ଫଗସି ପକ୍ଷରୁ ମହିଳାଙ୍କ ପାଇଁ ଏକ ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର: ଫେଡ଼େରେଶନ ଅଫ ଓବେଷ୍ଟ୍ରିକ୍ ଆଣ୍ଡ ଗାଇନାକୋଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆ (ଫଗସି) ପକ୍ଷରୁ ନିକଟରେ ମହିଳା ମାନଙ୍କ ପାଇଁ ଏକ ବ୍ୟାପକ ଟିକାକରଣ କାର୍ଯ୍ୟସୂଚୀ ଶୁଭାରମ୍ଭ କରାଯାଇଛି, ଯାହା ବୟସ୍କ ମହିଳା ମାନଙ୍କୁ ମିଳିବା ନିତାନ୍ତ ଆବଶ୍ୟକ ଏବଂ ପ୍ରତ୍ୟେକ ଟିକାକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନେବା ପାଇଁ ପରାମର୍ଶ ଦିଆଯାଇଛି । ଫଗସି ଏବଂ ଏମଏସଡ଼ି ଫାର୍ମା ସମଗ୍ର ଭାରତରେ ମହିଳାଙ୍କ ଟିକାକରଣ ବିଷୟରେ ସଚେତନତା ସୃଷ୍ଟିକରିବା ଏବଂ ମହିଳା ମାନଙ୍କ ମଧ୍ୟରେ ସଂକ୍ରମଣ ଜନିତ ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଅଭିନେତ୍ରୀ ତଥା ମହିଳା ସ୍ୱାସ୍ଥ୍ୟ ଚମ୍ପିୟାନ୍‌, କାଜଲ ଅଗ୍ରୱାଲ ନିକଟରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଟିକାକରଣ କାର୍ଯ୍ୟସୂଚୀ ଉନ୍ମୋଚନ କରିଛନ୍ତି । ତାଙ୍କ ସହ ଫଗସିର ସଭାପତି, ଡ଼. ଜୟଦୀପ୍ ଟ୍ୟାଙ୍କ, ଫଗସିର ସାଧାରଣ ସଚିବ, ଡ଼ ମାଧୁରୀ ପଟେଲ, ଫୋଗସିର ତôତାଳୀନ ପୂର୍ବତନ ସଭାପତି ତଥା ଫିଗୋ (ଏସିଆ-ଓସେନିଆ)ର ବର୍ତମାନର ଟ୍ରଷ୍ଟି ପ୍ରଫେସର, ଡ଼ ହୃଷିକେଶ ପାଇ, ଫୋଗସିର ପୂର୍ବତନ ସଭାପତି, ଡ଼. ରେଶମା ପାଇ, ଫଗସିର ପୂର୍ବତନ ସଭାପତି ତଥା ଆଇଏସଏଆର (ଇଣ୍ଡିଆନ୍ ସୋସାଇଟି ଅଫ ଆର୍ଟିଫିସିଆଲ ରିପ୍ରଡକ୍ସନ)ର ପୂର୍ବତନ ସଭାପତି, ଡ଼ ନନ୍ଦିତା ପାଲଶେଟକର, ଡ଼. ପ୍ରିୟ ଗଣେଶ କୁମାର, ଫଗସି ଅଙ୍କୋଲୋଜି କମିଟିର ଅଧ୍ୟକ୍ଷ, ଯିଏକି ଫଗସି ପ୍ରକଳ୍ପର ନେତୃତ୍ୱ ନେଇଆସୁଛନ୍ତି ।
ଫଗସିର ସଭାବତି, ଡ଼ାକ୍ତର ଜୟଦୀପ୍ ଟ୍ୟାଙ୍କ୍ କହିଛନ୍ତି, “ମହିଳାଙ୍କ ପାଇଁ ଫଗସିର ଅପଡ଼େଟ ଟିକାକରଣ କାର୍ଯ୍ୟସୂଚୀ ଶୁଭାରମ୍ଭ ମହିଳା ମାନଙ୍କ ପାଇଁ ସ୍ୱାସ୍ଥ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ମାଇଲଖୁଂଟ । ଏହି ବ୍ୟାପକ ସମ୍ବଳ ଉଭୟ ମହିଳା ଏବଂ ଡ଼ାକ୍ତର ମାନଙ୍କୁ ଏକ ସ୍ପଷ୍ଟ କାର୍ଯ୍ୟକ୍ଷମ ରୋଡ଼ମ୍ୟାପ ପ୍ରଦାନ କରିବ, ଯାହାଫଳରେ ଟିକାକରଣ ବିଷୟରେ ସଚେତନତା ବୃଦ୍ଧି ପାଇବ । ଫଗସିର ପୂର୍ବତନ ସଭାପତି ତଥା ବର୍ତମାନର ଫିଗୋ ଟ୍ରଷ୍ଟି (ଏସିଆ – ଓସେନିଆ) ଡ଼କ୍ଟର ହୃଷିକେଶ ପାଇ କହିଛନ୍ତି, ସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଟିକାକରଣ ସୁପାରିସ କରାଯାଇଥାଏ । ଭାରତରେ ବୟସ୍କ ଟିକାକରଣ ପ୍ରାୟ ନଗଣ୍ୟ ଏବଂ ଏହା ପରିବର୍ତନ ହେବା ଅବେଶ୍ୟକ । ବୟସ୍କ ଟିକାକରଣ ଉପରେ ଲୋକ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି କାରଣ ଏହା ଭାରତରେ ଲକ୍ଷ ଲକ୍ଷ ଜୀବନ ବଂଚାଇବାରେ ସାହାଯ୍ୟ କରିପାରିବ । ଟିକାକରଣ କାର୍ଯ୍ୟସୂଚୀପରି ପଦକ୍ଷେପ ପରିସ୍ଥିତିକୁ ବଦଳାଇବା ଏବଂ ଭବିଷ୍ୟତରେ ଅଧିକ ଲୋକଙ୍କୁ ସୁରକ୍ଷା ଦେବାରେ ସହାୟକ ହୋଇପାରିବ ।”
ଅଭିନେତ୍ରୀ ତଥା ମହିଳା ସ୍ୱାସ୍ଥ୍ୟ ଚମ୍ପିୟାନ୍‌, କାଜଲ ଅଗ୍ରୱାଲ କହିଛନ୍ତିଯେ, “ଜଣେ ମା ହିସାବରେ ମୋର ପ୍ରାଥମିକତା ହେଉଛି ମୁଁ ମୋ ପିଲାମାନଙ୍କ ପାଖରେ ରହିବା ଏବଂ ଏହା କେବଳ ସେତେବେଳେ ହୋଇପାରିବ ଯେତେବେଳେ ମୁଁ ମୋର ନିଜ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବି । ଗର୍ଭାଶୟ କର୍କଟଭଳି ପ୍ରତିଷେଧକ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ମହିଳାମାନେ ସକ୍ରିୟ ପଦକ୍ଷେପ ନେବା ଆବଶ୍ୟକ । ମୁଁ ସମସ୍ତ ମହିଳାଙ୍କୁ ଅନୁରୋଧ କରୁଛିଯେ ସେମାନେ ନିଜ ସ୍ୱାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ସେମାନଙ୍କ ପାଇଁ ଉପଯୁକ୍ତ ଟିକା ବିଷୟରେ ଅଧିକ ଜାଣିବା ପାଇଁ ଆଜିହିଁ ନିକଟସ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।” ଏମଏସଡି ଇଣ୍ଡିଆ ରିଜିଅନର ପରିଚାଳନା ନିର୍ଦ୍ଦେଶକ, ରେହାନ ଏ ଖାନ୍ କହିଛନ୍ତି, \”ଏମଏସଡିରେ ଆମେ ମହିଳା ଏବଂ ସମୁଦାୟମାନଙ୍କୁ ଟିକା-ପ୍ରତିଷେଧକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି କାର୍ଯ୍ୟକ୍ରମ ଉକ୍ତ ଦିଗରେ ଆଉ ଏକ ପଦକ୍ଷେପ । ଆମର ଦୃଢ଼ ବିଶ୍ୱାସ ଯେ ଏଭଳି ପ୍ରୟାସ ଭାରତରେ ମହିଳାମାନଙ୍କୁ ଟିକା-ପ୍ରତିଷେଧକ ରୋଗରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।”
ଫଗସିର ମହାସଚିବ, ଡାକ୍ତର ମାଧୁରୀ ପଟେଲ କହିଛନ୍ତି, “ଜନ୍ମଦେବା ପରବର୍ତି ସମୟ ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ । ଜନ୍ମଦେବା ପରେ ମହିଳାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଓ ହରମୋନ କ୍ଷେତ୍ରରେ ପରିବର୍ତ୍ତନ ଆସିଥାଏ, ଯାହା ସଂକ୍ରମଣର ଆଶଙ୍କାକୁ ବଢାଇଥାଏ । ଉଦାହରଣ ସ୍ୱରୂପ, ଜନ୍ମ ପରେ ୩୧% ମହିଳାଙ୍କ ଠାରେ ଏଚପିଭି ସଂକ୍ରମଣର ଅଧିକ ଆଶଙ୍କା ଥାଏ । ଟିକାକରଣ ସୂଚୀରେ ବିଶେଷ କରି ନୂଆ ମା\’ଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଏଥିରେ ଟିକାକରଣ ଉପରେ ଆଲୋକପାତ କରାଯାଇଛି । ଫଗସିର ପୂର୍ବତନ ସଭାପତି ଡକ୍ଟର ରେଶମା ପାଇ କହିଛନ୍ତି, \”୩ ଜଣ ଭାରତୀୟ ବୟସ୍କଙ୍କ ମଧ୍ୟରୁ ୨ ଜଣ ବୟସ୍କ ଟିକାକରଣ ବିଷୟରେ ଅବଗତ ନୁହଁନ୍ତି, ଅନେକ ଏବେବି ଭାବନ୍ତି ଯେ ଟିକା କେବଳ ପିଲାମାନଙ୍କ ପାଇଁ । ତେଣୁ ଟିକା ପ୍ରତିଷେଧକ ରୋଗ (ଭିପିଡି) ଏବଂ ବୟସ୍କ ଟିକାକରଣର ଉପକାରିତା ସମ୍ପର୍କରେ ଜନସାଧାରଣ ଏବଂ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ମାନଙ୍କ ସଚେତନତାରେ ଉନ୍ନତି ଆଣିବା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି, ଯାହା ଦ୍ୱାରା ବିଶେଷକରି ମହିଳାମାନଙ୍କଠାରେ କମ୍ ଟିକା କଭରେଜ୍ ସମସ୍ୟାର ସମାଧାନ ହୋଇପାରିବ ।’

 


Share It

Comments are closed.