ସତର୍କ ରୁହନ୍ତୁ: ଆପଣଙ୍କ ତଥ୍ୟର ୮୦ ପ୍ରତିଶତ ଥାର୍ଡ ପାର୍ଟିକୁ ବିକ୍ରି କରୁଛନ୍ତି ଫେସବୁକ୍, ଇନଷ୍ଟା ଏବଂ ଲିଙ୍କଡଇନ୍


ଫେସବୁକ୍, ଇନଷ୍ଟାଗ୍ରାମ, ଲିଙ୍କଡଇନ୍ ପରି କମ୍ପାନୀଗୁଡିକ ସେମାନଙ୍କର ଉପଭୋକ୍ତାମାନଙ୍କ ତଥ୍ୟର ୫୦ ରୁ ୮୦ ପ୍ରତିଶତ ଥାର୍ଡ ପାର୍ଟିକୁ ଦେଉଛନ୍ତି। ଏହାର ପ୍ରତିବଦଳରେ, ଏହି କମ୍ପାନୀଗୁଡିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆର୍ଥିକ ଲାଭ କରୁଛନ୍ତି | ଆପଲ୍ ଆପ୍ ଷ୍ଟୋର୍‌ରେ ୧୦୦ ଟି ପ୍ରମୁଖ ମୋବାଇଲ୍ ଆପ୍ଲିକେସନ ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି |

ସାଇବର ସିକ୍ୟୁରିଟି ଏଜେନ୍ସି ପି-କ୍ଲାଉଡ୍ ଦ୍ୱାରା ହୋଇଥିବା ଏହି ମୂଲ୍ୟାଙ୍କନ ଅନୁଯାୟୀ, ୧୦୦ ଟି ଆପ୍ ମଧ୍ୟରୁ ୮୦ ଟି କୌଣସି ରୂପରେ ତଥ୍ୟ ଗ୍ରହଣ କରୁଛି ଏବଂ ଏହା ମଧ୍ୟ ସେମାନଙ୍କ ଉତ୍ପାଦ ବିକ୍ରୟ ପାଇଁ ବ୍ୟବହାର କରୁଛି | ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ମଧ୍ୟ ନିଜ ଗ୍ରାହକଙ୍କ ଠାରୁ ୮୫ ପ୍ରତିଶତ ତଥ୍ୟ ବ୍ୟବହାର କରୁଛନ୍ତି। ଏହି ତଥ୍ୟରେ ବ୍ୟକ୍ତିଗତ ସୂଚନା, ସର୍ଚ ଏବଂ ବ୍ରାଉଜିଂ ହିଷ୍ଟ୍ରି ଏବଂ ମୋବାଇଲ୍ ଫୋନ୍ ସୂଚନା ଅନ୍ତର୍ଭୁକ୍ତ |

ସିଗନାଲ୍, ଟେଲିଗ୍ରାମକୁ ସୁରକ୍ଷିତ ବୋଲି କୁହାଯାଇଛି

ଫାର୍ମ ଅନୁଯାୟୀ, ଯଦି ସିଗନାଲ୍, କ୍ଲବ ହାଉସ୍ ଏବଂ ଟେଲିଗ୍ରାମ ଭଳି ମେସେଜିଂ ଆପ୍ ସୁରକ୍ଷିତ ମିଳିଥିବେବେଳେ ନେଟଫ୍ଲିକ୍ସ, ମାଇକ୍ରୋସଫ୍ଟ ଟିମ୍, ଗୁଗୁଲ୍ କ୍ଲାସରୁମ୍ ଇତ୍ୟାଦି ମଧ୍ୟ ସୁରକ୍ଷିତ ବୋଲି ଦର୍ଶାଯାଇଛି। ଏହି ଆପଗୁଡ଼ିକ ସେମାନଙ୍କର ବ୍ୟବହାରକାରୀଙ୍କ ତଥ୍ୟକୁ ଭୁଲ ଭାବରେ ବ୍ୟବହାର କରୁନାହିଁ | ତଥାପି, ଯେକୌଣସି ଆପକୁ ସେମାନଙ୍କ ତଥ୍ୟକୁ ଆକସେସ୍ କରିବାକୁ ଅନୁମତି ଦେବା ପୂର୍ବରୁ ଉପଭୋକ୍ତାମାନେ ସତର୍କ ହେବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।

ଡାଟା ଉଡାଇବାରେ ଇନଷ୍ଟାଗ୍ରାମ ଆଗରେ ରହିଛି

ଇନଷ୍ଟାଗ୍ରାମ ଏହାର କୋଟି କୋଟି ଉପଭୋକ୍ତାଙ୍କର ୮୦ ପ୍ରତିଶତ ପର୍ଯ୍ୟନ୍ତ ତୃତୀୟ ପକ୍ଷକୁ ଯୋଗାଉଛି। ଏଥିରେ କ୍ରୟ ଇତିହାସ, ଲୋକେସନ, କଂଟାକ୍ଟ, ୟୁଜେସ ଏବଂ ଉପଭୋକ୍ତାମାନଙ୍କର ପ୍ରୋଫାଇଲ୍ ଡାଟା ଅନ୍ତର୍ଭୁକ୍ତ |

ଏହା ପରେ ଫେସବୁକ୍ ଏବଂ ମାଇକ୍ରୋସଫ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ଲିଙ୍କଡଇନ୍ ନମ୍ବର ଆସେ | ଏହା ତୃତୀୟ ପକ୍ଷକୁ ପ୍ରାୟ ୫୨ ପ୍ରତିଶତ ତଥ୍ୟ ଦେଉଛି |


Share It

Comments are closed.