ସ୍ମାର୍ଟୱାଚ୍ ବଜାରରେ ଶୀର୍ଷରେ ରହିଛି ଘରୋଇ ଟେକ୍ ଷ୍ଟାର୍ଟଅପ୍ ଫାୟାର୍‌-ବୋଲ୍ଟ


ଭୁବନେଶ୍ୱର : ସଦ୍ୟତମ ଇଂଟରନ୍ୟାଶନାଲ ଡାଟା କର୍ପୋରେଶନ (ଆଇଡିସି) ରିପୋର୍ଟ ଅନୁଯାୟୀ ୱେରେବୁଲ୍ ୱାଚ୍ ମାର୍କେଟ୍‌ରେ ଏକ ଅପ୍ରତିଦ୍ୱନ୍ଦୀ ଲିଡର୍ ଭାବେ ବିବେଚିତ ହୋଇ ଘରୋଇ ୱେରେବୁଲ ଓ ଅଡିଓ ବ୍ରାଣ୍ଡ ଫାୟାର-ବୋଲ୍ଟ ଫ୍ରଂଟ୍‌-ରନର୍ ବା ଆଗଧାଡିର କମ୍ପାନୀଗୁଡିକୁ ଅତିକ୍ରମ କରିଛି । ଫାୟାରବୋଲ୍ଟ କେବଳ ୧୫ ମାସ ମଧ୍ୟରେ ବଜାରରେ ଏହି ଶୀର୍ଷ ସ୍ଥାନ ହାସଲ କରିପାରିଛି ଏବଂ ଆଜି ଏହା ୱେରେବୁଲ ୱାଚ୍ କ୍ୟାଟାଗୋରିରେ ସବୃହତ୍ ନାମ ଅଟେ । ଏହି ସଫଳତାକୁ ପାଳନ କରିବା ପାଇଁ ବ୍ରାଣ୍ଡ ପକ୍ଷରୁ ଭୁବନେଶ୍ୱରରେ ଏହାର ପ୍ରମୁଖ ରିଟେଲ୍ ପାର୍ଟନରଙ୍କ ସହିତ ଶ୍ରୀଯୁକ୍ତ ଅମିତ୍ ଶ୍ରୀବାସ୍ତବ (ପ୍ରଡକ୍ଟ ମ୍ୟାନେଜର ଫାୟାର-ବୋଲ୍ଟ), କୁନାଲ ବୋଷ (ଆର୍‌ଏସ୍‌ଏମ୍ ଫାୟାରବୋଲ୍ଟ), ସୁଜିତ୍ ଦାସ (ଡିଜିଏମ୍ ସାଭେକ୍ସ ଟେକ୍ନୋଲୋଜିସ୍‌) ଓ ଜୟ ସାଦାନି (ରିଜିଓନାଲ ଡିଷ୍ଟ୍ରିବ୍ୟୁଟର ଆର୍‌ଜେଏସ୍ ଏଂଟର୍‌ପ୍ରାଇଜେସ୍‌ର ଏମ୍‌ଡି)ଙ୍କ ଉପସ୍ଥିତିରେ ଏକ ମିଟ୍ ଆଣ୍ଡ ଗ୍ରିଟ୍ ବା ସାକ୍ଷାତ ଓ ଅଭିବାଦନ ଅଧିବେଶନର ଆୟୋଜନ କରାଯାଇଛି ।

ଶିଳ୍ପ ଏକ ସ୍ଥିର ଗତିରେ ଆଗକୁ ବଢିବା ସତ୍ୱେ, ଫାୟାର-ବୋଲ୍ଟ ତ୍ରୈମାସ ଆଧାରରେ ୪୭.୫% ଅଭିବୃଦ୍ଧି ହାସଲ କରିବା ସହିତ ଶିଳ୍ପର ୬୨୮,୭୮୯ ତୁଳନାରେ ମୋଟ ୯୧୬,୭୬୫ ୟୁନିଟ୍ ବିକ୍ରି କରିଛି ଏବଂ ସମଗ୍ର ଶିଳ୍ପ ହାରାହାରି ୨୫% ହ୍ରାସ ହୋଇଛି । ଫାୟାର-ବୋଲ୍ଟ ହେଉଛି ଏକମାତ୍ର ବ୍ରାଣ୍ଡ ଯାହା ଆକ୍ରମଣାତ୍ମକ ଭାବେ ଅଫ୍‌ଲାଇନ୍ ବଜାର ଉପରେ ଗୁରୁତ୍ୱ ଦେଇଥିଲା । ଏହି ବ୍ରାଣ୍ଡ ଅନ୍‌ଲାଇନ ୍‌ଓ ଅଫ୍‌ଲାଇନ୍ ମାର୍କେଟିଂକୁ ଏକ ୫୦-୫୦% ଅନୁପାତରେ ବିଭାଜନ କରିଛି ଯାହା କମ୍ପାନୀକୁ ପ୍ରତିମାସରେ ୫ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି କରିବାରେ ସାହାଯ୍ୟ କରୁଛି ।

ଏହି ସଫଳତା ଉପରେ ମତ ରଖି ଫାୟାର-ବୋଲ୍ଟର ପ୍ରତିଷ୍ଠାତା ଓ ସିଇଓ ଅର୍ଣ୍ଣବ କିଶୋର କହିଛନ୍ତି, “ ଓଡିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଆମେ ଆମ ସହଯୋଗୀଙ୍କ ସହିତ ଏହି ରିଟେଲ୍ ବୈଠକର ଆୟୋଜନ କରି ଖୁସି ଅନୁଭବ କରୁଛୁ । ଏହି ଅଧିବେଶନଗୁଡିକ ଆମକୁ ଆମର ରିଟେଲ୍ ପାର୍ଟନରଙ୍କ ସହ ନିୟୋଜିତ ହେବା ଏବଂ ଅଧିକ ଉନ୍ନତ ହେବା ପାଇଁ ଅନ୍‌-ଗ୍ରାଉଣ୍ଡ ସ୍ଥିତି ଜାଣିବାରେ ସାହାଯ୍ୟ କରୁଛି । ଫାୟାର-ବୋଲ୍ଟ ୱେରେବୁଲ ୱାଚ୍ ମାର୍କେଟ୍‌ରେ ଏକ ନମ୍ବର କମ୍ପାନୀରେ ପରିଣତ ହେବା ପାଇଁ ଆଗକୁ ବଢିଛି ଏବଂ ଏହା ଆମ ସହଯୋଗୀମାନଙ୍କ ସମର୍ଥନ ବିନା ସମ୍ଭବ ହୋଇପାରିନଥାନ୍ତା । ଆମେ ଆମର ବିବିଧ ପ୍ରଡକ୍ଟ ପୋର୍ଟଫୋଲିଓ ଓ ଭାଲ୍ୟୁ-ଫର୍‌-ମନି ଅଫରିଙ୍ଗ୍ ସହିତ ଏଭଳି ଏକ ସ୍ୱଳ୍ପ ଅବଧିରେ ଏହି ସଫଳତା ହାସଲ କରି ଗୌରବାନ୍ୱିତ ମନେ କରୁଛୁ ।”

ଉତ୍ସାହକୁ ବୃଦ୍ଧି କରି ଫାୟାରବୋଲ୍ଟର ସହପ୍ରତିଷ୍ଠାତା ଆୟୁଷି କିଶୋର କହିଛନ୍ତି, ‘ ଫାୟାର-ବୋଲ୍ଟରେ ଆମେ ବିଶ୍ୱାସ କରୁଛୁ ଯେ, ଭାରତୀୟ ବଜାରଗୁଡିକରେ ଗଭୀର ଭାବେ ବିସ୍ତାରିତ ହେବା ପାଇଁ ଏଭଳି ମିଟ୍‌-ଅପ୍ ସେଶନଗୁଡିକର ଆୟୋଜନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଆମର ଧ୍ୟାନ ଆମର ଉତ୍ପାଦ ଶୃଙ୍ଖଳାକୁ ସମ୍ପ୍ରସାରଣ କରିବା ଏବଂ ଆକ୍ରମଣାତ୍ମକ ମାର୍କେଟିଂ ପାଇଁ ସେଲିବ୍ରିଟି ଏଣ୍ଡୋର୍ସମେଂଟ୍ କରିବା ଉପରେ ଜାରି ରହିବ । ଆମର ବ୍ରାଣ୍ଡ ଆମ୍ବାସାଡର୍ ବିରାଟ କୋହଲି ଓ ବିକି କୌଶଲଙ୍କ ସମର୍ଥନ ସହିତ ଆମେ ବିଜୟ ଧାରା ଜାରି ରଖିବାକୁ ଏବଂ ବୃହତ୍ ସଫଳତା ହାସଲ କରିବା ପାଇଁ ବ୍ୟାପକ ସ୍ତରରେ ବଜାରଗୁଡିକୁ ଟାର୍ଗେଟ୍ କରିବା ଜାରି ରଖିବାକୁ ଲକ୍ଷ୍ୟ ରଖିଛୁ ।”

ଫାୟାର-ବୋଲ୍ଟର ଏକ ମଜଭୁତ ଅଫ୍‌ଲାଇନ୍ ମାର୍କେଟିଂ ନେଟ୍‌ୱର୍କ ରହିଛି ଯାହା ବର୍ତମାନ ରିଲାଏନ୍ସ, କ୍ରୋମା, ବିଜୟ ସେଲ୍‌ସ ଭଳି ଅଗ୍ରଣୀ ରିଟେଲ୍‌ରଙ୍କ ସମେତ ଦେଶବ୍ୟାପୀ ୭୫୦ରୁ ଅଧିକ ସହରରେ ୩୦,୦୦୦ ଆଉଟ୍‌ଲେଟ୍‌କୁ ସମ୍ପ୍ରସାରିତ ହୋଇଛି । ଏହି ବ୍ରାଣ୍ଡର ଓଡିଶାରେ ୧୦୦୦ ଆଉଟ୍‌ଲେଟ୍ ରହିଛି । ଚଳିତ ବର୍ଷ ବ୍ରାଣ୍ଡ ପ୍ରତି ମାସରେ ଏକ ମିଲିୟନ ୟୁନିଟ୍ ଉତ୍ପାଦ ସିପ୍ କରିବାର ଏକ ଲକ୍ଷ୍ୟ ସହିତ ଆସନ୍ତା ୬ ମାସରେ ୧ ଲକ୍ଷ ଆଉଟ୍‌ଲେଟ୍‌କୁ ସମ୍ପ୍ରସାରିତ ହେବାକୁ ଲକ୍ଷ୍ୟ ରଖିଛି । ଗତ ଆର୍ଥିକ ବର୍ଷ ପାଇଁ ବର୍ତମାନର ୫୦୦ କୋଟି ଟଙ୍କାର ରାଜସ୍ୱର ଆସନ୍ତା ବର୍ଷ ପାଇଁ ୩ ଗୁଣ ବୃଦ୍ଧି କରିବାର ଏକ ଲକ୍ଷ୍ୟ ରଖିଛି ।


Share It

Comments are closed.