ସାମ୍ନାକୁ ଆସିଲା ସାଉଥ ସୁପରଷ୍ଟାର ଧନୁଷଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଲୁକ୍‌, ଦେଖନ୍ତୁ ଫଟୋ


ଅଭିନେତା ରିଆନ୍ ଗୋସଲିଂ ଏବଂ କ୍ରିସ୍ ଇଭାନ୍ସଙ୍କ ସହ ଧନୁଷଙ୍କ ଅଭିନୀତ ‘ଦି ଗ୍ରେ ମ୍ୟାନ୍’ର ପ୍ରଥମ ଲୁକ୍ ମଙ୍ଗଳବାର ସୋସିଆଲ ମିଡିଆରେ ଉନ୍ମୋଚିତ ହୋଇଛି। ଆନ୍ଥୋନି ଏବଂ ଜୋ ରୁସୋଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ସହିତ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି ​​|ନେଟଫ୍ଲିକ୍ସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏନ୍ଥନୀ ଓ ଜୋ ରୁସୋଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଧନୁଷଙ୍କ ପ୍ରଥମ ଲୁକ୍‌ ଜାରି କରାଯାଇଛି। ଫିଲ୍ମରେ ରେୟାନ ଗୋସଲିଙ୍ଗ୍‌, କ୍ରିସ ଇଭାନ୍ସ, ଏନା ଡି ଅରମାସ, ରେଗେ-ଜିନ୍‌ ପେଜ୍‌, ଜେସିକା ହେନୱିକ୍‌, ବିଲୀ ବବ୍‌ ଥର୍ନଟନ୍‌ ଓ ୱେଗନର ମୌରା ମଧ୍ୟ ଅଛନ୍ତି।
https://www.instagram.com/p/Cc0SNBAMZQ8/?utm_source=ig_web_copy_link
ନେଟଫ୍ଲିକ୍ସ ଇଣ୍ଡିଆ ପକ୍ଷରୁ ଶେୟାର କରାଯାଇଥିବା ଫଟୋରେ ଧନୁଷଙ୍କୁ ଏକ କାର୍‌ ଉପରେ ଦେଖିବାକୁ ମିଳିଛି। ଏଥିସହ ତାଙ୍କ ମୁହଁରେ ରକ୍ତ ମଧ୍ୟ ଦେଖାଯାଉଛି। ପୋଷ୍ଟର କ୍ୟାପ୍ସନରେ ଲେଖାହୋଇଛି, ‘ଦି ଗ୍ରେ ମ୍ୟାନରେ ଧନୁଷଙ୍କ ପ୍ରଥମ ଲୁକ୍‌’। ଚଳିତ ବର୍ଷ ଜୁଲାଇ ମାସରେ ଏହି ଫିଲ୍ମ ରିଲିଜ୍ ହେବ।


Share It

Comments are closed.