ଜେଇଇ-ମେନରେ ଫିଟଜି ଭୁବନେଶ୍ୱର ଛାତ୍ର ରାଜ୍ୟ ଟପର୍


ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଫିଟଜି ସଦ୍ୟ ପ୍ରକାଶିତ ଜେଇଇ-ମେନ୍ ୨୦୧୮ପରୀକ୍ଷାରେ ଉଲ୍ଳେଖନୀୟ ସଫଳତା ହାସଲ କରିଛି । ଜେଇଇର ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଏହି ଇନଷ୍ଟିଚ୍ୟୁଟର ୧୦୧୦୧ରୁ ଅଧିକ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି ।
ଫିଟ୍ଜି ଭୁବନେଶ୍ୱର ଓ କଟକ କେନ୍ଦ୍ରର ମୋଟ ୩୪୭ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧୫ ଜଣ କ୍ଲାସରୁମ୍ ପ୍ରୋଗ୍ରାମର ବିଦ୍ୟାର୍ଥୀ ହୋଇଥିବା ବେଳେ ୩୨ ଜଣ ହେଉଛନ୍ତି ନନ୍-କ୍ଲାସ୍ ପ୍ରୋଗ୍ରାମର ଛାତ୍ରଛାତ୍ରୀ । ୨୦୧୮ ମେ’ ୨୦ରେ ହେବାକୁ ଥିବା ଜେଇଇ-ଆଡଭାନ୍ସଡ୍ ପରୀକ୍ଷା ପାଇଁ ଏହି ସବୁ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି । ଫିଟଜି ଭୁବନେଶ୍ୱର ଓ କଟକ କେନ୍ଦ୍ରର ୩୬ ଜଣ ଛାତ୍ରଛାତ୍ରୀ ୨୦୦ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି ।
ଫିଟଜି ଭୁବନେଶ୍ୱର କେନ୍ଦ୍ରର ଚାରି ବର୍ଷିଆ କ୍ଲାସରୁମ୍ ପ୍ରୋଗ୍ରାମର ଛାତ୍ର ସାର୍ଥକ ବେହେରା ୩୬୦ ମାର୍କରୁ ୩୩୫ ମାର୍କ ରଖି ଓଡ଼ିଶା ରାଜ୍ୟ ଟପର୍ ହୋଇଛନ୍ତି । ଜେଇଇ-ମେନରେ ତାଙ୍କର ସର୍ବଭାରତୀୟ ର୍ୟାଙ୍କ ହେଉଛି ୨୯ । ଚିରାଗ୍ ମହାପାତ୍ର ୩୨୫ ମାର୍କ ରଖିଛନ୍ତି । ତାଙ୍କର ସର୍ବଭାରତୀୟ ର୍ୟାଙ୍କ ହେଉଛି ୬୧ । ଶ୍ରେଷ୍ଠ ୧୦୦ ର୍ୟାଙ୍କରେ ଫିଟଜି ଭୁବନେଶ୍ୱର ଓ କଟକ କେନ୍ଦ୍ରର ଦୁଇ ଜଣ ଛାତ୍ରଙ୍କ ନାମ ରହିଛି । ଶ୍ରେଷ୍ଠ ୫୦୦ ର୍ୟାଙ୍କରେ ୭ ଜଣ, ଶ୍ରେଷ୍ଠ ୨୦୦୦ ର୍ୟାଙ୍କରେ ୧୫ ଜଣ ଓ ଶ୍ରେଷ୍ଠ ୫୦୦ ର୍ୟାଙ୍କରେ ୩୪ ଜଣଙ୍କ ନାମ ରହିଛି ।
ବର୍ଷିକିଆ ବର୍ଦ୍ଧିତ କାର୍ଯ୍ୟକ୍ରମର ୯୦ ଜଣ ବିଦ୍ୟାର୍ଥୀ ଜେଇଇ-ମେନରେ ସଫଳତା ହାସଲ କରିଛନ୍ତି । ଫିଟଜି ଭୁବନେଶ୍ୱର ଓ କଟକ କେନ୍ଦ୍ରରେ ଶ୍ରେଷ୍ଠ ର୍ୟାଙ୍କ ରଖିଥିବା ଛାତ୍ରମାନେ ହେଉଛନ୍ତି ସାର୍ଥକ ବେହେରା, ଚିରାଗ ମହାପାତ୍ର, ସ୍ପନ୍ଦନ ସେନାପତି, ସଙ୍କେତ କୁମାର ତ୍ରିପାଠୀ ଓ ଅଭିଶେଷ କେଜ୍ରିୱାଲ୍ ।

ନିଜ ସଫଳତା ବିଷୟରେ ସାର୍ଥକ ବେହେରା କହିଛନ୍ତି ଯେ ଫିଟଜିର ସହାୟତାରେ ମୁଁ ଏହି ସଫଳତା ପାଇଛି । ଏଠାକାର ଫାକଲଟିମାନେ ବହୁତ ସହଯୋଗ ପ୍ରଦାନ କରିଛନ୍ତି । ମୁଁ ଏନଟିଏସଇ, କେଭିପିୱାଇ, ଏୟାର-୪ ଓ ଏନଏସଇପି ଓ ଏନଏସଇସିରେ ଭଲ ର୍ୟାଙ୍କ ରଖିଥିଲି । ଫିଟଜିର ପ୍ରତ୍ୟକ୍ଷ ତଦାରଖରେ ମୁଁ ଜେଇଇ-ଆଡଭାନ୍ସଡ୍ ପାଇଁ ଜୋରଦାର ପ୍ରସ୍ତୁତି କରିବି ।’’
ଶ୍ରୀଯୁକ୍ତ ରଣଜୟ ବର୍ଦ୍ଧନ, କେନ୍ଦ୍ର ମୁଖ୍ୟ, ଫିଟଜି ଭୁବନେଶ୍ୱର କେନ୍ଦ୍ର କହିଛନ୍ତି ଯେ, “ଆମେ ଆମର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଗର୍ବିତ । ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମ ଓ ଲକ୍ଷ୍ୟ ପାଇଁ ଏହି ସଫଳତା ମିଳିଛି । ଫିଟଜିରେ ଆମେ ଭଲ ପ୍ରତିଭା ଥିବା ପିଲାମାନେ କାହିଁକି ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ପରୀକ୍ଷାରେ ବିଫଳ ହୁଅନ୍ତି ତାହା ଭଲ ଭାବେ ବୁଝିଛୁ । ଆମର ପାଠପଢ଼ା ଶୈଳୀ, ପାଠ୍ୟ ସାମଗ୍ରୀ, ଜାତୀୟ ସ୍ତର ଅନଲାଇନ୍ ଫେଜ୍ ପରୀକ୍ଷା, କେନ୍ଦ୍ର ସ୍ତରର ମକ୍ ଟେଷ୍ଟ୍ ଓ ଦ୍ୱନ୍ଦ୍ୱ ଦୂର କରିବା କଲାସ୍ ହେଉଛି ଆମ ଛାତ୍ରଛାତ୍ରୀଙ୍କ ସଫଳତାର କାରଣ । ଆମେ ଜେଇଇ-ଆଡଭାନ୍ସଡ୍ ପାଇଁ ଆମ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଉଛୁ ।’’
ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ, ମେଂଟର, ଫିଟ୍ଜି ଓଡ଼ିଶା ଅପରେସନ୍ କହିଛନ୍ତି ଯେ, “ଆମର ସଫଳତାର ରହସ୍ୟ ହେଉଛି ଫଳାଫଳକୁ ଅନୁଧାବନ କରିବା ଓ ଛାତ୍ରଛାତ୍ରୀ କୈନ୍ଦ୍ରିକ ରହିବା । ଛାତ୍ରଛାତ୍ରୀମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆମେ ବନ୍ଧୁତ୍ୱ କିନ୍ତୁ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ପରିବେଶ ପ୍ରଦାନ କରିଥାଉ । ପାଠପଢ଼ା ସହିତ ଆମେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଓ ଚାପକୁ କିଭଳି ପରିଚାଳନା କରାଯିବ ତାହା ଶିଖାଇଥାଉ । ସେଥିପାଇଁ ଆମେ ଇନଫୋସିଟିଠାରେ ଆମର ନୂଆ ଶାଖା ଖୋଲିଛୁ । ପାଠପଢ଼ା ସହିତ ସମୟ ପରିଚାଳନା କରିବାରେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ।’’


Share It

Comments are closed.