ଜେଇଇ ଆଡଭାନ୍ସ ୨୦୨୦ରେ ଫିଟଜି ଭୁବନେଶ୍ୱର-କଟକ ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ


ଭୁବନେଶ୍ୱର : ଫିଟ୍‌ଜି ଭୁବନେଶ୍ୱର ଏବଂ କଟକ ସେଣ୍ଟରର ଜେଇଇ ଆଡଭାନ୍ସ ବିଦ୍ୟାର୍ଥୀ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛନ୍ତି । ଫିଟଜି ସେଣ୍ଟର ଓଡିଶାର ଚାରି ବର୍ଷିୟ କ୍ଲାସରୁମ ପ୍ରୋଗାମ ମଧ୍ୟରେ ଅଲ୍ ଇଣ୍ଡିଆ ର‌୍ୟାଙ୍କରେ ସ୍ତିତୀପ୍ରଜ୍ଞା ସାହୁ ୩୬୫, ସୌରଭ ସୋମ୍ୟକାନ୍ତ ଦାସ ୪୧୫(ଦୁଇ ବର୍ଷିୟ କ୍ଲାସରୁମ ପ୍ରୋଗାମ), ଅଙ୍କିତ ଦେ ୫୩୨(ତିନି ବର୍ଷିୟ କ୍ଲାସରୁମ ପ୍ରୋଗାମ)ସ୍ଥାନ ଅଧିକାର କରିଛନ୍ତି । ଅନ୍ୟ କୃତି ବିଦ୍ୟାର୍ଥୀଙ୍କ ମଧ୍ୟରେ ଚାରି ବର୍ଷିୟ କ୍ଲାସରୁମ ପ୍ରୋଗାମ ମଧ୍ୟରେ ଆରୟନ ଶତପତି ୮୪୯ ଏବଂ ଦୁଇ ବର୍ଷିଆ କ୍ଲାସରୁମ କାର୍ଯ୍ୟକ୍ରମ ମଧ୍ୟରେ ଜୋତିରଆଦିତ୍ୟ ମିଶ୍ର ୯୩୩ ଓ ବିବେକ ଜୟସ୍‌ୱାଲ୍ ୯୪୯ ର‌୍ୟାଙ୍କ ର‌୍ୟାଙ୍କ ଅଧିକାର କରିଛନ୍ତି ।

ନିଜ ସଫଳତା ସମ୍ବନ୍ଧରେ ସ୍ତିତୀପ୍ରଜ୍ଞା ସାହୁ କହିଛନ୍ତି ଯେ, “ଏହି ସଫଳତା ଆମେ ଆମର ପରିବାର ବର୍ଗ, ଶିକ୍ଷକ ଓ ଫିଟ୍‌ଜିରେ ପଢା ଯାଉଥିବା ଶୈଳି ଏବଂ ମାସିକା ପରୀକ୍ଷାକୁ ବହୁତ ଧନ୍ୟବାଦ ଜଣାଇବୁ । ଫିଟ୍‌ଜି ସେଣ୍ଟରରେ ଦଶମ ଶ୍ରେଣୀ ପରେ ଏନ୍‌ଟିଏସି, କେଭିପିୱାଇ, ଜେଇଇ ମେନ୍ ଓ ଜେଇଇ ଆଡଭାନ୍ସ ପରି ବହୁ ପରୀକ୍ଷାରେ ସଫଳତା ହାସଲ କରିବାକୁ ପ୍ରସ୍ତୁତ କରିଥିବାରୁ ଆମେ ବହୁତ କୃତଜ୍ଞ ।”

ଏହା ସମ୍ବନ୍ଧରେ ଭୁବନେଶ୍ୱର ଫିଟଜି ସେଣ୍ଟରର ମୁଖ୍ୟ ଶ୍ରୀଯୁକ୍ତ ରାଣାଜୟ ବର୍ଦ୍ଧନ ଓ ଫିଟଜି ଓଡିଶା ଅପରେସନର ପ୍ରତିନିଧି ଶ୍ରୀଯୁକ୍ତ ପି.କେ ଦାସ କହିଛନ୍ତି ଯେ, “ଫିଟଜିରେ ଆଗ୍ରହୀ ବିଦାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦ୍ୱାରା ଜେଇଇ ଭଲ ସ୍ଥାନ ଗ୍ରହଣ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଏ । ଫିଟଜି ମଧ୍ୟ ସର୍ବଦା ନିଜ ଛାତ୍ରଛାତ୍ରୀ ମାନ କଠିନ ପଥକୁ ଅତିକ୍ରମ ସରଳ କରିବା ଚେଷ୍ଠିତ ହୋଇଥାଏ । ଫିଟଜି ପକ୍ଷରୁ ସଫଳ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କୁ ସେମାନଙ୍କ ପିରଶ୍ରମ ପାଇଁ ଅଭିନନ୍ଦନ ଜଣାଉଛୁ । ଫିଟଜିର ସଫଳତା ର‌୍ୟାଙ୍କ ଦ୍ୱାରା ମାପ ନଜାଇ ଏହାର ପ୍ରଶିକ୍ଷଣ ଦ୍ୱାରା ବ୍ୟକ୍ତ ହୋଇଥାଏ । ଆଇଆଇଟି-ଜେଇଇରେ ସଫଳ ବିଦ୍ୟାର୍ଥୀ ସୃଷ୍ଟି କରିପାରୁଥିବାରୁ ଫିଟଜି ଏହା ବିଶ୍ୱାସ କରିଥାଏ ଯେ ଯାତ୍ରା ହିଁ ପୁରସ୍କାର ।”


Share It

Comments are closed.