ଖୁବ ଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା, ଭିସେରା ରିପୋର୍ଟରୁ ଜଣା ପଡିବ ଏହା ହତ୍ୟା ନା ଆତ୍ମହତ୍ୟା


ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଏବେ ଖୋଲିଯିବ। ଖୁବ୍ ଶୀଘ୍ର ଏମ୍ସର ଫରେନସିକ୍ ଟିମ୍ ଅଭିନେତାଙ୍କ ମୃତ୍ୟୁର କାରଣର ଖୁଲାସା କରିବ। ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ ଆସିବ। ବିସେରା ରିପୋର୍ଟ ମିଳିବା ପରେ ଏମ୍ସର ଡାକ୍ତରଙ୍କ ପ୍ୟାନେଲ୍ ସୁଶାନ୍ତଙ୍କ ମୃତ୍ୟୁ ଉପରେ ଅନ୍ତିମ ଥର ବୈଠକରେ ବସିବ। ଏହି ବୈଠକରେ ସୁଶାନ୍ତଙ୍କ ଭିସେରା ଏବଂ ପୋଷ୍ଟମର୍ଟମ ରିପୋର୍ଟ ଉପରେ କଥାବାର୍ତ୍ତା ହେବ। ଭିସେରା ରିପୋର୍ଟରୁ ପରିଷ୍କାର ହେବ ଯେ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା ନା ନାହିଁ। ଏହା ପୂର୍ବରୁ କଲିନା ଫରେନସିକ ନିଜ ରିପୋର୍ଟରେ ଭିସେରା ରିପୋର୍ଟକୁ ନେଗେଟିଭ କହିଥିଲା। ପୁଣି ଥରେ ସାମନାକୁ ଆସିଥିବା ଏହି ରିପୋର୍ଟ ସୁଶାନ୍ତଙ୍କ ୨୦ପ୍ରତିଶତ ଭିସେରା ଯାଞ୍ଚ ଉପରେ ପ୍ରସ୍ତୁତ କରାଯାଇଛି। କାରଣ ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ୮୦ପ୍ରତିଶତ ଭିସେରା ନିଜ ତଦନ୍ତରେ ବ୍ୟବହାର କରି ନେଇଥିଲା। ଭିସେରା ରିପୋର୍ଟ ସୁଶାନ୍ତଙ୍କ ମୃତ୍ୟୁର ସମୟ ମଧ୍ୟ କହିବ। ସୁଶାନ୍ତ ମାମଲାର ଯାଞ୍ଚ ଏନସିବି,ଇଡି ଏବଂ ସିବିଆଇ ମଧ୍ୟ କରୁଛନ୍ତି।


Share It

Comments are closed.