ଚା ସମ୍ପର୍କରେ ୫ ଟି ମନଗଡ଼ା କଥା ଯାହା ଆପଣଙ୍କୁ ମଧ୍ୟ ଜଣାନଥିବ


ଗୋଟିଏ କପ ଗରମ ଚାରେ କିଛି ତ ଖାସ ରହିଛି ଯାହାକି ଏହାକୁ ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟରେ ପରିଣତ କରିଛି । ଯେତେବେଳେ ଆପଣ ଏକ ଚାପଗ୍ରସ୍ତ କାମରେ ଥାନ୍ତି କିମ୍ବା ନିଶ୍ଚଳ ଅନୁଭବ କରନ୍ତି ସେତେବେଳେ ଏକ କପ ଗରମ ଚା ଭଳି ଆରାମ କେହି ବି ଦେଇପାରନ୍ତି ନାହିଁ । ଏହା କେବଳ ଏକ ପାନୀୟ ନୁହେଁ ଏହା ଏକ ପରମ୍ପରା । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟ ହେଉଛି ଚା ସହ ଜଡ଼ିତ ୫ଟି ସାଧାରଣ ମନଗଡ଼ା କଥାର ଖୁଲାସା କରିବାର ।

ପ୍ରଥମତଃ ସମସ୍ତ ହର୍ବାଲ ଚା ପ୍ରକୃତ ଚା ଭାବେ ଗ୍ରହଣ କରାଯାଇପାରେ ନାହିଁ କାରଣ ସେଗୁଡ଼ିକ କ୍ୟାମେଲିଆ ସାଇନେସିସ ଉଦ୍ଭିଦରୁ ପ୍ରକ୍ରିୟାରତ୍ତ ହୋଇନଥାନ୍ତି । ସମସ୍ତ ଚା କ୍ୟାଫିନ ମୁକ୍ତ ମଧ୍ୟ ହୋଇ ନଥାନ୍ତି । ତେଣୁ ଏହା ପରାମର୍ଶ କରାଯାଏ ଯେ ହର୍ବାଲ ଚା କିଣିବା ସମୟରେ ଲେବଲକୁ ନିଶ୍ଚିତ ରୂପେ ପଢ଼ନ୍ତୁ ।

ଟି ବ୍ୟାଗର ବ୍ୟବହାର କରି ଚା ପ୍ରସ୍ତୁତ କରିବା ପ୍ରକୃତରେ ସହଜ ହୋଇପାରେ । କିନ୍ତୁ ମନେରଖନ୍ତୁ ଖୋଲା ଚା ସବୁବେଳେ ଟି ବ୍ୟାଗ ଠାରୁ ଅଧିକ ଭଲ ହୋଇଥାଏ । ଟି ବ୍ୟାଗରେ ଥିବା ପତ୍ର ଗୁଡ଼ିକ ଚା ପତ୍ରକୁ ଖଣ୍ଡ ଖଣ୍ଡ ଅଂଶରୁ ଫ୍ୟାନିଙ୍ଗ (ଉଡ଼ାଇବା)ଦ୍ୱାରା ପ୍ରସ୍ତୁତ । ତେଣୁ ଏଥିରେ ଦରକାରୀ ଅଏଲ ଓ ଏରୋମାର ଅଭାବ ରହିଥାଏ । ତେଣୁ ଚା ପତ୍ରର ବ୍ୟବହାର କରିବା ଅଧିକ ଭଲ ହୋଇଥାଏ ।

ବାସ୍ତବରେ ବ୍ଲାକ ଟୀ(ନାଲି ଚା) ଅପେକ୍ଷା ଗ୍ରୀନ ଟି ଅଧିକ ଲୋକପ୍ରିୟ, ଯେବେକି ଏହା ବ୍ୟତୀତ ଆଉ କୌଣସି ମଧ୍ୟ ପାର୍ଥକ୍ୟ ନଥାଏ । ଉଭୟରେ ହିଁ ଶକ୍ତିଶାଳୀ ଏବଂ ଲାଭକାରୀ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଅକ୍ସିଡେସନ କିମ୍ବା ଅମ୍ଲୀଭବନ ପ୍ରକ୍ରିୟାରେ ଗ୍ରୀନ ଟୀରେ ଥିବା କ୍ୟାଟେଚିନ ଭଳି ଆଣ୍ଟି ଅକ୍ସିଡାଣ୍ଟ ଆଲଫାଭିନ ରେ ରୂପାନ୍ତରିତ ହୋଇଥାଏ ଯାହା ବ୍ଲାକ ଟୀରେ ମଧ୍ୟ ମିଳିଥାଏ ।

ଅନେକ ଲୋକ କ୍ଷୀର ଚା ପିଇବା ସ୍ୱାସ୍ଥ୍ୟକର ବୋଲି ମନେ କରନ୍ତି । ଏଗ୍ରିକଲଚରରାଲ ଏବଂ ଫୁଡ କେମେଷ୍ଟ୍ରିର ଜର୍ଣ୍ଣାଲର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଚାରେ କ୍ଷୀର ମିଶାଇବା କିମ୍ବା ନ ମିଶାଇବା ଦ୍ୱାରା ଏଥିରେ ଥିବା କ୍ୟଟେଚିନର ପରିମାଣ ସମାନ ହିଁ ରହିଥାଏ ।

ଗ୍ରୀନ ଟୀ ଓଜନକୁ କମାଇଥାଏ ବୋଲି ବହୁଳ ପ୍ରଚାର ଶୁଣିବାକୁ ମିଳେ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହା କେବଳ ଏକ ମନଗଡ଼ା କଥା । ଗ୍ରୀନ ଟୀ ଏକ ଉତପ୍ରେରକ ରହିଥାଏ ଯାହା ଆପଣଙ୍କ ମେଟାବୋଲିଜିମର ବୃଦ୍ଧି କରିଥାଏ, କିନ୍ତୁ ଏହା ବହୁତ କମ ପରିମାଣରେ ରହିଥାଏ । ଯଦି ଆପଣ ଭାବୁଥାନ୍ତି ଯେ ଦିନକୁ ୪ରୁ ୫ କପ ଗ୍ରୀନ ଟୀ ପିଇବା ଦ୍ୱାରା ଆପଣଙ୍କ ଓଜନ କମିଯିବ ତେବେ ଆପଣ ଭୁଲ ଭାବୁଛନ୍ତି ।


Share It

Comments are closed.