ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ସଂଗ୍ରହ କରୁଥିବାବେଳେ ଆରଏସଏସ ନେତାଙ୍କୁ ଗୁଳି, ହସ୍ପିଟାଲରେ ଭର୍ତ୍ତି


ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସାରା ଦେଶରେ ଚାନ୍ଦା ଆଦାୟର ଅଭିଯାନ ଚାଲିଛି । ଏହି ଚାନ୍ଦା ଆଦାୟ ଅଭିଯାନର ଦାୟିତ୍ୱ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଉପରେ ନ୍ୟସ୍ତ କରାଯାଇଛି । ଏହି ମଧ୍ୟରେ କୋଟା ଜନପଦର ରାମଗଞ୍ଜ ମଣ୍ଡିରେ ରାମମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଗ୍ରହଣ ଅଭିଯାନ ଚାଲୁଥିବାବେଳେ ଦୀପକ ଶାହା ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଫାଇରିଙ୍ଗ ହୋଇଥିଲା, ଯାହା ଫଳରେ ଦୀପକଙ୍କ ଗୋଡ ଏବଂ ଜଙ୍ଘରେ ଦୁଇଚି ଗୁଳି ବାଜିଥିଲା । ଜାଣିବାକୁ ମିଳିଛି ଯେ, ଆକ୍ରମଣକାରୀ ବାଇକରେ ଆସିଥିଲେ ।
ଏହା ପରେ ତାଙ୍କୁ ଚିକିତ୍ସା ପାଇଁ କୋଟାସ୍ଥିତ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫାଇରିଙ୍ଗ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଦୀପିକାଙ୍କୁ ପୂର୍ବରୁ କେହି ଜଣେ ଅଚିହ୍ନା ବ୍ୟକ୍ତି ଧମକ ଦେଇଥିଲେ, ଏହାକୁ ନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ଉକ୍ତ ଅଚିହ୍ନା ବ୍ୟକ୍ତି ଜଣକ ଏହି କାଣ୍ଡ ଘଟାଇଥିବାର ସନ୍ଦେହ କରାଯାଉଛି ।


Share It

Comments are closed.