ଯଶଲୋକ ହସ୍ପିଟାଲ ଦ୍ୱାରା ବ୍ଲଡ୍ ଗ୍ରୁପ୍ ସମସ୍ୟା ସତ୍ୱେ କିଡ୍‌ନିର ସଫଳ ପ୍ରତିରୋପଣ


ଭୁବନେଶ୍ୱର: କୋଭିଡ-୧୯ର ସଂକ୍ରମଣ ଯୋଗୁଁ ଭାରତରେ କିଡ୍‌ନୀ ଟ୍ରାନ୍ସପ୍ଲାଂଟ୍ ବା ପ୍ରତିରୋପଣ କାର୍ଯ୍ୟକ୍ରମ ଜାତୀୟ ସ୍ତରୀୟ ଲକ୍‌ଡାଉନ୍ ସମୟରେ ବନ୍ଦ ରହିଥିବା ବେଳେ ଲକ୍‌ଡାଉନ୍ କୋହଳ ହେବା ପରେ ହସ୍ପିଟାଲଗୁଡିକ ଏବେ ପୁଣିଥରେ ପ୍ରତିରୋପଣ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଅଗ୍ରଣୀ ଯଶ୍‌ଲୋକ୍ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟର୍ ଗତ ଜୁଲାଇ ୨୭ ତାରିଖରେ ୩୯ ବର୍ଷୀୟ ଅଭିଶେକ ଗୁପ୍ତାଙ୍କ ଉପରେ ପ୍ରଥମ ଥର ପାଇଁ ବ୍ଲଡ୍ ଗ୍ରୁପ୍ ରେନାଲ ଟ୍ରାନ୍ସପ୍ଲାଂଟେସନ୍ ବା ବୃକକ୍ ପ୍ରତିରୋପଣ କରିଥିଲା । ବର୍ତମାନର ମହାମାରୀ ସମୟରେ ଆଂଟିବଡି ସଂଖ୍ୟା ହ୍ରାସକୁ ରୋକିବା ଲାଗି ମେଡିକାଲ ନିୟମରେ ପରିବର୍ତନ କରାଯାଇଛି । ଏଠାରେ ରିଜେକ୍ସନକୁ ରୋକିବା ଏବଂ ଇମ୍ୟୁନୋ ସପ୍ରେସନ୍‌ର ଅତ୍ୟଧିକ ବ୍ୟବହାରକୁ ଏଡାଇବା ଲାଗି ଔଷଧଗୁଡିକୁ ଏକ ମାଧ୍ୟମରେ ବ୍ୟବହାର କରାଯାଇଥିଲା । ଏହି ରୋଗୀ ଜଣଙ୍କ ଡିସ୍‌ଚାର୍ଜ ହେବା ସମୟରେ ଟ୍ରିପଲ ଇମ୍ୟୁନୋ ସପ୍ରେସନ୍‌ରେ ଥିଲେ ।
ଶ୍ରୀଯୁକ୍ତ ଗୁପ୍ତାଙ୍କର କିଡ୍‌ନି ଫେଲ୍ ହୋଇଯାଇଥିବା ବେଳେ ଗତ ୩ ବର୍ଷ ହେବ ହୃଦ୍‌ରୋଗ ଓ ଏଚ୍‌ଟିଏନ୍ ପାଇଁ ଡାଇଲିସିସ୍‌ରେ ଥିଲେ ଏବଂ ସେ ଏକ ବୃକକ୍ ପ୍ରତିରୋପଣ ଆବଶ୍ୟକ କରୁଥିଲେ, ଯାହାକି ୪ ମାସ ପୂର୍ବରୁ ହେବାର ଥିଲା କିନ୍ତୁ କୋଭିଡ୍‌-୧୯ ଓ ଏହାର ଅନିଶ୍ଚିତତା ଯୋଗୁଁ ଏଥିରେ ବିଳମ୍ବ ଘଟିଥିଲା । ତାଙ୍କ ପତ୍ନୀ, ଯିଏକି ତାଙ୍କର ଡୋନର୍ ଅଟନ୍ତି ଏବଂ ରୋଗୀଙ୍କୁ ପ୍ରାରମ୍ଭିକ ପ୍ରତିରୋପଣ ତାଲିକାରେ ରଖାଯାଇଥିଲା । ଯଶ୍‌ଲୋକ୍ ହସ୍ପିଟାଲ ଖୁବ୍ ଉନ୍ନତ ଲଜିଷ୍ଟିକ୍ ସପୋର୍ଟ ଓ ସେବାଯତ୍ନ (ସ୍ୱତନ୍ତ୍ର ଆଇସୋଲେଶଡ଼ ଚାମ୍ବର) ପ୍ରଦାନ କରିଥିଲା ଏବଂ ଟ୍ରାନ୍ସପ୍ଲାଂଟ୍ ଟିମ୍ ସଫଳତାର ସହିତ ଏହି ପ୍ରତିରୋପଣ କରିଥିଲେ । ଅଭିଶେକଙ୍କ ବ୍ଲଡ୍ ଗ୍ରୁପ୍ ବି ପଜିଟିଭ୍ ଥିବା ବେଳେ ତାଙ୍କ ପତ୍ନୀଙ୍କର ଏ ପଜିଟିଭ୍ ଥିଲା । ଏହା ଅନ୍ୟ ଏକ ସମସ୍ୟା ଥିଲା, କିନ୍ତୁ ତଥାପି ପ୍ରତିରୋପଣ କାର୍ଯ୍ୟ ସଫଳତାର ସହ ହୋଇପାରିଥିଲା । ଏହି ପ୍ରକ୍ରିୟା ଉଭୟ ରୋଗୀ ଓ ତାଙ୍କ ପରିବାର ପାଇଁ ଏକ ଆଶାର କିରଣ ଥିଲା । ଏହି ସଫଳ ପ୍ରକ୍ରିୟା ସ୍ପଷ୍ଟ ରୂପେ ଦର୍ଶାଉଛି ଯେ, ଉନ୍ନତ ଭିତିଭୂମି ଏବଂ ଦକ୍ଷ ଡାକ୍ତରୀ ଟିମ୍ ଯେକୌଣସି ଜଟିଳ ଅସ୍ତ୍ରୋପଚାରକୁ ଖୁବ୍ ସହଜରେ କରିପାରିବେ । ଏହି ପ୍ରତିରୋପଣ କାର୍ଯ୍ୟ ଯଶ୍‌ଲୋକ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟର୍‌ରେ ଏକାଡେମିକ୍ସ ନେଫ୍ରୋଲୋଜିର ନିର୍ଦ୍ଦେଶକ ଡଃ ରୁଷି ଦେଶପାଣ୍ଡେ ଓ କନ୍‌ସଲ୍‌ଟାଂଟ୍ ନେଫ୍ରୋଲୋଜି ଡଃ ଅଶ୍ୱିନ୍ ପାଟିଲଙ୍କ ନେତୃତ୍ୱରେ ଡଃ ଏ ରାବଲ, ଡଃ ସୁଧୀର ରଞ୍ଜନ ଦାସ, ଡଃ ଜେ ଜି ଲାଲ୍‌ମାଲାନି ଓ ଡଃ ଦାସ ସୁଧୀରରଞ୍ଜନ ସି(କନ୍‌ସଲ୍‌ଟାଂଟ୍ ନେଫ୍ରୋଲୋକି)ଙ୍କ ସହଯୋଗରେ ସଫଳତାର ସହ ପରିଚାଳନା ହୋଇଥିଲା ।
ଯଶ୍‌ଲୋକ୍‌ର ଏକାଡେମିକ୍ସ ନେଫ୍ରୋଲୋଜିର ନିର୍ଦ୍ଦେଶକ ଡଃ ରୁଷି ଦେଶପାଣ୍ଡେ କହିଛନ୍ତି ଯେ, “ଯଶ୍‌ଲୋକ ହସ୍ପିଟାଲ ଉନ୍ନତ ଭିତିଭୂମିରେ ସୁସଜ୍ଜିତ ଏବଂ ଏହାର ଏକ ଦକ୍ଷ ଟିମ୍ ରହିଛି ଯାହା ପ୍ରତ୍ୟେକ ଜଟିଳ ଅସ୍ତ୍ରୋପଚାରର ଲଜିଷ୍ଟିକ୍ ମାଧ୍ୟମରେ ଅତି ଯତ୍ନର ସହିତ କାର୍ଯ୍ୟ କରିଥାଏ ।


Share It

Comments are closed.