ଫେରୋକ୍ରୋମ୍ ପ୍ଲାଣ୍ଟରେ ବାୟୋମାସ୍ ବ୍ୟବହାରର ସଫଳ ପରୀକ୍ଷଣ କଲା ଟାଟା ଷ୍ଟିଲ, ଦେଶରେ ପ୍ରଥମ


ଭୁବନେଶ୍ୱର, ଜୁଲାଇ ୨୦, ୨୦୨୪: ଟାଟା ଷ୍ଟିଲ ପକ୍ଷରୁ କଟକ ଜିଲ୍ଲା ଆଠଗଡ଼ସ୍ଥିତ ଫେରୋକ୍ରୋମ୍ କାରଖାନାରେ ଫେରୋକ୍ରୋମ୍ ନିର୍ମାଣରେ ବାୟୋମାସ୍ ବ୍ୟବହାରର ସଫଳ ପରୀକ୍ଷଣ ହୋଇଯାଇଛିି । କଂପାନିର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମଡି) ଅଧୀନରେ କାର୍ଯ୍ୟ କରୁଥିବା ଏହି କାରଖାନା ପାରମ୍ପରିକ କାର୍ବନ ଉତ୍ସର ଦୀର୍ଘସ୍ଥାୟୀ ବିକଳ୍ପ ଭାବେ ଏହି ପରୀକ୍ଷଣ କରିବାରେ ଭାରତରେ ପ୍ରଥମ ଭାବେ ଉଭା ହୋଇଛି ।

ଦୀର୍ଘସ୍ଥାୟୀ ଫେରୋକ୍ରୋମ ଉତ୍ପାଦନ ଏବଂ କାର୍ବନ ଫୁଟପ୍ରିଂଟ୍ ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇ, ଏହି ପରୀକ୍ଷଣରେ ଜୀବାଶ୍ମ ଇନ୍ଧନକୁ ଜୈବ ପଦାର୍ଥରୁ ପ୍ରାପ୍ତ ଏକ ଅକ୍ଷୟ ଶକ୍ତି ଉତ୍ସ ବାୟୋମାସ୍ ସହିତ ବଦଳାଇବା ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ପଦକ୍ଷେପ ଦ୍ୱାରା ଫେରୋକ୍ରୋମ୍ (ବାୟୋମାସର ୫% ବ୍ୟବହାର) ୦.୦୮/ଟନ୍ ସିଓ୨ ନିର୍ଗମନ ହ୍ରାସ ପାଇବ ବୋଲି ଆଶା କରାଯାଉଛି ଯାହା ଫେରୋକ୍ରୋମ୍ ପ୍ଲାଂଟ୍‌ରୁ ସମୁଦାୟ ସିଓ୨ ନିର୍ଗମନର ପ୍ରାୟ ୬% ଅଟେ ।

ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ ‘‘ଏହି ପରୀକ୍ଷଣ ଦୀର୍ଘସ୍ଥାୟୀତ୍ୱ ଦିଗରେ ଆମର ପ୍ରତିଶ୍ରୁତି ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ଆମ ପ୍ରୟାସର ଏକ ଅଂଶ ଅଟେ । ବାୟୋମାସ୍‌ର ବ୍ୟବହାର କରି ଆମେ ଏକ ସ୍ୱଚ୍ଛ, ଦୀର୍ଘସ୍ଥାୟୀ ଉତ୍ପାଦନ ପ୍ରକ୍ରିୟା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଏକ ସବୁଜ ଭବିଷ୍ୟତ ତିଆରି କରିବାରେ ଯୋଗଦାନ କରିବ ।’’

ଏହି ପଦକ୍ଷେପ ମାଧ୍ୟମରେ ପାରମ୍ପରିକ ଇନ୍ଧନ ବଦଳରେ କାର୍ବନ ନ୍ୟୁଟ୍ରାଲ୍ ବାୟୋମାସ ବ୍ୟବହାର କରାଯିବ ଯାହାକୁ ଅମ୍ଳଜାନ ଅଭାବ ଥିବା ବାୟୁମଣ୍ଡଳରେ କାଠକୁ କମ୍ ତାପମାତ୍ରାରେ ଜଳାଇ ପ୍ରସ୍ତୁତ କରାଯାଉଛି । ସବମର୍ଜଡ୍ ଆର୍କ ଫର୍ଣ୍ଣେସ୍ (ଏସଏଏଫ)ରେ କୋଇଲା ପୋଡ଼ିବା ସମୟରେ ନିର୍ଗତ କାର୍ବନ ଗଛ ଗୁଡିକ ଗ୍ରହଣ କରିନେଇଉଥିବାରୁ ପରିବେଶ ସତୁଂଳନ ରକ୍ଷାରେ ଏହା ସହାୟକ ହେଉଛି ।

ଶ୍ରୀ ସତିଜା କହିଛନ୍ତି ଯେ, ‘‘ପାରମ୍ପରିକ କାର୍ବନରୁ ବାୟୋମାସ୍ କୁ ପରିବର୍ତନ ଆମର ଦୀର୍ଘସ୍ଥାୟୀ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ।’’ ପରିବେଶ କାର୍ଯ୍ୟଦକ୍ଷତା ଏବଂ ପରିଚାଳନାଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରୁଥିବା ସମାଧାନ ବାହାର କରି କାର୍ଯ୍ୟକାରୀ କରିବା ଜାରି ରଖିବୁ ବୋଲି ସେ କହିଛନ୍ତି ।

ଏଫ୍‌ଏଏମଡି ଦୀର୍ଘ ଦିନ ଧରି ପରିବେଶ ସୁରକ୍ଷା ଜନିତ ପଦକ୍ଷେପରେ ଅଗ୍ରଣୀ ରହିଛି । ଫ୍ଲକ୍ସଜେନ୍ ସଷ୍ଟେନେବଲ୍ ଟେକ୍ନୋଲୋଜି ସହ ଯୋଡ଼ି ହୋଇ ଏହା ଫେରୋକ୍ରୋମ ୟୁନିଟ୍ ଏବଂ ଖଣିରେ ଡିଜିଟାଲ୍ ଡ୍ୟାସବୋର୍ଡ ମାଧ୍ୟମରେ ଜଳ ବ୍ୟବହାରର ଡିଜିଟାଇଜେସନ୍ କାର୍ଯ୍ୟକାରୀ କରିଛି ।


Share It

Comments are closed.