କରୋନାରେ ଆଖି ବୁଜିଲେ ବଲିଉଡ ନିର୍ଦ୍ଦେଶକ ସୁଦର୍ଶନ ରତନ


ମାଧୁରୀ ଦୀକ୍ଷିତ ଏବଂ ଶେଖର ସୁମନ ଅଭିନୀତ ‘ମାନବ ହତ୍ୟା’(୧୯୮୬) ଭଳି ଫିଲ୍ମର ନିର୍ମାତା ଏବଂ ନିର୍ଦେଶକ ସୁଦର୍ଶନ ରତନଙ୍କ ପରଲୋକ ହୋଇ ଯାଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ ଏବଂ ଗୁରୁବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ଶେଖର ଶୁକ୍ରବାର ରାତିରେ ନିଜ ଟ୍ୱିଟରେ ରତନଙ୍କ ପରଲୋକ ବିଷୟରେ ସୂଚନା ଦେଇଥିଲେ।

ଶେଖର ଟ୍ୱିଟରେ ଲେଖିଥିଲେ ଯେ,‘ କରୋନା କାରଣରୁ ସେ ନିଜ ବନ୍ଧୁଙ୍କ ମଧ୍ୟରୁ ଜଣେ ସୁଦର୍ଶନ ରତନଙ୍କୁ ହରାଇ ଦେଇଛନ୍ତି।ସେ ମାଧୁରୀ ଦୀକ୍ଷିତଙ୍କ ସହ ଶେଖରଙ୍କ ଦ୍ୱିତୀୟ ଫିଲ୍ମର ନିର୍ଦେଶନା ଦେଇଥିଲେ। ସୁଦର୍ଶନ ତାଙ୍କ ଖରାପ ଦିନରୁ ହାରି ଯାଇଛନ୍ତି। ସେ ଗରିବ ଥିଲେ କିନ୍ତୁ ସଚ୍ଚୋଟ ଥିଲେ। ସେମାନେ ଯୋଗାଯୋଗରେ ଥିଲେ। ସେମାନେ ପରସ୍ପରକୁ କଲ୍ କରୁଥିଲେ ଏବଂ ଅଧିକାଂଶ ସମୟରେ ଘରକୁ ଆସି ଦେଖା ସାକ୍ଷାତ କରୁଥିଲେ।ତାଙ୍କ କଥା ବହୁତ ମନେ ପଡ଼ିବ। ଭଗବାନ ଆତ୍ମାକୁ ଶାନ୍ତି ଦିଅନ୍ତୁ।’

ସୁଦର୍ଶନ ରତନ ୧୯୯୬ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ହାହାକାର’ର କାହାଣୀ ଲେଖିଥିଲେ। ସେ ଏହାର ନିର୍ଦେଶକ ଏବଂ ନିର୍ମାତା ମଧ୍ୟ ଥିଲେ। ଫିଲ୍ମରେ ସୁଧୀର ପାଣ୍ଡେ,ଶଫି ଇମାନଦାର,ନୀଳିମା ଅଜିମ୍ ଏବଂ ଜନି ଲିଭର ଥିଲେ।


Share It

Comments are closed.