କ୍ୟାନସରରେ ପିଡିତ ଅଛନ୍ତି ରାକେଶ ରୋସନ


ପୂର୍ବରୁ ଅଭିନେତା ଇର୍ଫାନ ଖାନ ଏବଂ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପିଡୀତ ଥିବାବେଳେ ଏବେ ଲୋକପ୍ରିୟ ଫିଲ୍ମ ନିର୍ମାତା ତଥା ୯୦ ଦଶକର ଲୋକପ୍ରିୟ ଅଭିନେତା ରାକେଶ ରୋଶନ କ୍ୟାନସରରେ ପିଡୀତ ଅଛନ୍ତି । ଏହା ଆମେ ଆପଣଙ୍କୁ କହୁ ନାହୁଁ ବରଂ ତାଙ୍କ ପୁଅ ହ୍ରିତିକ ରୋଶନ ନିଜେ ଏହି କଥାକୁ ସମସ୍ତଙ୍କ ସାମନାକୁ ଆଣିଛନ୍ତି ।
ହ୍ରିତିକ କିଛି ସମୟ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ନିଜ ପିତା ରାକେଶ ରୋଶନଙ୍କ ସହ ନଜର ଆସିଥିଲେ । ଫଟୋଟି ହେଉଛି ଏକ ଜିମ ଭିତରର । ଏହି ଫଟୋକୁ ସେୟାର କରିବାକୁ ଯାଇ ହ୍ରିତିକ ବାପାଙ୍କ ରୋଗ ସଂପର୍କରେ କହିଛନ୍ତି ।
ହ୍ରିତିକ ଫଟୋକୁ ସେୟାର କରି ଲେଖିଛନ୍ତି, “ ମୁଁ ଆଜି ସକାଳେ ବାପାଙ୍କୁ ଏକ ଫଟୋ ଉଠାଇବା ପାଇଁ ପଚାରିଥିଲି । ସେ ଆଜି ନିଜ ସର୍ଜରୀ ଦିନରେ ମଧ୍ୟ ଜିମରେ ବ୍ୟାୟାମ କରିବାକୁ ମିସ କରିନାହାନ୍ତି । ସେ ଜଣେ ଟାଣୁଆ ମଣିଷ ଅଟନ୍ତି । କିଛି ଦିନ ପୂର୍ବରୁ ତାଙ୍କ ରୋଗ ସଂପର୍କରେ ଆମକୁ ଜଣାପଡିଥିଲା ।” ସେ ‘ସ୍କାନାମୋସ ସେଲ କାରସିନୋମା’ ନାମକ ଏ ରୋଗରେ ପିଡିତ ଅଛନ୍ତି ।

ତେବେ ପୂର୍ବରୁ ଏହି ଲିଷ୍ଟରେ ଇର୍ଫାନ ଖାନ, ସୋନାଲି ବେନ୍ଦ୍ରେ ଏବଂ ରିଷି କପୁର ସାମିଲ ଥିବାବେଳେ ଏବେ ରାକେଶ ରୋସନ ମଧ୍ୟ ସାମିଲ ହୋଇଯାଇଛନ୍ତି । ଏହି ରୋଗରେ ରାକେଶ ବର୍ତ୍ତମାନ ଫାଷ୍ଟ ଷ୍ଟେଜରେ ପିଡିତା ଥିବାବେଳେ ତାଙ୍କ ଚିକିତ୍ସା ବର୍ତ୍ତମାନ ଆରମ୍ଭ ହୋଇଯାଇଛି ।


Share It

Comments are closed.