ଏସିଆର ପ୍ରଥମ ମହିଳା ସନ୍ତରଣକାରୀ


ଆରତି ଶାହା ଭାରତ ତଥା ଏସିଆର ପ୍ରଥମ ମହିଳା ସନ୍ତରଣକାରୀ ଯେ ୧୯୫୯ ମସିହାରେ ଇଂରେଜ ଚ୍ୟାନେଲର ସନ୍ତରଣ କରିଥିଲେ । ସେଥିପାଇଁ ସେ ୧୯୬୦ରେ ସମ୍ମାନନୀୟ ପୁରଷ୍କାର ପଦ୍ମଶ୍ରୀର ଅଧିକାରୀ ମଧ୍ୟ ହୋଇଥିଲେ । ସନ୍ତରଣକାରୀ ମିହିର ସେନଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ଆରତି ପ୍ରଥମେ ୪ ବର୍ଷ ବୟସରେ ସନ୍ତରଣ ଆରମ୍ଭ କରିଥିଲେ । ଏବଂ ତାଙ୍କର ଏହି ପ୍ରତିଭାକୁ ସଚିନ ନାଗ ଦେଖି ତାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।
ଆରତି ୨୪ ସେପ୍ଟେମ୍ବର ୧୯୪୦ ମସିହାରେ ଏକ ବଙ୍ଗାଳି ପରିବାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଆର୍ମଡ ଫୋର୍ସରେ ଏକ ସାଧାରଣ କର୍ମଚାରୀ ଥିବା ବେଳେ ମା ଜଣେ ସାଧାରଣ ଘରୋଇ ମହିଳା ଥିଲେ । ଆରତି ମାତ୍ର ଅଢେଇ ବର୍ଷ ବୟସରେ ତାଙ୍କ ମାଙ୍କୁ ହରାଇଥିଲେ ଏବଂ ତାହା ପରେ ନିଜର ଜେଜେ ମାଙ୍କ ପାଖରେ ଉତ୍ତର କୋଲକାତାରେ ରହି ବଡ ହୋଇଥିଲେ । ତାଙ୍କର ସନ୍ତରଣ ପ୍ରତି ଆଶକ୍ତି ଦେଖିବା ପରେ ତାଙ୍କର ପିତା ପଞ୍ଚଗୋପାଳ ଶାହା ତାଙ୍କୁ ହାଟଖୋଲା ସ୍ୱିମିଙ୍ଗ କ୍ଲବରେ ଆଡମିଶନ କରିଥିଲେ । ୧୯୪୬ ମସିହାରେ, କେବଳ ୫ ବର୍ଷ ବୟସରେ ୧୧୦ ୟାର୍ଡର ସୌଲେନ୍ଦ୍ର ମେମୋରିଆଲ ସ୍ୱିମିଙ୍ଗ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ହାସଲ କରିଥିଲେ । ୧୯୪୫ ରୁ ୧୯୫୧ ମଧ୍ୟରେ ପଶ୍ଚିମ ବଙ୍ଗରେ ସେ ୨୨ଟି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବିଜୟି ହୋଇଥିଲେ ।
ସେ ସର୍ବଦା ଗାଙ୍ଗେସରେ ଲମ୍ବା ଦୂରତାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ବେଳେ ବ୍ରିଜୋନ ଦାସଙ୍କ ଦ୍ୱାରା ଇଂରାଜୀ ଚ୍ୟାନେଲ କ୍ରସ କରିବା ପାଇଁ ପ୍ରୋତ୍ସାହନ ପାଇଥିଲେ । ବ୍ରିଜନ ଦାସ ଭାରତର ପ୍ରଥମ ପୁରୁଷ ଯେ ଇଂରାଜୀ ଚ୍ୟାନେଲ କ୍ରସ କରିଥିଲେ । ଏହା ପରେ ସେ ୧୯୫୯ ମସିହାରେ ଇଂରାଜୀ ଚ୍ୟାନେଲ କ୍ରସ କରି ଦେଶରେ ପ୍ରଥମ ମହିଳା ସ୍ୱିମର ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେ ଅଲମ୍ପିକରେ ମଧ୍ୟ ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ଅଂଶ ଗ୍ରହଣ କରି ମାତ୍ର ୩ମିନିଟ ୪୦.୮ ସେକେଣ୍ଡର ସମୟର ହିଟ ଷ୍ଟ୍ରୋକ କରିଥିଲେ । ଏହାର ଠିକ ଏକ ବର୍ଷ ତଥା ୧୯୬୦ ମସିହାରେ ସେ ଭାରତର ଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୯୯୪ ମସିହା ଅଗଷ୍ଟ ୨୩ରେ ଜଣ୍ଡିସ ଏବଂ ଏନସେଫାଲିଟିସ ରେଗ କାରଣରୁ କୋଲକାତାର ଏକ ଘରୋଇ ହସପିଟାଲରେ ମୃତ୍ୟୁ ବରଣ କରିଥିଲେ


Share It

Comments are closed.