କରୋନାକୁ ହରାଇବା ପାଇଁ ଆମେରିକାର ଗବେଷଣା, ଆରୋଗ୍ୟ ବ୍ୟକ୍ତିଙ୍କ ରକ୍ତରେ ହେବ ଚିକିତ୍ସା


ଟିଫୈନି ପିଙ୍କନୀ, ଆଜି ଭି କୋଭିଡ-୧୯ର ନାଁ ଶୁଣି ଥରି ଉଠୁଛନ୍ତି । କିନ୍ତୁ ଏବେ ଯେହେତୁ ସେ ଏହି ରୋଗରୁ ମୁକ୍ତ ହୋଇପାରିଛନ୍ତି,ତେଣୁ ସେ ଗମ୍ଭୀର ରୂପେ ବେମାର ଥିବା ଲୋକଙ୍କ ପାଇଁ ରକ୍ତ ଦାନ କରୁଛନ୍ତି । ଏପରି କରିବାରେ ସେ ଆମେରିକାର ପ୍ରଥମ କରୋନା ସର୍ଭାଇଭର ଅଟନ୍ତି ।
ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ପିଙ୍କନୀ କହିଛନ୍ତି ଯେ, “ଏହା ଜାଣିବା ନିଶ୍ଚିତ ରୂପେ ଆନନ୍ଦଦାୟକ ଯେ ମୋ ରକ୍ତରୁ କିଛି ଉତ୍ତର ମିଳିପାରିବ ।’ ନୂଆ ଗବେଷଣା ଅନୁଯାୟୀ ପ୍ରତିରକ୍ଷା ଅଣୁଗୁଡ଼ିକ ସହିତ ରକ୍ତରେ ଉପସ୍ଥିତ ଥିବା ପ୍ଳାଜମା କରୋନା ଭାଇରସକୁ ହରାଇବାର କାମ କରିପାରେ । ଏମିତିରେ ଏହାର କୌଣସି ପ୍ରମାଣ ନାହିଁ ।
ଆଧୁନିକ ଚିକିତ୍ସା ଆସିବାର ବହୁତ ପୂର୍ବରୁ ଇତିହାସର ପୁସ୍ତକ ଅନୁଯାୟୀ କାଁନୱାଲେସେଟ୍ ସିରମ ୧୯୧୮ରେ ଆସିଥିବା ମହାମାରୀ ସମୟରେ ଖସ୍‌ରା, ବ୍ୟାକ୍ଟେରିଆଲ ନିମୋନିଆ ଏବଂ କେତେକ ଅନ୍ୟ ସଂକ୍ରମଣ ବିରୋଦ୍ଧରେ ଏହି ପ୍ରକାର ପଦ୍ଧତିର ବ୍ୟବହାର କରାଯାଉଥିଲା । କାରଣ ଯେତେବେଳେ କୌଣସି ସଂକ୍ରମଣ ଶରୀରକୁ ଆକ୍ରମଣ ଆକ୍ରାନ୍ତ କରିଥାଏ ତେବେ ଶରୀର ପ୍ରୋଟିନ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥାଏ । ଏହି ପ୍ରୋଟିନକୁ ଆଣ୍ଟିବଡି କୁହାଯାଏ ଯାହାକି ସେହି ଜୀବାଣୁ ଉପରେ ଆକ୍ରମଣ କରିଥାଏ । ଏହି ଆଣ୍ଟିବଡି ଆରୋଗ୍ୟ ଲାଭ କରିଥିବା ଶରୀରରେ ମାସ, ବର୍ଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥାଏ –ବିଶେଷ କରି ପ୍ଲାଜମାରେ ।
ଡାକ୍ତରଙ୍କୁ ଏହା ଜଣାନାହିଁ ଯେ କୋଭିଡ-୧୯ ବିରୋଦ୍ଧରେ ସର୍ଭାଇଭରଙ୍କ ଆଣ୍ଟିବଡି କେତେ ସମୟ ପର୍ଯ୍ୟନ୍ତ କାମ କରିପାରିବ । କିନ୍ତୁ ବର୍ତ୍ତମାନ ସମୟ ପାଇଁ ଏହା ସବୁଠାରୁ ସୁରକ୍ଷିତ ଉପାୟ ମାନଙ୍କ ମଧ୍ୟରୁ ଗୋଟିଏ । ଏହା ଡାକ୍ତର ରେବେକାଙ୍କ ମତ । ସେ ଏହି ସମୟରେ ଡୋନରଙ୍କୁ ଚିହ୍ନିବାରେ ଲାଗିଛନ୍ତି । ସେ କହିଛନ୍ତି ଯେ, ‘ଆମେ ନିଜ ପାଇଁ ତାଙ୍କର ଆଣ୍ଟିବଡିର ବ୍ୟବହାର କରୁନାହୁଁ ।’
କିନ୍ତୁ ହାଉଷ୍ଟନ ଏବଂ ନ୍ୟୁୟର୍କର ସର୍ଭାଇଭରମାନେ ରକ୍ତଦାନ କରିଥିଲେ । ଏବେ ଡାକ୍ତରଖାନା ଓ ରକ୍ତକେନ୍ଦ୍ର ସର୍ଭାଇଭର୍‌ମାନଙ୍କର ରକ୍ତ ନେଉଛନ୍ତି । ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ, ଶୁକ୍ରବାର ଦିନ ମାୟୋ କ୍ଲିନିକ ନେତୃତ୍ୱଯୁକ୍ତ ଏକ ରାଷ୍ଟ୍ରିୟ ଅଧ୍ୟୟନର ଘୋଷଣା କରିଛି, ଯାହାକି ହସ୍‌ପିଟାଲଗୁଡ଼ିକୁ ପ୍ରାୟୋଗିକ ପ୍ଲାଜମା ଥେରାପିର ପ୍ରଦର୍ଶନ କରିବ ଏବଂ ଏହା ମଧ୍ୟ ଜଣାଇବ ଯେ ଏହା କରିବା କେତେ ଦୂର ଠିକ ରହିବ । ଆମେରିକାର ରେଡ କ୍ରସ ସୋସାଇଟି ପ୍ଲାଜମାର ଏକତ୍ର ଓ ବିତରଣ କରିବାରେ ସାହାଯ୍ୟ କରିବେ ।
ନ୍ୟୁୟକ୍‌ର୍ର ମାଉଣ୍ଟସିନାଇ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ଡାକ୍ତର ଡେଭିଡ ରିଚ କହିଛନ୍ତି ଯେ, ‘ଏହି ଅନୁସନ୍ଧାନ କରିବା ପାଇଁ ଉପଯୁକ୍ତ ସୁଯୋଗ । ସେ ହିଁ ପିଙ୍କନୀଙ୍କର ଠିକ ହେବାର ଘୋଷଣା ଓ ତାଙ୍କୁ ରକ୍ତଦାନ କରିବା ପାଇଁ କହିଛନ୍ତି । ‘ଲୋକମାନେ ଏହି ମହାମାରୀ ଆଗରେ ବେଶ ଅସହାୟ ମନେ କରନ୍ତି । ଏହା ଏଭଳି ଏକ ଜିନିଷ ଯାହା କି ସେ ନିଜ ବନ୍ଧୁଙ୍କର ସାହାଯ୍ୟ ପାଇଁ କରିପାରିବେ । ଉପଚାର ଚାଲୁ ରହିଛି । ଆମର ଆଶା ରହିଛି ଏହା ନିଶ୍ଚିତ କାମ କରିବ ।’


Share It

Comments are closed.