ରୋହିତଙ୍କୁ ଖୋଲା ପଡିଆରେ କିସ କଲେ ଏହି ଅଜଣା ବ୍ୟକ୍ତି


ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ବିଜୟ ହାଜାରେ ଟ୍ରଫି ଖେଳି ନିଜର ପ୍ରସ୍ତୁତି ଚଳାଇଛନ୍ତି । ରୋହିତ ମୁମ୍ବାଇ ତରଫରୁ ଖେଳୁଥିବାବେଳେ କ୍ୱାଟର ଫାଇନାଲରେ ଉତ୍ତମ ପ୍ରଦର୍ଶନ କରି ୩୩ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ଏହି ମ୍ୟାଚରେ ୯ଟି ୱିକେଟରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ ସରିବା ପରେ କିଛି ଏଭଳି ଘଟଣା ଘଟିଲା, ଯାହାକୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ ।
ମ୍ୟାଚ ସରିବା ପରେ ଜଣେ ଫ୍ୟାନ ପଡିଆ ଭିତରକୁ ପଛି ଆସିଥିଲେ ଏବଂ ରୋହିତ ପାଦ ଛୁଇଁପକାଇଥିଲେ । ଏହା ପରେ ପ୍ରଶଂସକ ଜଣକ ରୋହିତଙ୍କୁ କୁଣ୍ଢାଇ ପକାଇ ତାଙ୍କୁ ଗେଲ କରିପକାଇଥିଲେ । ପ୍ରଶଂସକ ଜଣକ ଯେତେବେଳେ ଆଉ ଏକ ଗେଲକୁ କିସ କରିବା ପାଇଁ ବାହାରୁଥିଲେ ସେହି ସମୟରେ ରୋହିତ ତାଙ୍କୁ ନିଜ ଠାରୁ ଦୂରେଇ ଦେଇଥିଲେ । ଏହା ପରେ ପ୍ରଶଂସକ ଜଣ ଆପେ ଆପେ ପଡିଆ ବାହାରକୁ ଚାଲି ଆସିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ହେଲା ଯେ, ଅଚିହ୍ନା ପ୍ରସଂଶକ ଜଣକ ଯେତେବେଳେ ପଡିଆ ଭିତରକୁ ପଶି ଆସିଥିଲେ ସେତେବେଳେ କୌଣସି ବି ସୁରକ୍ଷାକର୍ମୀ ତାଙ୍କୁ ଦେଖିପାରି ନଥିଲେ ।

ରୋହିତଙ୍କୁ ତାଙ୍କ ପ୍ରଶଂସକ ଜଣକ କିସ କରୁଥିବା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖବରକୁ ରୋହିତଙ୍କ ପତ୍ନୀ ‘ରିତିକା ସଜଦେହ’ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ‘ୟୁଗବିନ୍ଦ୍ର ଚହଲ’ଙ୍କୁ ଟ୍ୟାଗ ମଧ୍ୟ କରିଥିଲେ । ଏଥିରେ ରିତିକା କ୍ୟାପସନରେ ଲେଖିଥିଲେ “ଏବେ ଆମ ଦୁହିଁଙ୍କ ସମ୍ମୁଖରେ ଅନେକ ଗୁଡିଏ ଆହ୍ୱନ ରହିଛି । ”
ଚହଲଙ୍କ ପକ୍ଷରୁ ରିତିକାଙ୍କ ଏହି ଫୋଷ୍ଟର ପ୍ରତିକ୍ରିୟା ଆସିଲା ଏବଂ ଚହଲ ଏହା ଲେଖିଲେ ଯେ, “ଭାବୀ ଏ କ୍ୟା ହୋ ରା ହେ, ଏ କ୍ୟା ହୋ ରା ହେ ।”
କେବଳ ଏହା ରୋହିତଙ୍କ ସହ ଘଟି ନାହିଁ ଏହା ପୂର୍ବରୁ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବା ସମୟରେ ବରାଟଙ୍କ ସହ ମଧ୍ୟ ଏଭଳି ଘଟଣା ଘଟି ସାରିଛି । ବାରମ୍ବାର ଏଭଳି ଏବେ ଖେଳାଳୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି କରାଉଛି ।


Share It

Comments are closed.