ନିଜ ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ଝିଅକୁ ଦୁଷ୍କର୍ମ କଲା ବାପା


ଉତ୍ତରପ୍ରଦେଶର ବାନ୍ଧା ଜିଲ୍ଲାର ଗିରୱା ଥାନା ଅନ୍ତର୍ଗତ ଶିରପୁର ଗ୍ରାମର ଜଣେ କିଶୋରୀ ନିଜ ପିତାଙ୍କ ବିରୋଧରେ କଥିତ ରୂପେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଥାନା ଅଧିକାରୀ ଅରବିନ୍ଦ ତ୍ରିବେଦୀ କହିଛନ୍ତି ଯେ, “ଶିରପୁର ଗ୍ରାମର ଜଣେ ୧୭ ବର୍ଷିୟା ନାବାଳିକା ତାଙ୍କ ପିତାଙ୍କ ବିରୋଧରେ କଥିତ ରୂପରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଛନ୍ତି ।”
ନାବାଳିକର କହିବା ଅନୁଯୟୀ, “ମୁଁ ମଧ୍ୟପ୍ରଦେଶରେ ନିଜ ଆଇ ଘରେ ରହୁଥିଲେ କିନ୍ତୁ ଗତ କିଛି ଦିନ ହେବ ମାଟ୍ରିକ ପରୀକ୍ଷା ଦେବା ନିକଟସ୍ଥ ବାପାଙ୍କ ଘରକୁ ଆସିଥିଲେ । ଏବଂ ଏହି ସମୟରେ ମୋ ସହ ଦୁଷ୍କର୍ମ ହୋଇଥିଲା ।” ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ, “ଏହି ଘଟଣାକୁ ନେଇ ବର୍ତ୍ତମାନ ଆମେ ମାନେ ମାମଲା ରୁଜୁ କରିସାରିଛୁ ଏବଂ ନାବାଳିକା ଡାକ୍ତରୀ ମାଇନା ପାଇଁ ତାକୁ ହସ୍ପିଟାଲ ପଠେଇ ଦେଇଛୁ ।”


Share It

Comments are closed.