କଟକ ସନ୍ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ


କଟକ ସନ୍(sun) ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ନିଆଁ ଲିଭାରେ ୬ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି। ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଛି। ସନ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ବ୍ୟବହାର କରାଯାଉଥିଲା।

ସୂଚନାଯୋଗ୍ୟ ଯେ, କଟକ ତୁଳସୀପୁରରେ ଥିବା ‘ସନ୍’ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇନାହଁ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛିନ୍ତି । ନିଆଁ ଲିଭା କାର୍ଯ୍ୟରେ ୬ଟି ଦମକଳ ବାହିନୀ ଲାଗିଛନ୍ତି । ହସ୍ପିଟାଲରେ ନିଆଁ ଲାଗିବା ଯୋଗୁଁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ହାଇଡ୍ରୋଲିକ୍ ସିଡି ସହାୟତାରେ ରୋଗୀ ଉଦ୍ଧାର କରାଯାଉଛି। ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରଯାଉଛି । ଘଟଣା ସ୍ଥଳରେ ୧୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି। ଜିଲାପାଳ, ପୁଲିସ କମିଶନର ଓ ସିଏମସି କମିଶନରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତି ଅଛନ୍ତି। କେହି ମୃତାହତ ହୋଇନଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସୂଚନା ଦେଇଛନ୍ତି।


Share It

Comments are closed.