ଆର୍ଥିକ ସ୍ୱାଧୀନତା, ଆପଣଙ୍କ ଉପାୟରେ-ଟାଟା ଏଆଇଏ ପକ୍ଷରୁ ସ୍ମାର୍ଟ ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଶୁଭ ଫ୍ଲେକ୍ସି ଇନକମ ପ୍ଲାନର ଶୁଭାରମ୍ଭ

Share It

ଭୁବନେଶ୍ୱର: ଜୀବନ ସ୍ୱପ୍ନରେ ପରିପୂର୍ଣ୍ଣ – ଘର କିଣିବା, ଆପଣଙ୍କ ପିଲାଙ୍କ ପାଠପଢ଼ା ପାଇଁ ଅର୍ଥ ଯୋଗାଣ କରିବା, ଅବିସ୍ମରଣୀୟ ଛୁଟି ପାଇଁ ଯୋଜନା କରିବା କିମ୍ବା ଚିନ୍ତାମୁକ୍ତ ଅବସର ଉପଭୋଗ କରିବା। ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେବଳ ଆର୍ôଥକ ସୁରକ୍ଷା ନୁହେଁ ବରଂ ଏକ ଯୋଜନା ମଧ୍ୟ ଆବଶ୍ୟକ ଯାହା ଆପଣଙ୍କ ଆବଶ୍ୟକତା ବିକଶିତ ହେବା ସହିତ ଅନୁକୂଳ ହେବ। ଭାରତର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ (ଟାଟା ଏଆଇଏ) ଟାଟା ଏଆଇଏ ଶୁଭ ଫ୍ଲେକ୍ସି ଇନକମ୍ ଯୋଜନା ଆରମ୍ଭ କରିଛି, ଯାହା ଆର୍ଥିକ ନିରାପତା ଏବଂ ସମ୍ପତି ସୃଷ୍ଟି ଦିଗରେ ଏକ ଗ୍ରାହାକ କୈନ୍ଦ୍ରୀକ ଆଭିମୁଖ୍ୟ ପ୍ରଦାନ କରୁଥିବା ଏକ ଅଭିନବ ଜୀବନ ବୀମା ସଞ୍ଚୟ ସମାଧାନ।

ଆପଣଙ୍କ ଆର୍ଥିକ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି – ମୂଳରେ ଗ୍ରାହାକ କୈନ୍ଦ୍ରୀକ ଆଭିମୁଖ୍ୟ

ଶୁଭ ଫ୍ଲେକ୍ସି ଇନକମ ଯୋଜନା ହେଉଛି ଏକ ଅଣ-ଲିଙ୍କ୍‌, ଅଂଶଗ୍ରହଣକାରୀ ଜୀବନ ବୀମା ସଂଚୟ ଯୋଜନା ଯାହା ଆପଣଙ୍କୁ ଆପଣଙ୍କ ଆବଶ୍ୟକତା ଆଧାରରେ ଆପଣଙ୍କ ଆର୍ଥିକ ଯୋଜନାକୁ ପ୍ରସ୍ତୁତ କରିବାକୁ ସଶକ୍ତ କରିବ। ପ୍ରାରମ୍ଭରୁ ଗ୍ରାହାକ କୈନ୍ଦ୍ରୀକ ଆଭିମୁଖ୍ୟ ପ୍ରଦାନ କରି ଏହି ଯୋଜନା ତିନିଟି ଉପଯୁକ୍ତ ବିକଳ୍ପ ପ୍ରଦାନ କରୁଛି। ପ୍ରତ୍ୟେକ ବିକଳ୍ପକୁ ନିର୍ଦ୍ଦିଷ୍ଟ ଆର୍ଥିକ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

– ଏଣ୍ଡାଓମେଣ୍ଟ ବିକଳ୍ପ: ଦୀର୍ଘମିଆଦୀ ସଂଚୟ ବୃଦ୍ଧି ପାଇଁ ଆଦର୍ଶ। ଏହି ବିକଳ୍ପ ଆପଣଙ୍କୁ ପ୍ଲାନ ଶେଷରେ ଏକକାଳୀନ ଦେୟ ପ୍ରଦାନ କରିଥାଏ । ଘର କିଣିବା, ପିଲାଙ୍କ ପାଠପଢ଼ା କିମ୍ବା ଭବିଷ୍ୟତ ପାଇଁ ଆର୍ôଥକ ନିରାପତା ସୁନିଶ୍ଚିତ କରିବା ଭଳି ବଡ଼ ଜୀବନ ଲକ୍ଷ୍ୟ ପାଇଁ ଏହା ବହୁତ ଭଲ।
– ପ୍ରାରମ୍ଭିକ ଆୟ ବିକଳ୍ପ: ଯେଉଁମାନେ ନିୟମିତ ନଗଦ ପ୍ରବାହ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ବିକଳ୍ପ ଯୋଜନାର ପ୍ରଥମ ବର୍ଷରୁ ବାର୍ଷିକ ନଗଦ ବୋନସ ପ୍ରଦାନ କରିଥାଏ ।
– ସ୍ଥଗିତ ଆୟ ବିକଳ୍ପ: ଦୀର୍ଘମିଆଦୀ ସମ୍ପତି ସଂଚୟ କିମ୍ବା ଆଗୁଆ ଅବସର ପାଇଁ ଯୋଜନା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ବିକଳ୍ପ ପ୍ରିମିୟମ୍ ଦେୟ ଅବଧି ପରେ ନଗଦ ବୋନସକୁ ଅନୁମତି ଦେଇଥାଏ ଏବଂ ବର୍ଦ୍ଧିତ ଅଭିବୃଦ୍ଧି ପାଇଁ ଦେୟ ସ୍ଥଗିତ ରଖିବାର ସୁବିଧା ପ୍ରଦାନ କରିଥାଏ।
ଏହି ଯୋଜନାର ମୂଳ ଫାଇଦା ହେଉଛି ଏହାର ଗ୍ରାହାକ କୈନ୍ଦ୍ରୀକ ଆଭିମୁଖ୍ୟ । ଉପଭୋକ୍ତାଙ୍କୁ ସେମାନଙ୍କ ପରିସ୍ଥିତି ବିକଶିତ ହେବା ସହିତ ସେମାନଙ୍କର ଆର୍ôଥକ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଅନୁମତି ଦେଉଛି।

କେବଳ ସଂଚୟଠାରୁ ଅଧିକ–ମାନସିକ ଶାନ୍ତି ପାଇଁ ନିର୍ମିତ ସୁରକ୍ଷା

ଶୁଭ ଫ୍ଲେକ୍ସି ଇନକମ ଯୋଜନା କେବଳ ସମ୍ପତି ସୃଷ୍ଟିର ଏକ ମାର୍ଗ ପ୍ରଦାନ କରେ ନାହିଁ ବରଂ ଆର୍ଥିକ ନିରାପତା ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ ସୁରକ୍ଷା ବୈଶିଷ୍ଟ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରେ:
– ପ୍ରିମିୟମ୍ ବିକଳ୍ପ ଛାଡ଼ : ପଲିସିଧାରକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିଲେ ଭବିଷ୍ୟତର ସମସ୍ତ ପ୍ରିମିୟମ୍ ଛାଡ଼ କରାଯିବ। ପ୍ରିୟଜନମାନେ ଯୋଜନାବଦ୍ଧ ସୁବିଧା ପାଇବା ଜାରି ରଖିବାକୁ ଏହା ସୁନିଶ୍ଚିତ କରୁଛି।
– ବୀମା ସୁରକ୍ଷା ଜାରି ରଖିବା ଲାଭ : ଏହି ବୈଶିଷ୍ଟ୍ୟ ସୁନିଶ୍ଚିତ କରେ ଯେ ପଲିସିଧାରକଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଆପଣଙ୍କ ପଲିସି ଜାରି ରହିବ। ଭବିଷ୍ୟତର ପ୍ରିମିୟମ ଛାଡ କରାଯାଏ କିନ୍ତୁ ଆପଣଙ୍କ ପ୍ରିୟଜନମାନେ ତଥାପି ଭବିଷ୍ୟତର ସମସ୍ତ ବୋନସ ଏବଂ ସୁବିଧା ସହିତ ମୃତ୍ୟୁ ଲାଭ ପାଆନ୍ତି।
– ସବ୍ ୱାଲେଟ୍ ବୈଶିଷ୍ଟ୍ୟ: ଏହି ଅନନ୍ୟ ସୁବିଧା ପଲିସିଧାରକମାନଙ୍କୁ ୱାଲେଟରେ ବୋନସ୍ ଜମା କରିବାକୁ ସୁବିଧା ପ୍ରଦାନ କରେ ଯାହା ସୁଧ ଆୟ କରେ ଏବଂ ଭବିଷ୍ୟତ ପ୍ରିମିୟମ୍ ଦେୟ କରିବା ପାଇଁ ବ୍ୟବହାର କରାଯାଇପାରିବ।
– ସ୍ମାର୍ଟ ଲେଡି ବେନିଫିଟ୍‌: ଏହି ପ୍ଲାନରେ ମହିଳା ପଲିସିଧାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଇଛି ଯାହା ଅଧିକ ସୁଲଭ କଭରେଜ୍ ଏବଂ ସୁବିଧା ସୁନିଶ୍ଚିତ କରିବ।
– ପାରିବାରିକ ରିହାତି: ଏକ ଅତିରିକ୍ତ ରିହାତି ମଧ୍ୟ ଅଛି ଯାହା ବର୍ତ୍ତମାନର ପଲିସିଧାରୀଙ୍କ ପରିବାର ସଦସ୍ୟ ଏବଂ ମନୋନୀତ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ।

ପଲିସିଧାରୀଙ୍କୁ ଅଧିକ ବୋନସ୍ ପ୍ରଦାନ

ଟାଟା ଏଆଇଏ ଏହାର ଅଂଶଗ୍ରହଣକାରୀ (ପିଏଆର) ପଲିସିଧାରୀଙ୍କୁ ପ୍ରଭାବଶାଳୀ ବୋନସ୍ ପ୍ରଦାନ କରିବା ପାଇଁ ପରିଚିତ। ୨୦୨୪ ଆର୍ôଥକ ବର୍ଷ ପାଇଁ କଂପାନି ୧୪୬୫ କୋଟି ଟଙ୍କାର ବୋନସ ଘୋଷଣା କରିଛି ଯାହା କି ପୂର୍ବ ବର୍ଷର ୧୧୮୩ କୋଟି ଟଙ୍କା ତୁଳନାରେ ୨୪% ଅଧିକ। ଏହି ନିରନ୍ତର ପ୍ରଦର୍ଶନ ସୁନିଶ୍ଚିତ କରେ ଯେ ପଲିସିଧାରୀମାନେ ସମୟ କ୍ରମେ ବର୍ଦ୍ଧିତ ସମ୍ପତି ଅଭିବୃଦ୍ଧିରୁ ଉପକୃତ ହୁଅନ୍ତି।
ଟାଟା ଏଆଇଏ ଲାଇଫର କାର୍ଯ୍ୟକାରୀ ଉପାଧ୍ୟକ୍ଷ, ପ୍ରଡକ୍ଟସ, ବିଜନେସ୍ ମିଡ୍ ଅଫିସ ଏବଂ ଡିଜିଟାଲ ମାର୍କେଟିଂ ମୁଖ୍ୟ ସୁଜିତ୍ କୋଥାରେ କହିଛନ୍ତି ଯେ, “ଟାଟା ଏଆଇଏ ଲାଇଫରେ ଆମେ ବିଶ୍ୱାସ କରୁଛୁ ଯେ ନିରାପତା ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ ସୁରକ୍ଷାରେ କୌଣସି ହେଳା କରିବା ଉଚିତ ନୁହେଁ। ଗ୍ରାହକମାନେ ଆଜି ସେମାନଙ୍କ ସହିତ ବଢୁଥିବା ଆବଶ୍ୟକତା ଗୁଡ଼ିକ ପାଇଁ ସମାଧାନ ଖୋଜୁଛନ୍ତି ଯାହା ଉଭୟ ମାନସିକ ଶାନ୍ତି ଏବଂ ସମ୍ପତି ସୃଷ୍ଟି ପାଇଁ ସୁଯୋଗ ପ୍ରଦାନ କରୁଛି । ଶୁଭ ଫ୍ଲେକ୍ସି ଇନକମ ଯୋଜନା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଆର୍ଥିକ ଭବିଷ୍ୟତକୁ ନିୟନ୍ତ୍ରଣ କରିବା ପାଇଁ ସଶକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଜୀବନର ପରିବର୍ତ୍ତିତ ଆବଶ୍ୟକତା ସହିତ ଅନୁକୂଳ ହେବାର ଚତୁରତା ସହିତ ନିଶ୍ଚିତ ଲାଭ ପ୍ରଦାନ କରୁଛି। ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ପଲିସିଧାରୀ ଆର୍ଥିକ ସ୍ୱାଧୀନତା ଅଭିମୁଖେ ଯାତ୍ରାରେ ଆତ୍ମବିଶ୍ୱାସ ଅନୁଭବ କରିବେ।”


Share It

Comments are closed.