Farmers’ Union protest : ଚାଷୀ ସମସ୍ୟା ର ସମାଧାନ ପାଇଁ କୃଷକ ସଙ୍ଘଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ
ଝାରସୁଗୁଡା, ୧୦/୨, ଝାରସୁଗୁଡା ଜିଲ୍ଲା କୃଷକ କ୍ରିୟାନୁଷ୍ଠାନ କମିଟି ଏବଂ ଝାରସୁଗୁଡା ର ପୂର୍ବତନ ବିଧାୟିକା ଦୀପାଳୀ ଦାସ ଙ୍କ ନେତୃତ୍ୱ ରେ ଆଜି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ଜିଲଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି |ଝାରସୁଗୁଡା ଜିଲ୍ଲା କୃଷକ କ୍ରିୟାନୁଷ୍ଠାନ କମିଟି ଏବଂ ଝାରସୁଗୁଡା ର ପୂର୍ବତନ ବିଧାୟିକା ଦୀପାଳୀ ଦାସ ଙ୍କ ନେତୃତ୍ୱ ରେ ଶତାଧିକ ଚାଷୀ ଏକଜୁଟ ହୋଇ ବେହେରାମାଲ କିଷାନ ଛକ ରୁ ଏକ ବିରାଟ ରାଲିରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର କୁ ପହଂଚି ସେଠାରେ ଜିଲ୍ଲା ର ଚାଷୀ ମାନଙ୍କ ପ୍ରତି ହେଉଥିବା ଚାଷୀ ମାରନ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଝାରସୁଗୁଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |

ଜିଲ୍ଲାପାଳ ଙ୍କୁ ଦେଇଥିବା ଦାବିପତ୍ର ରେ ଧାନ କ୍ରୟ ରେ ହୋଇଥିବା ଅନିୟମିତତା,ଟାର୍ଗେଟ ନିର୍ଧାରଣ, ଏବଂ ଟୋକନ ସମସ୍ୟା ର ତୁରନ୍ତ ସମାଧାନ ସହିତ ଚାଷୀ ମାନଙ୍କୁ ଦିଆଯାଉଥିବା ସବସିଡି ୮୦୦ ଟଙ୍କା ସହିତ ୩୧୬୯ ଟଙ୍କା ମିଳିବା କଥା କିନ୍ତୁ ମିଳୁଛି ୩୧୦୦ ଟଙ୍କା |ବାକି ୬୯ ଟଙ୍କା ମଧ୍ୟ କୁଇଣ୍ଟାଲ ପ୍ରତି ଦିଆଯାଉ |ଲେପ୍ସ ହୋଇ ସାରିଥିବା ଟୋକନ ଗୁଡିକୁ ତୁରନ୍ତ ନବୀକରଣ କରାଯାଇ ଚାଷୀ ମାନଙ୍କୁ ବିକ୍ରି କରିବାର ସୁଯୋଗ ଦିଆଯାଉ,୧୫୦ କୁଇଣ୍ଟାଲ ରୁ ଅଧିକ ଧାନ ବିକ୍ରି କରୁଥିବା ଚାଷୀ ମାନଙ୍କୁ ମଧ୍ୟ ଇନପୁଟ ସବସିଡି ପ୍ରଦାନ କରାଯାଉ, ୧୫୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀ ମାନେ ୭୫ କୁଇଣ୍ଟାଲ ବିକ୍ରି କରିଥିବା ବେଳେ ଆଉ ୭୫ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଉ,ଏହା ସହିତ ଲଇକେରା ବ୍ଳକ ରେ ବିକ୍ରି କରିବା ପାଇଁ ବାକିଥିବା ୩୯ହଜାର ୭୦୦ କୁଇଣ୍ଟାଲ,କିର୍ମିରା ବ୍ଳକ ର ୨୧ ହଜାର କୁଇଣ୍ଟାଲ,କୋଲାବିରା ବ୍ଳକ ୨୪ ହଜାର ୬୫୦ କୁଇଣ୍ଟାଲ,ଝାରସୁଗୁଡା ବ୍ଳକ ରେ ୧ ଲକ୍ଷ କୁଇଣ୍ଟାଲ,ଲଖନପୁର ବ୍ଳକ ପାଇଁ ୩୦ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ବାକି ରହିଥିବା ବେଳେ ଏହି ଧାନ ତୁରନ୍ତ ବିକ୍ରି କରିବା ପାଇଁ ଜିଲ୍ଲାପାଳ ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି |

ଏହା ସହିତ ମାନସିକ, ଶାରୀରିକ ନିର୍ଯାତିତ ହେଉଥିବା ଜିଲ୍ଲା ର ଚାଷୀ ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ଏହି ସମସ୍ତ ସମସ୍ୟା ଗୁଡିକର ସମାଧାନ କରନ୍ତୁ, ନ ହେଲେ ଆଗାମୀ ଦିନ ରେ ଜିଲ୍ଲା ର ଚାଷୀମାନେ ରାଜରାସ୍ତା କୁ ଓଲ୍ହାଇବେ ବୋଲି କୃଷକ ସଙ୍ଘଠନ ଓ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଙ୍କ ତରଫରୁ ଦାବିପତ୍ର ରେ ଜଣାଯାଇଛି |ଏହି ରାଲି, ବିକ୍ଷୋଭ ଓ ଦାବିପତ୍ର ଦେବା ସମୟ ରେ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଙ୍କ ସହିତ ଚାଷୀ ସଙ୍ଘଠନ ର ଜଗନ୍ନାଥ ଜେନା, ଟଙ୍କ ନାଏକ, ଅର୍ଜୁନ ମେହେର, ଲକ୍ଷ୍ମଣ ସାହୁ, ଭୁପାଳ ବେହେରା, ଶାନ୍ତନୁ ନାଇକ, ପୁରୁଷୋତ୍ତମ ନାଇକ, ନବୀନ ନାଇକ, ତପୀ ମରେଈ, ଚୂଡ଼ାମଣି ବଢ଼େଇ, ପିଣ୍ଟୁ ପାଢ଼ୀ ଦାମୋଦର ନାଥ, ରାଜୀବ ପାଣିଗ୍ରାହୀ, ରବିରତ୍ନ ପ୍ରଧାନ, ଦିଗାମ୍ବର ଭୋଇ, ମଣ୍ଟୁ ନାଇକ ପ୍ରମୁଖ ଉପସ୍ଥିତ ରହିଥିଲେ |
Comments are closed.