ପ୍ରକାଶ ପାଇଲା ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଅନ୍ତିମ ଡିଜାଇନ୍ ର ପ୍ରଥମ ଫଟୋ


ଆବୁଧାବି​‌ରେ ନିର୍ମିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରର ଶେଷ ଡିଜାଇନର ପ୍ରଥମ ଫଟୋ ଜାରି କରି ଦିଆଯାଇଛି। ଗଲ୍ଫ ନ୍ୟୁଜର ଖବର ଅନୁସାରେ ଆବୁଧାବିରେ ବିଏପିଏସ୍ ହିନ୍ଦୁ ମନ୍ଦିର ସମିତି ମନ୍ଦିରର ଅନ୍ତିମ ଡିଜାଇନ ଏବଂ ଭାରତରେ ହସ୍ତ ନିର୍ମିତ ସ୍ତମ୍ଭର ଫଟୋ ଜାରି କରିଛି।


ସୂଚନା ଅନୁଯାୟୀ ମନ୍ଦିରର ଅନ୍ତିମ ଡିଜାଇନର ଫଟୋ ଭିଡିଓ ଜରିଆରେ ଜାରି କରାଯାଇଛି। ଏଥିରେ ମନ୍ଦିର ନିର୍ମାଣରେ ଏବେ ସୁଦ୍ଧା ହୋଇଥିବା ପ୍ରଗତିକୁ ଦର୍ଶାଯାଇଛି। ଗତ ବର୍ଷ ଏପ୍ରିଲ୍ ମାସରେ ମନ୍ଦିରର ଆଧାରଶିଳା ରଖାଯାଇଥିଲା ଏବଂ ଡିସେମ୍ବର ମାସରେ କାମ ଆରମ୍ଭ କରାଯାଇଥିଲା।


Share It

Comments are closed.