ଚେକ୍ ବାଉନ୍ସ ମାମଲାରେ ଗିରଫ ହେବେ ‘ଅମିଶା ପଟେଲ’


ଫିଲ୍ମ “କ ହୋ ନା ପ୍ୟାର ହେ”ରୁ ବଲିଉଡରେ ପାଦ ଥାପିଥିବା ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ରାଞ୍ଚି କୋର୍ଟ ପକ୍ଷରୁ ଗିରଫ ୱାରେଣ୍ଟ ଜାରି କରାଯାଇଛି । ରାଞ୍ଚି କୋର୍ଟ ଗିରଫ ୱାରେଣ୍ଟ ନେଇ ମୁମ୍ବାଇ ଯିବ । ସିଭିଲ କୋର୍ଟ ପକ୍ଷରୁ ୪ ଅକ୍ଟୋବରରେ ଅମିଶାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ଜାରୀ କରାଯାଇଥିବାବେଳେ ତାଙ୍କ ବିରୋଧରେ ଫିଲ୍ମ ନିର୍ମାତା ଅଜୟ କୁମାର ୨.୫ କୋଟି ଟଙ୍କାର ଚେକ ବାଉନ୍ସ ଅଭିଯୋଗ ଆଣିଛନ୍ତି ।ଅଜୟ, ଅମିଶାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ଫିଲ୍ମ ‘ଦେଶୀ ମ୍ୟାଜିକ’ର ସୁଟିଙ୍ଗ ପାଇଁ ଅମିଶା ତାଙ୍କ ଠାରୁ ୨.୫ କୋଟି ଟଙ୍କା ନେଇଥିଲେ ।

ଫିଲ୍ମର କାମ ୨୦୧୩ରେ ଆରମ୍ଭ ହୋଇଥିଲା । ଅଜୟ କହିଛନ୍ତି ଯେ, “ଅମିଶା ମୋତେ କହିଥିଲେ କି ୨୦୧୮ ସୁଦ୍ଧା ଫିଲ୍ମ ରିଲିଜ ହୋଇଯିବ ଏବଂ ଫିଲ୍ମ ରିଲିଜ ହେବା ମାତ୍ରକେ ସେ ମୋ ଟଙ୍କା ଫେରାଇଦେବେ । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ମୁତାବକ ଫିଲ୍ମଟି ଯେତେବେଳେ ରିଲିଜ ହେଲେ ନାହିଁ ମୁଁ ତାଙ୍କୁ ଟଙ୍କା ଫେରାଇବା କହିଥିଲି । ଏହା ପରେ ସେ ୩ କୋଟିର ଏକ ଚେକ ଦେଇଥିଲେ, ଯାହାକି ପରବର୍ତ୍ତୀ ମୂହୂର୍ତ୍ତରେ ଚେକ ବାଉନ୍ସ ହୋଇଯାଇଥିଲା । ” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଏହାକୁ ନେଇ ସେ ଯେତେବେଳେ ଅମିଶାଙ୍କୁ କହିଥିଲେ ସେ ଏହି ଘଟଣାକୁ ଅଣଦେଖା କରିଥିଲେ ”ଏହା ପରେ ଅଜୟ, ଅମିଶାଙ୍କ ବିରୋଧରେ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ, ଯାହା ଫଳରେ ରାଞ୍ଚି କୋର୍ଟ ଅମିଶାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛି ।


Share It

Comments are closed.