ଫେସବୁକ୍-ହ୍ୱାଟସ୍ଆପ୍, ଇନଷ୍ଟାଗ୍ରାମ ଡାଉନ୍ ହେତୁ ଗୋଟିଏ ଦିନରେ ୟୁଏସଡି ୭ ବିଲିୟନ ହରାଇଲେ ଜୁକରବର୍ଗ


ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍‌ ସେବା ବ୍ୟାହତ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା । ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି । ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି ।

କମ୍ପାନୀର ସିଇଓ ମାର୍କ ଜୁକରବର୍ଗଙ୍କ ନେଟ୍‌ ମୂଲ୍ୟ କିଛି ଘଣ୍ଟା ମଧ୍ୟରେ ୪୫ କୋଟିରୁ ଅଧିକ କ୍ଷତି ହୋଇଛି । ୧୦୦ କୋଟିରୁ ଅଧିକ ଲୋକ ଫେସବୁକର ବ୍ୟବହାର କରୁଛନ୍ତି । ହ୍ୱାଟସଆପ ଓ ଇନଷ୍ଟାଗ୍ରାମର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ । ସେ ବିଶ୍ୱର ଧନୀ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି । ସେବା ବ୍ୟାହତ ହେତୁ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ‌ହୋଇଥିବା ସମସ୍ୟା ପାଇଁ ଜୁକରବର୍ଗ କ୍ଷମା ମାଗିଛନ୍ତି ।

ଏଥିସହ ତ୍ରୁଟିର କାରଣ ଖୋଜିବାକୁ ଫେସବୁକ ଯାଞ୍ଚ ମଧ୍ୟ ଆରମ୍ଭ କରିଛି । ସେବା ପୁନଃ ସ୍ଥାପିତ ହେବା ପରେ ଫେସବୁକ୍ ଟ୍ୱିଟରରେ କହିଛି, ‘ଆମ ଉପରେ ନିର୍ଭର କରୁଥିବା ବିଶ୍ୱର ଲୋକ ଏବଂ ବ୍ୟବସାୟ ପାଇଁ ଆମେ ଦୁଃଖିତ । ଆମର ଆପ୍ ଏବଂ ସେବାଗୁଡିକୁ ସଂପୂର୍ଣ୍ଣ ରୂପେ ପୁନଃ ସ୍ଥାପନ କରିବାକୁ ଆମେ କଠିନ ପରିଶ୍ରମ କରୁଛୁ | ସେମାନେ ପୁନର୍ବାର ଅନଲାଇନ୍ ହୋଇଥିବାର ରିପୋର୍ଟ କରି ଆମେ ଖୁସି । ଆମ ସହିତ ରହିଥିବାରୁ ଧନ୍ୟବାଦ ।


Share It

Comments are closed.