ବିରୋଧି ଦଳ ବୈଠକରେ ପ୍ରଥମ ଥର ପାଇଁ ଏକାଠି ହେଲେ ରାହୁଲ ଏବଂ କେଜ୍ରିୱାଲ


ଗତ ବୁଧବାର ରାତିରେ ଦିଲ୍ଲୀରେ ଚାଲିଥିବା ବିରୋଧି ଦଳ ବୈଠକରେ ପ୍ରଥମ ଥର ପାଇଁ ରାହୁଲ ଏବଂ କେଜ୍ରିୱାଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ବିରୋଧି ଦଳ ବୈଠକରେ ଆଗମୀ ଲୋକସଭା ନିର୍ବାଚନ ପୂର୍ବରୁ କିପରି ସମସ୍ତ ବିରୋଧି ଦଳକୁ ଏକତ୍ରିତ କରାଯାଇ ମୋଦି ସରକାର ବିରୋଧରେ ମିଳିତ ଭାବରେ ଲଢେଇ ଜାରି କରାଯିବ ସେଥିପାଇଁ ନିଷ୍ପତି ନିଆଯାଇଥିଲା ।
ଏହି ବୈଠକ ‘ଶରଦ ପାୱାର’ଙ୍କ ଆବାସରେ ଅନୁଷ୍ଠିତ ହୋଇଥିଲା । “ବିଜେପିକୁ ହରାଇବା ପାଇଁ ସମସ୍ତ ବିରୋଧି ଏକାଠି ମିଳିକରି କାମ କରିବୁ ” ବୋଲି ରାହୁଲ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିବାବେଳେ ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଏହି କଥାକୁ ସମର୍ଥନ କରି ସେ ମଧ୍ୟ କହିଥିଲେ ଯେ, “ଆମ ସାଥୀ ହୋଇ କାମ କରିବୁ ” ।
ଏହି ବୈଠକରୁ ସ୍ପଷ୍ଟ ହୋଇଯାଉଛି ଯେ, “ଆଗାମୀ ନିର୍ବାଚନରେ କଂଗ୍ରେସ ଏବଂ ଆପ ମଧ୍ୟରେ ମେଣ୍ଟ ହୋଇପାରେ । ” ପ୍ରକାଶ ଥାଉକି, ୨୦୧୫ରେ ଆପ, କଂଗ୍ରେସକୁ ଗାଦିଚ୍ୟୁତ କରାଇ ଦିଲ୍ଲୀରେ ସରକାର ଗଢିଥିଲା, ଯାହା ଫଳରେ ପରସ୍ପର ଉଭୟଙ୍କର ଘୋର ବିରୋଧି ହୋଇଯାଇଥିଲେ ।
ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ‘ମମତା ବାନାର୍ଜୀ’ ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ‘ଚନ୍ଦ୍ରବାବୁ ନାଇଡୁ’ ଏବଂ ନ୍ୟାସନାଲ କନଫେରନ୍ସ ପାର୍ଟିର ଅଧ୍ୟକ୍ଷ ‘ଫାରୁକ ଅବଦୁ୍ଲ୍ଲା’ ସାମିଲ ଥିଲେ ।


Share It

Comments are closed.