ଦେଇଥାନ୍ତି । କିନ୍ତୁ ଏହି ସବୁ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଥା ଏହାର ସଂରଚନା ସମ୍ପର୍କରେ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ । ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ କିଛି ଜରୁରୀ ତଥ୍ୟ ।

୧. ସ୍ପ୍ଲିଟ କିମ୍ବା ୱିନଡୋ ଏସି –

ଏସି କିଣିବା ସମୟରେ ଆପଣ କେଉଁ ପ୍ରକାରର ଏସି ଚାହୁଁଛନ୍ତି ତାହା ଫାଇନାଲ କରିବା ଆବଶ୍ୟକ । ସ୍ପ୍ଲିଟ ଏସିରେ କମ୍ପ୍ରେସର ଆପଣଙ୍କ ଘରର ବାହାରେ ଲାଗିଥାଏ ଏବଂ ୱିନଡୋ ଏସିରେ ଏହାର ୟୁନିଟ ୱିନଡୋର ହିଁ ଲାଗିଥାଏ । ପ୍ରଭାବ ଦେଖିବାକୁ ଗଲେ ଉଭୟ ଏକ ପ୍ରକାରର । ୱିନଡୋ ଏସିର ରୁମର ଲାଇଟ କମ କରିବା ସହିତ ରୁମର ତାପମାତ୍ରା କମ କରିଥାଏ । କିନ୍ତୁ ବହୁ ସମୟରେ ସ୍ପ୍ଲିଟ ଏସିର ଚୟନ ଖୁବ ଭଲ । ଏହା କୌଣସି ପ୍ରକାରର ଶବ୍ଦ ସୃଷ୍ଟ କରିନଥାଏ ଏବଂ ଖୁବ ଜଲଦି ରୁମକୁ ଥଣ୍ଡା ମଧ୍ୟ କରିଥାଏ । ଆପଣ ବଜାରରେ ବହୁ ପ୍ରକାରର ୱିନଡୋ ଏସି ଏବଂ ସ୍ପ୍ଲିଟ ଏସି ଦେଖିବାକୁ ପାଇବେ । ୱିନଡୋ ଏସିର ମୂଲ୍ୟ ସ୍ପ୍ଲିଟ ଏସି ଠାରୁ କମ ।

୨. ଇନଭର୍ଟର ଏସି –

ବର୍ତ୍ତମାନ ସମସ୍ତେ ଇନଭର୍ଟର ଏସି କିଣିବା ପାଇଁ ଇଚ୍ଛୁକ । ଇନର୍ଭଟର ଏସି ଇଲେକଟ୍ରିସିଟି ଯିବା ପରେ ମଧ୍ୟ କାମ କରିଥାଏ । ଇଲେକଟ୍ରିସିଟି ଯିବା ପରେ ଇନର୍ଭଟର ଏସିର କମ୍ପ୍ରେସର ସମ୍ପୂର୍ଣ୍ଣଭାବେ ବନ୍ଦ ନ ହୋଇ ସାମାନ୍ୟ ନିମ୍ନ ଶକ୍ତି ପ୍ରଦାନ କରିଥାଏ ଯାହା ରୁମକୁ ଧିରେ ଧିରେ ଥଣ୍ଡା କରିଥାଏ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । କମ୍ପାନୀ ପକ୍ଷରୁ ମଧ୍ୟ ଦାବି କରାଯାଏ କି ଇନର୍ଭଟର ଏସିର ବ୍ୟବହାରରେ ଆପଣ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଇଲେକଟ୍ରିକ ବିଲରେ ସଞ୍ଚୟ କରିପାରିବେ । ବିଜଲି ବଚାଓ ଅନୁଯାୟୀ,ଆପଣ ନନ-ଇନର୍ଭଟର ତୁଳନାରେ ଇନର୍ଭଟର ଏସିରେ ୧୦ ପ୍ରତିଶତ କମ ଇଲେକଟ୍ରିକ ଖର୍ଚ୍ଚ କରିବେ ।

୩. ବିଇଇ ଷ୍ଟାର ରେଟିଙ୍ଗ –

ଏସି କିଣିବା ପୂର୍ବରୁ ଅନ୍ୟ ଏକ ଜରୁରୀ ତଥ୍ୟ ବିଇଇ ଷ୍ଟାର ସମ୍ପର୍କରେ ଜାଣିବା ଆବଶ୍ୟକ । ବିଇଇ ଷ୍ଟାର ଆପଣଙ୍କର ଇଲେକଟ୍ରୋନିକ୍ସ ପଦାର୍ଥ କେତେ ଶକ୍ତି ଖର୍ଚ୍ଚ କରିବ ସେହି ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥାଏ । ବିଇଇର ୧-ଷ୍ଟାର ଯୁକ୍ତ ଏସି ବାର୍ଷିକ ୮୪୩ ୟୁନିଟ ଖର୍ଚ୍ଚ କରୁଥିବା ବେଳେ ୫-ଷ୍ଟାର ବିଶିଷ୍ଟ ଏସି ୫୫୪ ୟୁନିଟ ଶକ୍ତି ଖର୍ଚ୍ଚ କରିଥାଏ । ତେଣୁ ସର୍ବଦା ଏସି କିଣିବା ସମୟରେ ଏହି ବିଇଇ ଷ୍ଟାର ସମ୍ପର୍କରେ ଅବଗତ ହୁଅନ୍ତୁ । ବିଇଇ ଷ୍ଟାରର ରେଟିଙ୍ଗ ଅନୁଯାୟୀ ଆପଣ ନିଜ ଏସି ବ୍ୟବହାର କରିବାର ଅବଧି ମଧ୍ୟ ଅନୁମାନ କରିପାରିବେ । ବଜାରରେ ଆପଣ ବର୍ତ୍ତମାନ ୩ ଏବଂ ୫ଷ୍ଟାର ଯୁକ୍ତ ଏସି ପାଇପାରିବେ ।

୪. ଏସି କାପାସିଟି –

ଏସି କିଣିବା ସମୟରେ ଆପଣଙ୍କୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ । ଏହାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ଏସିର କାପାସିଟି ରହିଛି । ଆପଣ ବଜାରରେ ୧ ଟନ, ୧.୫ଟନ, ୨ ଟନ ଇତ୍ୟାଦିର କାପାସିଟିର ଏସି ପାଇବେ । ଏହା ଗରମ ମାତ୍ରା ଉପରେ ନିର୍ଭର କରିଥାଏ ଯେ ଆପଣ କେତେ କାପାସିଟିର ଏସି କିଣିବେ । ଏସି କେବଳ ଗରମ ଦ୍ୱାରା ନୁହେଁ ରୁମ ସାଇଜ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ । କେତେ ଦୋକାନୀ କହିଥାନ୍ତି ଯେ, ଯଦି ଆପଣଙ୍କ ରୁମ ୧୫୦ ବର୍ଗ ଫୁଟର ତେବେ ଏଥିପାଇଁ ୧ ଟନ କାପାସିଟି ଯୁକ୍ତ ଏସି ପ୍ରଜୁଜ୍ୟ ସେହିପରି ୨୦୦-୨୫୦ ବର୍ଗଫୁଟ ପାଇଁ ୧.୫ଟନର ଇତ୍ୟାଦି ଉପଯୁକ୍ତ ।


Share It

Comments are closed.