ପ୍ରିୟଙ୍କା “ଭାରତ” ଫିଲ୍ମ ଛାଡିବାକୁ ନେଇ ସଲମାନ କ୍ଷୁବ୍ଧ


ପ୍ରିୟଙ୍କା ଚୋପ୍ରା, ସଲମାନ ଖାନଙ୍କ ଆଗମୀ ଫିଲ୍ମ “ଭାରତ”କୁ କ’ଣ ବା ଛାଡିଲେ ସାରା ବଲିଉଡରେ ବର୍ତ୍ତମାନ ହଇଚଇ ଖେଳିଯାଇଛି । ପ୍ରିୟଙ୍କାଙ୍କୁ ଏହି ଫିଲ୍ମ ଛାଡିବାର ପ୍ରାୟ ୧ ମାସ ବିତିଗଲାଣି ତଥାପି ଏହି ଘଟଣାର ଚର୍ଚ୍ଚା ଥମିବାର ନାଁ ନେଉଁ ନାହିଁ । ଏହି ଘଟଣାକୁ ନେଇ ସଲମାନ ବହୁତ ଦିନ ଯାଏଁ ଚୁପ ରହିଥିଲେ କିନ୍ତୁ ବର୍ତ୍ତମାନ ସେ ଏହି ସଂପର୍କରେ ମୁହଁ ଖୋଲିଛନ୍ତି ।
ନିକଟ କିଛି ଦିନ ତଳେ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର ମାଧ୍ୟମରେ ସଲମାନ ଏହି ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, “ପ୍ରିୟଙ୍କା ପାଖରେ ଏହା କରିବା ପାଇଁ କାରଣ ଥିଲା । ଖାଲି ତାଙ୍କର ଏହି ନିଷ୍ପତି ଯୋଗୁଁ ପ୍ରୋଜେକ୍ଟ କିଛି ଦିନ ପାଇଁ ଅଟକି ଗଲା ନଚେତ ଆଉ କିଛି ଅସୁବିଧା ଉପୁଜିନିି । ଯଦି ସେ ଏହି କଥାକୁ ମୋତେ କିଛି ଦିନ ପୂର୍ବରୁ କହିଥାନ୍ତେ, ତେବେ ମୁଁ ଏହାର ସମାଧାନର ରାସ୍ତା ବାହାର କରିଥାନ୍ତି ।”
ସଲମାନ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରି ପଚାରିଥିଲେ ଯେ, “ଯଦି ତୁମେ ନିର୍ବନ୍ଧ କରିବାକୁ ଚାହୁଁଛ, ତେବେ ଫିଲ୍ମ ଛାଡି ଯିବାର କାରଣ କ’ଣ ? ପ୍ରିୟଙ୍କା ଉତ୍ତରେ ମୋତେ ଖୁବ ଶୀଘ୍ର ବିବାହ କରିବେ ବୋଲି କହିଥିଲେ । ତେବେ ଠିକ ଅଛି , ବିବାହ କରିନିଅ । ତୁମର ଫିଲ୍ମରେ ମାତ୍ର ୭୫ରୁ ୮୦ ଦିନର ଅଛି । ଯଦି ତୁମେ ବିବାହ କରିବାକୁ ଚାହୁଁଛ ତେବେ ସେଥିପାଇଁ ମୁଁ ତୁମକୁ ଅନୁମତି ଦେବାକୁ ପ୍ରସ୍ତୁତ ଅଛି କାରଣ ବିବାହ ପ୍ରସ୍ତୁତି ପାଇଁ ମାତ୍ର ୪ଦିନର ସମୟ ଲାଗିଥାଏ ତା’ପରେ ୮ ଦିନ ଭିତରେ ବିବାହ ଶେଷ ଏବଂ ଏହା ପରେ ଆଉ ଏକ ଦିନ ହନିମୁନ ପାଇଁ, ଯାହାକୁ ମୁଁ ମ୍ୟାନେଜ କରିନେବି ବୋଲି କହିଥିଲି କିନ୍ତୁ ସେ ସଫା ସଫା ଶବ୍ଦରେ ମୋତେ ମନା କରିଦେଇଥିଲେ ଯେ, ସେ ଏହି ଫିଲ୍ମର ଅଂଶ ହେବାକୁ ଚାହୁଁନାହାନ୍ତି । ”

ପ୍ରିୟଙ୍କା ଏହି ଫିଲ୍ମରେ ସାଇନ କରିବା ସମ୍ପର୍କରେ ସଲମାନ କହିଥିଲେ ଯେ, “ପ୍ରିୟଙ୍କା ମୋ ସହିତ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ହଜାରଥର ମୋ ସାନ ଭଉଣୀ ଅର୍ପିତାଙ୍କୁ କଲ କରିଥିଲେ । ଏହା ସହିତ ସେ ଅଲ୍ଲୀ ଅବାସଙ୍କୁ ମଧ୍ୟ ଫୋନ କରି କହିଥିଲେ ଦେଖନ୍ତୁ ଏହି ଫିଲ୍ମରେ ଯଦି ମୋ ପାଇଁ କିଛି ଭଲ ରୋଲ ଅଛି ତେବେ ସେ କରିବାକୁ ପ୍ରସ୍ତୁତ ଅଛନ୍ତି ।” ଏହା ପରେ ସେ ଫିଲ୍ମ କାହିଁକି ଛାଡିଲେ ମୋତେ ଜଣା ନାହିଁ । ଏଥି ପାଇଁ ଦୁଇଟି କାରଣ ହୋଇଥାଇପାରେ । ସେ ଶୀଘ୍ର ବିବାହ କରିବାକୁ ଚାହିଁଛନ୍ତି ନଚେତ ମୋ ସହ ଫିଲ୍ମ କରିବାକୁ ଚାହୁଁନାହାନ୍ତି । ଏହା ବି ମଧ୍ୟ ହୋଇପାରେ ସେ ଆଉ ଜମା ବଲିଉଡରେ କାମ କରିବାକୁ ଚାହୁଁନାହାନ୍ତି ନଚେତ ହଲିଉଡରେ ସବୁବେଳେ କାମ କରିବାକୁ ଚାହୁଁଛନ୍ତି ।
ସଲମାନଙ୍କ ଏହି ବୟାନ ସଫା ସଫା କହୁଛି ଯେ, ସେ ପ୍ରିୟଙ୍କା ଉପରେ କେତେ ମାତ୍ରାରେ ରାଗିଛନ୍ତି । ନିକଟରେ ବିଗ ବସର ଶୁଭାରମ୍ଭ ସମୟରେ ସେ ପ୍ରିୟଙ୍କାଙ୍କୁ କମେଣ୍ଟ ମାରି କହିଥିଲେ ଯେ, “ଭଲ ହେଲା ଫିଲ୍ମ ଆରମ୍ଭ ହେବାର ୫ ଦିନ ପୂର୍ବରୁ ପ୍ରିୟଙ୍କା ଏହି ଫିଲ୍ମର ଅଂଶ ହେବେ ନାହିଁ ବୋଲି ମୋତେ ମନାକରିଦେଲେ । ” ପ୍ରକାଶ ଥାଉକି ଏହି ଫିଲ୍ମରେ ବର୍ତ୍ତମାନ ପ୍ରିୟଙ୍କାଙ୍କ ବଦଳରେ କ୍ୟାଟରିନାଙ୍କୁ ନିଆଯାଇଛି ।


Share It

Comments are closed.