ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଫରାନ-ଶିବାନୀ


ବଲିଉଡରେ ବର୍ତ୍ତମାନ ପ୍ରେମ ରୂତୁ ଚାଲିଥିବାବେଳେ ଏବେ ଆଉ ଜଣେ ପ୍ରେମୀ ଯୋଡିଙ୍କର ଚର୍ଚ୍ଚା ଖୁବ ଜୋରସେ ହେବାରେ ଲାଗିଛି । ଆପଣ ଭାବୁଥିବେ ସେହି ବ୍ୟକ୍ତି ଜଣକ କିଏ । ତେବେ ସେହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ବରଂ ବଲିଉଡର ଜଣେ ଚର୍ଚ୍ଚିତ ଫିଲ୍ମ ନିର୍ମାତା ଫରାନ ଅଖତର । ବର୍ତ୍ତମାନ ଫରାନ ଅଖତର ଏବଂ ଶିବାନୀ ଡାଣ୍ଡେକରଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ଖୁବ ଜୋରସେ ଚର୍ଚ୍ଚା ହେବାରେ ଲାଗିଛି । ସୋସିଆଲ ମିଡିଆରେ ଉଭୟ ପରସ୍ପରଙ୍କର ଏକ ସୁନ୍ଦର ଫଟୋ ସେୟାର କରବା ସହ ନିଜେ ସେମାନଙ୍କର ସମ୍ପର୍କକୁ ଆହୁରୀ ଆଗକୁ ନେବାକୁ ଚାହୁଁଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ଉଭୟ ଚଳିତ ବର୍ଷ ମାର୍ଚ୍ଚ କିମ୍ବା ଏପ୍ରେଲ ପରସ୍ପରଙ୍କୁ ବିବାହ କରିପାରନ୍ତି । ଉଭୟ ଦୀର୍ଘ ଦିନ ହେବ ପ୍ରେମ ସଂପର୍କରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସୁଧା ଏହି ଘଟଣାକୁ ନେଇ ପରସ୍ପର ଓøପଚାରିକ ଭାବରେ କିଛି କହି ନଥିବାବେଳେ ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ସୂଚନା ମିଳିଛି ।
ସବୁଠାରୁ ମୁଖ୍ୟ କଥା ହେଲା ଏକ ବିଶେଷ ସୂତ୍ରରୁ ମିଳିଥିବା ଅନୁଯାୟୀ, ଉଭୟ ଲୁଚିଲୁଚି ନିଜ ନିର୍ବନ୍ଧ ସାରିଦେଇଥିବାବେଳେ ଏବେ ଖାଲି ଉଭୟଙ୍କର ବିବାହ ତାରିଖକୁ ଅପେକ୍ଷା ରହିଛି । ଏହାର ଅର୍ଥାତ ଏହା ଯେ, ରଣବୀର-ଦୀପିକା, ପ୍ରିୟଙ୍କା-ନିକଙ୍କ ପରେ ଫରାନ ଏବଂ ଶିବାନୀଙ୍କ ବିବାହ ବଲିଉଡରେ ଏକ ବହୁ ଚର୍ଚ୍ଚିତ ବିବାହ ହୋଇପାରେ ।


Share It

Comments are closed.