ଏହି ଅସହାୟ ଗଣ୍ଡାଙ୍କ ଛବି କହୁଛି, ବନ୍ୟା ଯୋଗୁଁ ଆସାମରେ ପ୍ରାଣୀମାନେ କେଉଁ ଭଳି ଭାବରେ ପ୍ରଭାବିତ ହୋଇଛନ୍ତି


ବ୍ରହ୍ମପୁତ୍ର ନଦୀରେ ଆସିଥିବା ବନ୍ୟା ଏହି ସମୟରେ ଆସାମରେ ନିଜର ତାଣ୍ଡବ ଲୀଳା ରଚୁଛି । ମନୁଷ୍ୟ ଏବଂ ପ୍ରାଣୀମାନଙ୍କ ଅବସ୍ଥା ସ୍ୱଚ୍ଛନିୟ । କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହୁଥିବା ହାତୀ, ହରିଣ, ଗଣ୍ଡା ଏବଂ ଅନ୍ୟାନ୍ୟ ସମସ୍ତ ପ୍ରାଣୀ ନିଜର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ନିଜର ଜୀବନ ବଞ୍ଚାଇବା ପାଇଁ ରାସ୍ତା ଉପରକୁ ଚାଲି ଆସିବା ଆସୁଛନ୍ତି । ଆସାମରେ ବନ୍ୟା ଯୋଗୁଁ ସେଠାରେ ବସବାସ କରୁଥିବା ପ୍ରାଣୀମାନଙ୍କ କିପରି ସ୍ୱଚ୍ଛନୀୟ ଅବସ୍ଥା ଘଟିଛି ତାହାର କିଛି ଫଟୋ ଦେଖନ୍ତୁ ।

ବ୍ରହ୍ମପୁତ୍ର ନଦୀରେ ଆସିଥିବା ବନ୍ୟା ଯୋଗୁଁ ଆସାମରେ ୩୩ରୁ ୨୮ ଜିଲ୍ଲା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ପରିସ୍ଥିତି ଆହୁରୀ ଭୟଙ୍କର କରିଦେଇଛି । ଗତ ୭ ଦିନ ମଧ୍ୟରେ ଏହା ଯୋଗୁଁ ୭୬ ଲୋକଙ୍କ ପ୍ରାଣହାନୀ ଘଟିଛି । ବନ୍ୟା ଯୋଗୁଁ ମନୁଷ୍ୟଙ୍କ ସହ ପ୍ରାଣୀମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡୁଛି । ବର୍ତ୍ତମାନ ସୁଧା ୬୬ରୁ ଉର୍ଦ୍ଧ୍ୱ ପ୍ରାଣୀ ଜୀବନ ହରାଇ ସାରିଲେଣି ।
ମିଳିଥିବା ସୂଚନା ମୁତାବକ ଜାତୀୟ ଉଦ୍ୟାନର ୮୦ ପ୍ରତିଶତ ଅଞ୍ଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଉଦ୍ୟାନର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଧା ୧୭୦ ପ୍ରାଣୀଙ୍କ ଜୀବନ ବଞ୍ଚା ଯାଇ ପାରିଛି । ଏହି ବନ୍ୟା ଯୋଗୁଁ ଅନେକ ଗଣ୍ଡାଙ୍କ ପ୍ରାଣହାନୀ ଘଟିଛି ।


Share It

Comments are closed.