‘ଏଲଆଇସି’ର ଅଂଶଧନ ବିକ୍ରି କରିବାକୁ ଆକ୍ସନ୍ ମୋଡରେ ମୋଦି ସରକାର, ମାଗିଲେ ଆବେଦନ


ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ରେ ନିଜର ଅଂଶଧନ ବିକ୍ରି କରିବାକୁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏଥି ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏଲଆଇସି ମୂଲ୍ୟାଙ୍କନ ପାଇଁ ଆବେଦନ କରିବାକୁ କହିଥିବା ବେଳେ ଆବେଦନ ଜମା କରିବାର ଶେଷ ତାରିଖ ଡିସେମ୍ବର ୮ ଧାର୍ଯ୍ୟ କରିଛନ୍ତି।

ଏହା ଏକ ସାଧାରଣ ମୂଲ୍ୟାଙ୍କନ ପଦ୍ଧତି । ଏହା ଦ୍ବାରା କମ୍ପାନୀର ବର୍ତ୍ତମାନ ସମ୍ପତ୍ତି ଓ ବୀମା ପଲିସିଗୁଡ଼ିକ ଦ୍ୱାରା ହେବାକୁ ଥିବା ଲାଭର ଆକଳନ କରାଯାଏ। ତେବେ ଏଲଆଇସିର କିଛି ଅଂଶ ବିକ୍ରି କରି ଏହାକୁ ଶେୟାର ବଜାରରେ ଲଗାଇବାକୁ ସରକାର ଯୋଜନା କରୁଛନ୍ତି। ସରକାର ଚଳିତ ଆର୍ଥିକ ବର୍ଷରେ ବିକ୍ରି କରିବାକୁ ଚାହୁଁଥିବା ଜଣାପଡ଼ିଛି।

ଏହାର ବିକ୍ରି ଆଇପିଓ ମାଧ୍ୟମରେ ହେବ। ଆଇପିଓ ପୂର୍ବରୁ ସରକାର ଲେଣଦେଣ ପରାମର୍ଶ ପାଇଁ ଡେଲୋୟଟ୍‌ ଓ ଏସ୍‌ବିଆଇ କ୍ୟାପିଟାଲ୍‌ ନିଯୁକ୍ତ କରିସାରିଛନ୍ତି। ତେବେ ଅଂଶଧନ ବିକ୍ରି କରି ଚଳିତ ଆର୍ଥିକ ବର୍ଷରେ ସରକାର ୨.୧୦ ଲକ୍ଷ କୋଟି ଯୋଗାଡ଼ କରିବାକୁ ଲକ୍ଷ ରଖିଛନ୍ତି। ତେବେ ଏଥିରୁ ୧.୨୦ ଲକ୍ଷ କୋଟି ସରକାରୀ ଯୋଜନାରେ ନିବେଶ କରାଯିବ। ଏଲଆଇସି ବ୍ୟତୀତ ଏୟାର ଇଣ୍ଡିଆ ଓ ବିପିସିଏଲ୍‌ର ସେୟାର ମଧ୍ୟ ବିକ୍ରି କରିବେ ସରକାର।


Share It

Comments are closed.