‘ବିକାଶ ଦୁବେ’ ଉପରେ ନିର୍ମିତ ହେବ ୱେବ ସିରିଜ, ପ୍ରସ୍ତୁତି ହୋଇଗଲାଣି ଆରମ୍ଭ


ଉତ୍ତର ପ୍ରଦେଶ ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ଉପରେ ପର୍ଯ୍ୟବେଷିତ ଏକ ୱେସ ସିରିଜ ଫିଲ୍ମ ନିର୍ମାତା ହଂସଲ ମେହତା ପ୍ରସ୍ତୁତ କରିବାକୁ ଯାଉଛନ୍ତି । ସେ ପ୍ରସ୍ତୁତିରେ ଲାଗି ପଡଛନ୍ତି । ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେବେ ।
୩ ଜୁଲାଇ ମଧ୍ୟ ରାତ୍ରିରେ କାନପୁରର ଚୌବେପୁରସ୍ଥିତ ବିକରୁ ଗାଁରେ ଡିଏସପି ଦେବେନ୍ଦ୍ର ମିଶ୍ରାଙ୍କ ସମେତ ୮ ଜଣ ପୋଲିସ କର୍ମୀ ବିକାଶ ଦୁବେକୁ ଧରିବାକୁ ଯାଇଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହି ଗୁଳି ବିନିମୟରେ ଡିଏସପିଙ୍କ ସମେତ ୮ ଜଣ ପୋଲିସ କର୍ମୀ ସହିଦ ହୋଇଥିଲେ । ଏହି ଭୟଙ୍କର କାଣ୍ଡ ଭିଆଇବା ପରେ ବିକାଶ ଦୁବେ ସେଠାରୁ ଫେରାର ହୋଇଯାଇଥିଲା । ୟୁପି ସରକାର ବିକାଶ ଦୁବେ ଉପରେ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରଷ୍କାର ଘୋଷଣା କରିଥିଲେ । ଉଜ୍ଜେଇନର ମହାକାଳ ମନ୍ଦିରରୁ ଗିରଫ ହୋଇଥିବା ବିକାଶ ୧୦ ଜୁଲାଇରେ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବାବେଳେ କାନପୁରରେ ପୋଲିସ ଦ୍ୱାରା ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିଲା ।
ବର୍ତ୍ତମାନ ଫିଲ୍ମ ନିର୍ମାତା ହଂସଲ ମେହତା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ହଂସଲ ମେହତା ଏହା ପୂର୍ବରୁ ଅଲ୍ଲୀଗଡ, ଓମେରଟା ଏବଂ ସହିଦ ଭଳି ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । କ୍ରିଟିକସ ଏହି ଫିଲ୍ମର ଖୁବ ପ୍ରଶଂସା କରିଥିଲେ । ହଂସଲ ମେହତା ଫିଲ୍ମ ସହିଦ ପାଇଁ ଜାତୀୟ ପୁରଷ୍କାର ମଧ୍ୟ ପାଇଛନ୍ତି ।


Share It

Comments are closed.