ଓଡିଆ କଳାକାରଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ଲାଟ୍‌ଫର୍ମ ଦେବ ଡଟ୍ ଫେଷ୍ଟ୍‌

ଓଡିଶାର ୧୧ ଜଣ କଳାକାର ଏଠାରେ ପ୍ରଦର୍ଶନ କରିବେ ।


ଭୁବନେଶ୍ୱର, ୧୩ ଜାନୁଆରୀ ୨୦୨୩: ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ଓଡିଶାର ସର୍ବୋତମ
ସଙ୍ଗୀତକାର, ଗାୟକ, ଷ୍ଟାଣ୍ଡ-ଅପ୍ କଳାକାର ଓ ନୃତ୍ୟଶିଳ୍ପୀମାନଙ୍କୁ ଏକ
ଆନ୍ତର୍ଜାତୀୟ ସ୍ତରର ପ୍ଲାଟଫର୍ମ ପ୍ରଦାନ କରିଛି ଯାହା ସେମାନଙ୍କର ସର୍ବଶ୍ରେଷ୍ଠ
ପ୍ରତିଭାକୁ ପ୍ରଦର୍ଶିତ କରିବ । ଭୁବନେଶ୍ୱରରେ ପାର୍ବଣର ଏକ ପର୍ବ ସୃଷ୍ଟି କରୁଥିବା
ଏହି ମହୋତ୍ସବରେ ଓଡିଶାର ମୋଟ ୧୧ ଜଣ ଷ୍ଟାର୍ କଳାକାରଙ୍କୁ ଦେଖିବାକୁ ମିଳିବ
ଯେଉଁମାନେ ଦେଶ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାରଙ୍କ ସହ ମଂଚରେ ପ୍ରଦର୍ଶନ
କରିବେ । ଏହି ୧୧ ଜଣ କଳାକାରଙ୍କ ମଧ୍ୟରେ  ରହିଛନ୍ତି ଦୀପ୍ତିରେଖା ପାଢୀ, ପଜ୍ଞା
ହୋତା, ଲିସା ମିଶ୍ର, ରୁତୁରାଜ ମହାନ୍ତି, ସୁସ୍ମିତା ଦାସ, ର‌୍ୟାପର୍ ବିଗ୍‌ଡିଲ୍‌,
ଅଶାଙ୍କ ଶେଖର, ସ୍ୱୟମ୍ ପାଢୀ, ସତ୍ୟଜିତ ଜେନା ଓ ଅସିମା ପଣ୍ଡା ପ୍ରମୁଖ ସାମିଲ
ଅଛନ୍ତି । ଏହି ସାଂସ୍କୃତିକ ମହୋତ୍ସବ ଖାଦ୍ୟ, ମନୋରଞ୍ଜନ, କାହାଣୀ ଓ ଟ୍ରେଲ
ମାଧ୍ୟମରେ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବ ।
ଏହି ମହୋତ୍ସବରେ ୮୦୦ରୁ ଅଧିକ ଅନ୍ୟ ଆଂଚଳିକ କଳାକାରମାନେ ମଧ୍ୟ ପ୍ରଦର୍ଶନ କରିବେ ।
ଏହି ଆଂଚଳିକ କଳାକାରମାନେ ଇଡ୍‌କୋ ପ୍ରଦର୍ଶନୀ ପଡିଆ ନିକଟରେ ଫ୍ଲି ମାର୍କେଟ୍ ଓ
ନାଇଟ୍ ବଜାରରେ ଥିବା ୩ଟି ମଂଚରେ ସମ୍ବଲପୁରୀ ନୃତ୍ୟ, ଢେମ୍‌ସା ନୃତ୍ୟ, ଘୁମୁରା,
ପାଇକ ଆଖଡା, ନବଦୂର୍ଗା ନୃତ୍ୟ, ଯୋଡି ଶଙ୍ଖ,  ଫେଟ୍ ଫାଇଟର୍ସ ମଲ୍‌ଖମ୍ବ ଆଦି ସହିତ
ଭୁବନେଶ୍ୱରବାସୀଙ୍କ ମନୋରଞ୍ଜନ କରିବେ ।
ଡଟ୍ ଫେଷ୍ଟ୍ ସମୟରେ ଷ୍ଟାର କଳାକାରମାନଙ୍କ ପ୍ରଦର୍ଶନ ଉପରେ ମତ ରଖି ଡଟ୍ ଫେଷ୍ଟ୍
(ଭୁବନେଶ୍ୱର ସିଟି ଫେଷ୍ଟିଭାଲ୍‌)ର ନୋଡାଲ ଅଧିକାରୀ ତଥା ଶ୍ରମ ଆୟୁକ୍ତ, ଆଇଏଏସ୍
ଥିରୁମାଳା ନାୟକ କହିଛନ୍ତି, ‘ଚଳିତ ବର୍ଷ ଆମେ ଉଭୟ ଆଂଚଳିକ ଓ ଜାତୀୟ କଳାକାରମାନଙ୍କ
ପାଇଁ ଏକ ପ୍ଲାଟ୍‌ଫର୍ମ ସୃଷ୍ଟି କରି ଡଟ୍ ଫେଷ୍ଟ୍‌କୁ ବୃହତ୍ ଓ ଉନ୍ନତ
କରିବାକୁ ଲକ୍ଷ୍ୟ ରଖିଛୁ । ଓଡିଶା ପ୍ରତିଭାର ଗନ୍ତାଘର ଏବଂ ଏହା ଆମ କାର୍ଯ୍ୟକ୍ରମ
ମାଧ୍ୟମରେ ଲୋକଲୋଚନକୁ ଆସୁଥିବା ଦେଖି ଆମେ ଅତ୍ୟନ୍ତ ଆନନ୍ଦିତ । ଆପଣମାନେ ଏହି
ମହୋତ୍ସବରେ ଆମ ରାଜ୍ୟ ତଥା ଦେଶର ସର୍ବୋତମ କଳାକାରମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନର
ସାକ୍ଷୀ ରହିବେ ।’
ଦୀର୍ଘ ୧୫ ଦିନ ଯାଏଁ ପାର୍ବଣର ଅନୁଭୂତି ଦେଉଥିବା ଏହି ଡଟ୍ ଫେଷ୍ଟ ମହୋତ୍ସବକୁ
ପ୍ରଥମେ ୨୦୧୮ରେ ଆରମ୍ଭ କରାଯାଇଥିଲା । ଡଟ୍ ଫେଷ୍ଟର ପୂର୍ବ ସଂସ୍କରଣରେ
ଆନ୍ତର୍ଜାତୀୟ ଓ ଜାତୀୟ ମିଡିଆ, ସର୍ବୋତମ ହକି ଖେଳାଳିଙ୍କ ସମେତ ଲକ୍ଷ ଲକ୍ଷ
ଭୁବନେଶ୍ୱର ବାସିନ୍ଦା ଏବଂ ବିଶ୍ୱର ବିଭିନ୍ନ କୋଣଅନୁକୋଣରୁ ଦର୍ଶକମାନେ ଯୋଗ
ଦେଇଥିଲେ ଯାହା ଏହାକୁ ସଫଳ କରିଥିଲା ।

Share It

Comments are closed.