ଉତ୍ତରାଖଣ୍ଡରେ ଜଳ ପ୍ରଳୟ : ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି, ତପୋବନ ସ୍ଥିତ ସୁଡଙ୍ଗରୁ ମିଳିଲାଣି ୧୪ ମୃତଦେହ


ଉତ୍ତରାଖଣ୍ଡର ଚମୋଲିରେ ରବିବାର ଘଟିଥିବା ମହା ପ୍ରଳୟ ଭୟଙ୍କର ରୂପ ଧାରଣ କରିଥିଲା । ଗ୍ଲାସିୟର ଭୁଶୁଡିବାରୁ ବିଭିନ୍ନ ସ୍ଥାନରେ ଜଳର ମହାପ୍ରଳୟ ହୋଇଥିବା ବେଳେ ତପୋବନ ସ୍ଥିତ ଏନଟିପିସି ପ୍ରକଳ୍ପ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟର କଥା ହେଉଛି ତପୋବନ ସ୍ଥିତ ସୁଡଙ୍ଗରେ ଫସିଥିବା ସମସ୍ତ ୧୬ ଜଣଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଆଇଟିବିପି ଏବଂ ଏସଡିଆରଏଫର ଯବାନଙ୍କୁ ଏହି ଟନେଲରେ ଫସିଥିବା ଲୋକଙ୍କୁ ବାହାରକୁ ବାହାର କରିବାରେ ସଫଳ ହୋଇଛନ୍ତି। କିନ୍ତୁ ନିକଟରେ ଥିବା ଆଉ ଏକ ଟନେଲରେ ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ଏଥିରେ କେତେ ଜଣ ଲୋକ ଫସି ରହିଛନ୍ତି ତାହା ସଠିକ୍‌ ଭାବେ ଆକଳନ କରାଯାଇନଥିଲେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ରାତି ତମାମ୍‌ ଜାରି ରହିଥିଲା ଏବଂ ସୋମବାର ସକାଳୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।


ରବିବାର ଚମୋଲଲିରେ ହୋଇଥିବା ଭୟଙ୍କର ଜଳପ୍ରଳୟରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ହୋଇଯାଇଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରୁ ୧୦ ଜଣଙ୍କ ଶବ ମିଳିସାରିଲାଣି । ଏବେ ସୁଦ୍ଧା ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଖୋଜାଖୋଜି ଜାରି ରହିଛି । ଏମାନେ ସମସ୍ତେ ଏକ ନିର୍ମାଣଧୀନ ପାଓ୍ବାର ପ୍ଲାଣ୍ଟ୍‌ରେ କାମ କରୁଥିବା ବେଳେ ପାଣି ସୁଅରେ ଭାସିଯାଇଥିଲେ ।


ଏକ ଟନେଲ୍‌ରେ କାମ କରୁଥିବା ପ୍ରାୟ ୧୬ ଜଣ ଫସିରହିଥିଲେ । ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏ ପର୍ଯ୍ୟନ୍ତ ମୋଟ ୨୫ ଜଣଙ୍କୁ ଉଦ୍ଧାର କରାଯାଇସାରିଲାଣି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋନ, ବାୟୁସେନା, ନୌ ସେନା, NDRF ସମେତ ଅନେକ ଉଦ୍ଧାରକାରୀ ସଂସ୍ଥା କାମରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ବାରମ୍ବାର କଥା ହୋଇଛନ୍ତି । ITBPର ଯବାନଭାନେ ଉକ୍ତ ସୁଡଙ୍ଗ ମଧ୍ୟରୁ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସୁଡଙ୍ଗରେ କାଦୁଅ ଏବଂ ପାଣି ଜମି ରହିଥିବାରୁ ଲୋକମାନଙ୍କୁ ଉଦ୍ଧାର କରିବା କଷ୍ଟ ହେଉଛି । ସୋମବାର ସକାଳୁ ପାଣି କମିଥିଲେ ସୁଦ୍ଧା କିଛି ସ୍ଥାନରେ ହ୍ରଦ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।


Share It

Comments are closed.