ଆର୍ଥିକ ସାକ୍ଷରତା ହେଉଛି ସଶକ୍ତୀକରଣର ଚାବିକାଠି : ଜିଆରଏସ୍ଇ’ର ନିଦେଶକ (ଅର୍ଥ) ଶ୍ରୀ ଆର୍ କେ ଦାଶ

Share It

ଭୁବନେଶ୍ୱର : ଗାର୍ଡେନ ରିଚ୍ ଶିପ୍ବିଲ୍ଡର୍ସ ଓ ଇଞ୍ଜିନୀୟର୍ସ ଲିମିଟେଡ୍ (ଜିଆରଏସ୍ଇ)ର ନିଦେଶକ (ଅର୍ଥ) ଭାବରେ ଶ୍ରୀ ଆର୍.କେ ଦାଶ ଜଣେ ଅଭିଜ୍ଞ ଆର୍ଥିକ ପେସାଦାର ଏବଂ ବିଭିନ୍ନ ଶିଳ୍ପରେ ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ନିଜର ଅଭିନବ ଚିନ୍ତାଧାରା ଏବଂ ପରିବର୍ତନଶୀଳ ଆର୍ଥିକ ରଣନୀତି ପାଇଁ ଜଣାଶୁଣା ସେ ଅନେକ ସଂଗଠନର ଆର୍ଥିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଏକ ଗଭୀର ବାର୍ତାଳାପରେ ଶ୍ରୀ ଦାଶ କେବଳ କର୍ପୋରେଟ୍ ମାନଙ୍କ ପାଇଁ ନୁହେଁ, ବ୍ୟକ୍ତିବିଶେଷ ଏବଂ କ୍ଷୁଦ୍ର ବ୍ୟବସାୟ ପାଇଁ ମଧ୍ୟ ଆର୍ଥôକ ସାକ୍ଷରତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ମତରେ, ଆମର ଶିକ୍ଷାଗତ ପାଠ୍ୟକ୍ରମରେ ଇତିହାସ, ଭୂଗୋଳ, ବିଜ୍ଞାନ ଏବଂ ଗଣିତ ଭଳି ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ଏହା ପ୍ରାୟତଃ ଏକ ଦକ୍ଷତାକୁ ଅବହେଳା କରିଥାଏ ଯାହା ଦୈନନ୍ଦିନ ଜୀବନର ପ୍ରତ୍ୟେକ ଦିଗକୁ ପ୍ରଭାବିତ କରିଥାଏ – ବ୍ୟକ୍ତିଗତ ଆର୍ଥôକ ପରିଚାଳନା । ଆର୍ଥôକ ଜ୍ଞାନର ଅଭାବ ଅନେକ ସମୟରେ ଆର୍ଥôକ ସମସ୍ୟା ସୃଷ୍ଟି କରିଥାଏ, ଯାହା ଖାଦ୍ୟ, ଆଶ୍ରୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତାକୁ ସିଧାସଳଖ ପ୍ରଭାବିତ କରିଥାଏ । ଆର୍ଥôକ ସାକ୍ଷରତା ବିଳାସ ନୁହେଁ, ଏହା ଏକ ଆବଶ୍ୟକତା ।

ଏହି ଧାରଣାକୁ ସରଳ ଶବ୍ଦରେ ବର୍ଣ୍ଣନା କରି ଶ୍ରୀ ଦାଶ ଆର୍ଥôକ ସାକ୍ଷରତାକୁ ସାଧାରଣ ସାକ୍ଷରତା ସହ ତୁଳନା କରିଥିଲେ । “ଯେପରି ସାକ୍ଷରତା ଜଣେ ବ୍ୟକ୍ତିଙ୍କୁ ପଢିବା ଏବଂ ଲେଖିବାରେ ସକ୍ଷମ କରେ, ଆର୍ଥôକ ସାକ୍ଷରତା ଜଣେ ବ୍ୟକ୍ତିଙ୍କୁ ବୁଦ୍ଧିମତା ସହିତ ଅର୍ଥ ପରିଚାଳନା କରିବାକୁ ସକ୍ଷମ କରେ – ଯୋଜନା କରିବା, ସଂଚୟ କରିବା, ସାବଧାନତାର ସହ ଖର୍ଚ୍ଚ କରିବା ଏବଂ ନିବେଶ କରିବା । ଏହା ବ୍ୟକ୍ତିବିଶେଷଙ୍କୁ ସୁଚିନ୍ତିତ ଆର୍ଥôକ ନିଷ୍ପର୍ତି ନେବାରେ ସାହାଯ୍ୟ କରିଥାଏ ଯାହା ଅଧିକ ସୁରକ୍ଷିତ ଜୀବନ ନେଇଥାଏ ।


Share It

Comments are closed.