‘ବିଗ୍ ବିଲିୟନ ଡେଜ୍ ସ୍ପେଶାଲ୍ସ’ ସହିତ ଆକର୍ଷଣୀୟ ଅଫର୍ ଆଣିଛି ଫ୍ଲିପ୍‌କାର୍ଟ


ଭୁବନେଶ୍ୱର: ଭାରତର ଘରୋଇ ଇ-କମର୍ସ ମାର୍କେଟ୍‌ପ୍ଲେ ଫ୍ଲିପ୍‌କାର୍ଟ ଏକ ବୃହତ୍ ଓ ଅଧିକ ଆକର୍ଷଣୀୟ ରେଞ୍ଜର ସ୍ପେଶାଲ ଏଡିସନ ଉତ୍ପାଦର ଶୁଭାରମ୍ଭ ସହିତ ଚଳିତ ବର୍ଷ ବିଗ୍ ବିଲିୟନ ଡେଜ୍ ସହ ଉପଭୋକ୍ତାଙ୍କ ପାଇଁ ପାର୍ବଣ ସପିଙ୍ଗ୍ ଅନୁଭବକୁ ଅଧିକ ସ୍ୱତନ୍ତ୍ର କରିବାକୁ ଲକ୍ଷ୍ୟ ରଖିଛି । ଦ ବିଗ୍ ବିଲିୟନ ଡେଜ୍ ସ୍ପେଶାଲ୍ସ ହେଉଛି ଅଗ୍ରଣୀ ବ୍ରାଣ୍ଡଗୁଡିକ ସହିତ ସୃଷ୍ଟି କରାଯାଇଥିବା ବିଭିନ୍ନ ବର୍ଗରେ ସ୍ୱତନ୍ତ୍ର ଉତ୍ପାଦଗୁଡିକର ଏକ ବିସ୍ତୃତ ଶୃଙ୍ଖଳା, ଯେଉଁଥିରେ ସୀମିତ ଏଡିସନ୍‌ର ଉତ୍ପାଦ ଓ କଲେକ୍ଟେବୁଲସ ସାମିଲ ରହିଛି । ୧୦୦ରୁ ଅଧିକ ବ୍ରାଣ୍ଡ ସହିତ ସହଭାଗିତାରେ, ଫ୍ୟାଶନ, ଇଲେକ୍‌ଟ୍ରୋନିକ୍ସ, ମୋବାଇଲ ଫୋନ୍‌, ବୃହତ୍ ଉପକରଣ, ପର୍ସନାଲ କେୟାର, ହ୍ୟାଣ୍ଡିକ୍ରାଫ୍ଟ ଓ ଅନ୍ୟାନ୍ୟ ବର୍ଗରେ ଆକର୍ଷଣୀୟ ଉତ୍ପାଦଗୁଡିକୁ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଯିବ । ଏହି ୨୦୦ରୁ ଅଧିକ ଉତ୍ପାଦ କେବଳ ୬ ଦିନର ବିଗ୍ ବିଲିୟନ ଡେଜ୍ ସେଲ୍ ସମୟରେ ଉପଲବ୍ଧ ହେବ, ଯାହାକି ଅକ୍ଟୋବର ୧୫ ତାରିଖରେ ଫ୍ଲିପ୍‌କାର୍ଟ ପ୍ଲସ୍ ଉପଭୋକ୍ତାଙ୍କ ପାଇଁ ପ୍ରାରମ୍ଭିକ ପ୍ରବେଶ ସହିତ ଆସନ୍ତା ଅକ୍ଟୋବର ୧୬ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ବ୍ରାଣ୍ଡ ସହଭାଗିତା ସହିତ ଚଳିତ ବର୍ଷର ବିଗ୍ ବିଲିୟନ ଡେଜ୍ ଦେଶବ୍ୟାପୀ ଲକ୍ଷ ଲକ୍ଷ କାରିଗରଙ୍କୁ ଏକତ୍ରିତ କରିଛି । ପାର୍ବଣ ଉତ୍ସାହର ଅଂଶ ଭାବେ ହସ୍ତଶିଳ୍ପ କୌଶଳ ସହିତ ପୁରାତନ ଡୋକ୍‌ରା ଡେକର୍ କ୍ରାଫ୍ଟ ଆଦିକୁ ଦେଶବ୍ୟାପୀ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଯିବ । ବର୍ତମାନ ଫ୍ଲିପ୍‌କାର୍ଟ ସମର୍ଥ ଭାରତର ପ୍ରାୟ ୬୦୦,୦୦୦ରୁ ଅଧିକ କାରିଗର, ବୁଣାକାର ଓ ହସ୍ତଶିଳ୍ପ ନିର୍ମାତାଙ୍କ ଜୀବିକାକୁ ସମର୍ଥନ କରୁଛି ଏବଂ ଫ୍ଲିପ୍‌କାର୍ଟ ସମସ୍ତ ବର୍ଗ ଓ ବିଶେଷଜ୍ଞତାର ସହଯୋଗୀଙ୍କୁ ବିଚାରକୁ ନେଇ ସମାବେଶୀ ଇକୋସିଷ୍ଟମ ସହଭାଗିତା ମାଧ୍ୟମରେ ଏଭଳି ଆହୁରି ଅନେକ ସେଲର୍‌ଙ୍କୁ ଏହି ପ୍ଲାଟ୍‌ଫର୍ମକୁ ଆଣିବା ଲାଗି ନିରନ୍ତର କାର୍ଯ୍ୟ ଜାରି ରଖିଛି ।
ବିଗ୍ ବିଲିୟନ ଡେଜ୍ ସ୍ପେଶାଲ୍ସର କିଛି ଅଂଶ ଯାହାକୁ ଗ୍ରାହକମାନେ ଚଳିତ ବର୍ଷ ହାସଲ କରିପାରିବେ, ଏଥିରେ ସାମିଲ ରହିଛି: ମୋଟୋରୋଲା- ଭାରତର ପ୍ରଥମ ୩ ଇନ୍ ୧ ସ୍ମାର୍ଟ ୱାୟାରଲେସ୍ ଡିଭାଇସ୍‌, ଇମାରା ପାଇଁ କରୀନା କପୁରଙ୍କ ଦ୍ୱାରା ପ୍ରସ୍ତୁତ ଏକ ଏଥିନିକ୍ ଡିଜାଇନ୍‌, ବିକାଜୀ ଲିମିଟେଡ୍ ଏଡିସନ ୨୪କେ ଗୋଲ୍ଡ ଲିଫ୍ ସ୍ୱିଟ୍‌ସ ଏବଂ ୱାନ୍‌୮ ଉତ୍ପାଦଗୁଡିକର ଏକ୍ସକ୍ଲୁସିଭ୍ ବିରାଟ କୋହଲି ଲାଇନ୍ ସହିତ ଆହୁରି ଅନେକ କିଛି । ବିଗ୍ ବିଲିୟନ ଡେଜ୍ ସ୍ପେଶାଲ୍ସର କିଛି ପ୍ରଡକ୍ଟ ଗ୍ରାହକଙ୍କୁ ବିରାଟ କୋହଲି, ସଲ୍‌ମାନ ଖାନ ଓ ଅନନ୍ୟା ପାଣ୍ଡେଙ୍କ ଭଳି ନିଜ ପସନ୍ଦର ସେଲିବ୍ରିଟିଙ୍କୁ ଭେଟିବାର ସୁଯୋଗ ପ୍ରଦାନ କରିବ । ଏସମ୍ପର୍କରେ ଫ୍ଲିପ୍‌କାର୍ଟର ଇଭେଂଟ୍‌ସ, ଏନ୍‌ଗେଜ୍‌ମେଂଟ୍ ଆଣ୍ଡ ମର୍ଚ୍ଚାଣ୍ଡାଇଜିଙ୍ଗ୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ନନ୍ଦିତା ସିହ୍ନା କହିଛନ୍ତି ଯେ, “ବିଗ୍ ବିଲିୟନ ଡେଜ୍ ହେଉଛି ବାସ୍ତବରେ ଆମ ପାଇଁ ଏକ ପାର୍ବଣ ଉତ୍ସବ ଏବଂ ଆମେ ଦେଶବ୍ୟାପୀ ଆମର ଉପଭୋକ୍ତାଙ୍କ ପାଇଁ ଚଳିତ ବର୍ଷ ଏହି ଉତ୍ସବକୁ ସମାନ ଭାବେ ସ୍ୱତନ୍ତ୍ର କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ବୃହତ୍ ଓ କ୍ଷୁଦ୍ର ମାଧ୍ୟମରେ, ଆମ ପ୍ଲାଟ୍‌ଫର୍ମରେ ଏକ ବିବିଧ ଅଫରିଙ୍ଗ୍ ମାଧ୍ୟମରେ ଲୋକମାନଙ୍କ ପାଇଁ ଖୁସି ଆଣିବାକୁ ଲକ୍ଷ୍ୟ ରଖିଛୁ ।”


Share It

Comments are closed.