ଫେସବୁକ ଇଣ୍ଡିଆରେ ନିଯୁକ୍ତି ପାଇଁ ଫେସବୁକ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି


ଫେସବୁକ ବର୍ତ୍ତମାନର ସବୁଠାରୁ ଲୋକପ୍ରିୟ ସୋସିଆ ମିଡଆ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମସ୍ତଙ୍କ ଫୋନରେ ଏହି ଆପ ରହିବା ତ ସୁନିଶ୍ଚିତ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାର ବ୍ୟବହାର ତ ଜାଣିଥିବେ । ଯଦି ବର୍ତ୍ତମାନ ଫେସବୁକ ସହ କାମ କରିବାକୁ ଆପଣଙ୍କୁ ସୁଯୋଗ ମିଳିବ ତେବେ କେମିତି ଲାଗିବ? ଆଜ୍ଞା ହିଁ ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ସାଇଟ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରୀ କରାଇଛି । ଯଦି ଆପଣ ଫେସବୁକ ସହିତ କାମ କରିବାକୁ ପସନ୍ଦ କରନ୍ତି ତେବେ ଏହି ପୋଷ୍ଟ ପାଇଁ ଆପଣ ଆବେଦନ କରିପାରିବେ । ଫେସବୁକରେ ଏହି ସବୁ ପଦବୀ ପାଇଁ କମ୍ପାନୀ ଲିଙ୍କଦେନରେ ପୋଷ୍ଟ ସେୟାର କରିଛି । ଏଥିରେ ଆଶାୟୀପ୍ରର୍ଥୀ ଆବେଦନ ମଧ୍ୟ କରିପାରିବେ । ଭାରତରେ ଫେସବୁକର ୨୫୦ମିଲିୟନରୁ ଉର୍ଦ୍ଦ ଗ୍ରାହକ ରହିଥିବା ସେମାନଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେବା ଏହି ସୂଚନା ଜାରୀ କରାଇଛି । ଆଶାୟୀପ୍ରର୍ଥୀ ମାନେ ୧୪ ସେପ୍ଟେମ୍ବର ସୁଧା ଏହି ପଦବୀ ପାଇଁ ଆବେଦନ କରିପାରିବେ ।
କେଉଁ କେଉଁ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି ।
୧- ଇ-କମର୍ସ କ୍ରିଏଟିଭ ଷ୍ଟ୍ରାଟେଜିର ହେଡ
୨- ସ୍ମଲ ଏବଂ ମିଡିଏମ ବିଜନେସ ଡାଇରେକ୍ଟର
୩- ଭର୍ଟିକଲ ହେଡ ଅଫ ଇ-କର୍ସ
୪- ପ୍ଲାଟଫର୍ମ ପାର୍ଟନରସିପ ପାଇଁ ଷ୍ଟ୍ରାଟେଜି ପାର୍ଟନର
୫- ସାଉଥ ଏସିଆ ଏବଂ ଭାରତ ପବ୍ଲିକ ପଲିସି ମ୍ୟାନେଜର
୬- ଭାରତର ନୂଆ ପାର୍ଟନରସିପ ଏବଂ ଷ୍ଟ୍ରାଟେଜି ମ୍ୟାନେଜର
୭- ଫେସବୁକ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର

କିପରି ଆବେଦନ କରିବେ
୧ ଏଥିପାଇଁ ଆଶାୟୀ ପ୍ରର୍ଥୀମାନେ ଲିଙ୍କଦେନକୁ ଯିବାକୁ ପଡିବ ।
୨ ଏଠାରେ ଦିଆଯାଇଥିବା ସର୍ଚ ବକ୍ସରେ ଫେସବୁକ ଇନ ଜବ ଟାଇପ କରନ୍ତୁ ।
୩ ଏହା ପରେ ଏହାର ଠିକ ତଳ ଭାଗକୁ ଆପଣଙ୍କୁ ଫେସବୁକ ଦ୍ୱାରା ପୋଷ୍ଟ କରାଯାଇଥିବା ନିଯୁକ୍ତି ବାବଦକୁ ସମସ୍ତ ତାଲିକା ନଜର ଆସିବ । ଯେଉଁଥିରେ ଆପଣ ଚାହୁଁଥିବା ପଦବୀ ଉପରେ କ୍ଲିକ କରିବାକୁ ପଡିବ ।
୪ ଏହା ପରେ ଆପ୍ଲାଏ ବିକଳ୍ପ ଉପରେ କ୍ଲିକ କରନ୍ତୁ ।


Share It

Comments are closed.