ଅମୀର ଖାନଙ୍କ ସହ ସଂପର୍କକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଦଙ୍ଗଲ ଗାର୍ଲ


ଅମୀର ଖାନ ଏବଂ ଦଙ୍ଗଲ ଗାର୍ଲ ‘ଫାତିମା ସନା ସେଖ’ଙ୍କ ମଧ୍ୟରେ ଗଢି ଉଠିଥିବା ସଂପର୍କକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହୁଥିବାବେଳେ ଉଭୟ ଏହି ଘଟଣାକୁ ନେଇ ପୂର୍ବରୁ କେବେବି ମୁହଁ ଖୋଲିନଥିଲେ । ସେପଟେ ଅମୀରଙ୍କ ସହ ଗଢି ଉଠିଥିବା ସଂପର୍କକୁ ନେଇ ସାମ୍ବାଦିକମାନେ ଯେତେବେଳେ ‘ସନା’ଙ୍କୁ ଏହି ସଂପର୍କରେ ପଚାରିଥିଲେ, ତେବେ ସେ କ୍ଷୁବ୍ଧ ହୋଇ ପ୍ରଥମଥର ପାଇଁ ଏହି ଘଟଣା ସଂପର୍କରେ ମୁହଁ ଖୋଲିଥିଲେ ।
ସନା ଏହାର ଉତ୍ତରରେ କହିଥିଲେ ଯେ, “ ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା, ଯେତେବେଳେ ମୋ ମା’ ଘରେ ବସି ଟିଭି ଦେଖୁଥିଲେ ଏବଂ ମୋତେ କହିଲେ ଦେଖ ତୋର ଫଟୋ ନ୍ୟୁଜରେ ଆସୁଛି । ମୁଁ ଯେତେବେଳେ ଏହି ନ୍ୟୁଜ ଦେଖିଲି, ତେବେ ସଙ୍ଗେ ସଙ୍ଗେ ଆଶ୍ଚର୍ଯ୍ୟ ହୋଇଗଲି କାରଣ ନ୍ୟୁଜ ଚ୍ୟାନେଲ ଗୁଡିକ ମୋତେ ନେଇ ଯେଉଁ ସବୁ ମିଥ୍ୟା କଥା ପ୍ରସାରିତ କରୁଥିଲେ ତାହା ଅତ୍ୟନ୍ତ ଦୁଖର ବିଷୟ । ଯଦି ଆପଣଙ୍କୁ ନେଇ ଏଭଳି ମିଥ୍ୟା କଥା ପ୍ରସାରିତ ହୁଏ ତେବେ ଆପଣ କ’ଣ କରିବେ । ”
ସେ ଆହୁରୀ ମଧ୍ୟ କହିଥିଲେ, “ ଆପଣ ଯାହା ବି କରିନିଅନ୍ତୁ, ଲୋକ ଆପଣଙ୍କ ବିଷୟରେ ନିଶ୍ଚିତ କିଛି କହିବେ କାରଣ ତାଙ୍କ କାମ ହେଉଛି କହିବା । କିନ୍ତୁ ଏବେ ଏହି ଘଟଣାକୁ ନେଇ ମୁଁ ଚିନ୍ତିତ ନାହିଁ । ”
ଖବର ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ଫାତିମାଙ୍କ ନାମ ଅମିର ଖାନଙ୍କ ସମେତ ଅନ୍ୟ ଏକ ଅଭିନେତା ‘ଅପାରଶକ୍ତି ଖରାନା’ଙ୍କ ସହ ମଧ୍ୟ ଯୋଡି ହୋଇଥିଲା । ଏହି ଅଭିନେତା ଜଣକ ଫିଲ୍ମ ଦଙ୍ଗଲରେ ଫାତିମାଙ୍କ ଭାଇ ଭୂମିକାରେ ନଜର ଆସିଥିଲେ ।
ଫାତିମା ଦୁହିଁଙ୍କ ସହ ଥିବା ସଂପର୍କକୁ ନେଇ କହିଥିଲେ ଯେ, “ଅମୀର ଏବଂ ଅପାରଶକ୍ତି ମୋ ପାଇଁ ବହୁତ ସ୍ପେଶାଲ କିନ୍ତୁ ଏହା ମାନେ ନୁହେଁ ଯେ, ଆମ ଭିତରେ କିଛି ଲିଙ୍କଅପ୍ ଅଛି । ”


Share It

Comments are closed.