ଏମ୍ସରେ ‘କୋଭାକ୍ସିନ’ର ମାନବୀୟ ପରୀକ୍ଷଣ, ୩୦ ବର୍ଷିୟ ସଂକ୍ରମିତଙ୍କୁ ଦିଆଗଲା ପ୍ରଥମ ଡୋଜ


ସାରା ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଏଦିଗରେ ବିଶ୍ୱର ଅଧିକାଂଶ ଦେଶ କରୋନା ଭ୍ୟାକ୍‌ସିନ ଦୌଡରେ ଲଗାପଡିଛନ୍ତି । କିଛି ଦେଶ ଭ୍ୟାକ୍‌ସିନ ଟେଷ୍ଟର କିଛି ପର୍ଯ୍ୟାୟ ସାମିଲ ଥିବା ବେଳେ ଭାରତ ମଧ୍ୟ ଏହି ତାଲିକାରେ ଆସିଯାଇଛି । ଭାରତ ତାର ସ୍ୱଦେଶୀ ଟୀକାର ପ୍ରଥମ ହ୍ୟାମାନ ଟ୍ରାଏଲ୍‌ ଆରମ୍ଭ କରିଛି । ଦିଲ୍ଲୀ ଏମ୍ସରେ ପ୍ରଥମ ସ୍ୱଦେଶୀ କରୋନା ଟୀକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍‌ସରେ ଗତକାଲି ଅପରାହ୍ନରେ ପ୍ରଥମ ଟୀକା ଜଣେ ୩୦ ବର୍ଷର ଯୁବକଙ୍କୁ ଦିଆଯାଇଛି । ତାଙ୍କୁ ୦.୫ ମିଲିମିଟର ପ୍ରଥମ ଡ଼ୋଜ ଦିଆଯାଇଛି । ଟୀକା ଦେବା ପରେ ତାଙ୍କୁ ପ୍ରାୟ ୨ ଘଣ୍ଟା ଡ଼ାକ୍ତରଖାନାରେ ସର୍ବେକ୍ଷଣରେ ରଖାଯାଇଥିଲା । କିନ୍ତୁ ତାଙ୍କ ଠାରେ ୨କୌଣସି ସାଇଡ ଇଫେକ୍ଟ ଦେଖିବାକୁ ମିଳିନାହିଁ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ତାଙ୍କୁ ଡ଼ାକ୍ତରୀ ତତ୍ତ୍ୱାବଧାନରେ ରଖାଯିବ ବୋଲି ଜଣାପଡିଛି । ତେବେ  ଆଜି ଆଉ ୬ ଜଣଙ୍କଠାରେ ପରୀକ୍ଷାମୂଳକ ଟୀକା ପ୍ରଦାନ କରାଯିବ ବୋଲି ଏମ୍ସ ଭେକସିନ ବିଭାଗ ମୁଖ୍ୟ ଡ଼ା. ସଞ୍ଜୟ ରାୟ ସୂଚନା ଦେଇଛନ୍ତି। କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ନିମନ୍ତେ ଏମ୍‌ସ ସମେତ ଦେଶର ୧୨ ସଂସ୍ଥାକୁ ମନୋନୀତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୭୫ ଲୋକଙ୍କୁ ଟୀକା ଦିଆଯିବ ଏବଂ ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ କେବଳ ଏମ୍‌ସ ଟୀକା ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ ସଂସ୍ଥା ୭୫୦ ଲୋକଙ୍କୁ ଟୀକା ଦେବେ । ପ୍ରଥମ ପର୍ଯ୍ୟାୟରେ ଟୀକା ଦାନ ସମୟରେ ୧୮ରୁ ୫୫ ବର୍ଷର ବ୍ୟକ୍ତିମାନଙ୍କୁ ବଛାଯାଇଛି । ଯେଉଁମାନଙ୍କଠାରେ ଅନ୍ୟ କୌଣସି ରୋଗ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ରୁ ୬୫ ବର୍ଷର ୭୫୦ ସୁସ୍ଥ ଲୋକଙ୍କୁ ଟୀକା ଦିଆଯିବ ।


Share It

Comments are closed.