ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ଓଡ଼ିଶାରେ ପାଳିତ ରଥଯାତ୍ରାକୁ ସହଯୋଗ

- ରଥଯାତ୍ରା ପାଇଁ ପୁରୀ ବେଳାଭୂମିରେ କମ୍ପାନୀ ପକ୍ଷରୁ ଏକ ନିଆରା ପିଭିସି ପାଇପ ରଥ ଉନ୍ମୋଚନ କରାଯାଇଛି


ଭୁବନେଶ୍ୱର/ ପୁରୀ: ପିଭିସି ପାଇପ୍ ଓ ଫିଟିଂର ଅଗ୍ରଣୀ ନିର୍ମାତା ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ପୁରୀରେ ଆୟୋଜିତ ସମ୍ମାନଜନକ ରଥଯାତ୍ରା ମହୋତ୍ସବକୁ ନିରନ୍ତର ସମର୍ଥନ ଘୋଷଣା କରାଯାଇଛି । ପ୍ରତିବର୍ଷ ୧୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଏହି ରଥଯାତ୍ରା ହେଉଛି ଓଡ଼ିଶାର ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟର ମୂଳଦୁଆ ।
ଏହି ମହୋତ୍ସବ ପ୍ରତି ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ତୀର୍ଥଯାତ୍ରୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ଟୋପି ଏବଂ ଛତା ସମେତ ବିଭିନ୍ନ ସହାୟତା ସାମଗ୍ରୀ ପ୍ରଦାନ କରିଥିଲା । ସ୍ୱର୍ଗଦ୍ୱାର ଫାଟକ ନିକଟ ପୁରୀ ବେଳାଭୂମିରେ କମ୍ପାନି ଏକ ଅନନ୍ୟ ପିଭିସି ପାଇପ ଏବଂ ଫିଟିଂ ରଥ ଢାଞ୍ଚା ମଧ୍ୟ ନିର୍ମାଣ କରିଛି ଯାହା ରଥଯାତ୍ରାରେ ଯୋଗ ଦେଉଥିବା ପର‌୍ୟ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ସେଲଫି ସ୍ପଟ୍ ଭାବରେ କାର‌୍ୟ୍ୟ କରିଥିଲା ।
ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟିଂ ଆଣ୍ଡ ଯୋଗାଯୋଗ ଉପାଧ୍ୟକ୍ଷ ସୁମିତ ଭାଟିଆ କହିଛନ୍ତି ଯେ, ’ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ରଥଯାତ୍ରାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ୱ ରହିଛି । ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜରେ ଏହି ଭବ୍ୟ ଉତ୍ସବରେ ଯୋଗଦାନ କରି ଓଡ଼ିଶାବାସୀଙ୍କ ସହ ଆମର ସମ୍ପର୍କକୁ ସୁଦୃଢ଼ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । ରଥଯାତ୍ରା ପାଇଁ ଆମର ସମର୍ଥନ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।’’
ରଥଯାତ୍ରାରେ ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସମ୍ପୃକ୍ତି ବ୍ରାଣ୍ଡିଂ ଓ ବିଜ୍ଞାପନଠାରୁ ଅଧିକ ଥିଲା । କମ୍ପାନି ଏହାକୁ ଏହାର ଚ୍ୟାନେଲ ଅଂଶୀଦାରମାନଙ୍କ ସହିତ ଜଡ଼ିତ ହେବା, ଗୋଷ୍ଠୀ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ସବରେ ଅଂଶଗ୍ରହଣ କରିବାର ଏକ ସୁଯୋଗ ଭାବରେ ଦେଖିଛି ଯାହା ଏହି ଅଞ୍ଚଳ ପାଇଁ ଗଭୀର ଅର୍ଥ ବହନ କରୁଛି । ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ମୂଳ ମୂଲ୍ୟବୋଧ ଏବଂ ଲକ୍ଷ୍ୟ ସହିତ ଅନୁକୂଳ ସାଂସ୍କୃତିକ କାର‌୍ୟ୍ୟକ୍ରମଗୁଡ଼ିକୁ ସମର୍ଥନ କରିବା ଏବଂ ଦୃଢ଼ ଗୋଷ୍ଠୀ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।


Share It

Comments are closed.