‘ତାଣ୍ଡବ’କୁ ନେଇ ନିର୍ମାତା କ୍ଷମା ମାଗିବା ସତ୍ତ୍ୱେ ମଧ୍ୟ ଥମିବାର ନାମ ନେଉ ନାହିଁ ବିବାଦ, ମାମଲା ରୁଜୁ


ଆମାଜନ ପ୍ରାଇମର ୱେବ ସିରିଜ ‘ତାଣ୍ଡବ’ ଉପରେ ଉତ୍ତର ପ୍ରଦେଶ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛନ୍ତି । ଲକ୍ଷ୍ନୌର ହଜରତଗଞ୍ଜ ଥାନା ପରେ ବର୍ତ୍ତମାନ ଗ୍ରେଟର ନୋଏଡାର ରାବୁପୁରା ଥାନାରେ ‘ତାଣ୍ଡବ’ ୱେବ ସିରିଜର ନିର୍ଦ୍ଦେଶକ, ନିର୍ମାତା, ଅଭିନେତା ସୈଫ ଅଲ୍ଲୀ ଖାନ, ସୁନିଲ ଗୋଭର ଏବଂ ଡିମ୍ପଲ କାପାଡିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ୱେବ ସିରିଜ ଉପରେ ଆଇପିସି ଧାରା ୧୫୩ଏ, ୨୯୫, ୫୦୫ ଅଧୀନରେ ମାମଲା ରୁଜୁ କରାଯାଇଛି । ଏହା ଛଡା ଆଇଟି ଆକ୍ଟର କିଛି ଧାରା ଏହି ଅଭିଯୋଗରେ ସିରିଜ ଏବଂ ନିର୍ମାତାଙ୍କ ଉପରେ ଲଗା ଯାଇଛି । ସିରିଜରେ ପୋଲିସଙ୍କୁ ଅପମାନ କରାଯିବା ଏବଂ ଲୋକଙ୍କ ଭାବନାଙ୍କୁ ଆଘାତ ପହଞ୍ଚାଇବାର ଅଭିଯୋଗ ଲଗାଯାଇଛି । ଏହି ୱେବ ସିରିଜର କିଛି ଅଂଶ ଗ୍ରେଟର ନୋଏଡାରେ ସୁଟିଂ କରାଯାଇଥିଲା, ଯାହାକି ଏହି ଥାନା ଅଧିନରେ ଆସୁଛି ଯେଉଁଠାରେ ସୁଟିଂ କରାଯାଇଥିଲା । ମୋଟାମୋଟି ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି, ଯେଉଁଥିରେ ଫିଲ୍ମ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫର, ନିର୍ମାତା ଆମାଜନ ପ୍ରାଇମ ଭିଡିଓର କଣ୍ଟେଣ୍ଟ ହେଡ, ଅଭିନେତା ସୈଫ ଅଲ୍ଲୀଖାନ, ଡିମ୍ପଲ କାପାଡିଆ ଏବଂ ସୁନିଲ ଗୋଭରଙ୍କ ନାମ ରହିଛି ।


Share It

Comments are closed.