ହାର୍ପିକ୍ ପକ୍ଷରୁ ନୂତନ ବାଥରୁମ କ୍ଲିନର ଶୁଭାରମ୍ଭ


ଲ୍ୟାଭୋକେୟାର ବର୍ଗର ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ହାର୍ପିକ ପକ୍ଷରୁ ଏହାର ନୂତନ ହାର୍ପିକ ବାଥ୍ ରୁମ କ୍ଲିନରର ଶୁଭାରମ୍ଭ କରାଯାଇଛି ଯାହା ୧୦ଗୁଣ ଅଧିକ ଶକ୍ତିଶାଳୀ । ନୂତନ ଅଭିଯାନ “ନୟା ବାଥ୍ରୁମ୍ ମୁବାରକ୍ ହୋ” ଦ୍ୱାରା ଗୋଟିଏ ବୋତଲରେ ଗ୍ରାହକମାନେ ଏକ ନୂତନ ବାଥରୁମର ଅନୁଭବ ପାଇପାରିବେ ।
ଏହି ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି ଅକ୍ଷୟ କୁମାର । ସେ ଉକ୍ରଟ ଦାଗକୁ ସଫା କରିବା ପାଇଁ ଏହି ସ୍ପେଶିଆଲିଷ୍ଟ କ୍ଲିନରର ଗୁରୁତ୍ୱକୁ ଉପସ୍ଥାପିତ କରିଥିଲେ । ସାଧାରଣ କ୍ଲିନରରେ ବାଥରୁମ ପରିଷ୍କାର କରିବା ଦ୍ୱାରା ଏହା ସଠିକ ଭାବେ ସଫା ହୋଇନଥାଏ ଯଦ୍ୱାରା ବାଥରୁମଟି ପୁରୁଣା ତଥା ଅପରିଷ୍କାର ଦେଖାଯାଇଥାଏ । ନୂଆ ମେଗା ୩୬୦ ଅଭିଯାନ ସ୍ୱରୂପ ଟିଭି, ପ୍ରିଣ୍ଟ, ଡିଜିଟାଲ, ପଏଣ୍ଟ ଅଫ ସେଲ ଜରିଆରେ ଅକ୍ଷୟ କୁମାର ଏହି ବାର୍ତ୍ତାକୁ ପ୍ରଦାନ କରୁଛନ୍ତି ଓ ନୂତନ ବାଥରୁମ କ୍ଲିନର ହାର୍ପିକ୍ ବାଥରୁମ କ୍ଲିନରକୁ ବ୍ୟବହାର କରିବା ପାଇଁ ମହିଳାମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି, ଯାହାକି ସାଧାରଣ ଡିଟରଜେଣ୍ଟ ତୁଳନାରେ ୧୦ଗୁଣ ଅଧିକ ଫଳପ୍ରଦ ଓ ଯଦ୍ୱାରା ଆପଣ ଏକ ନୂତନ ଚମକଦାର ବାଥରୁମ ପାଇପାରିବେ ।
ଏହି ଘୋଷଣା ଅବସରରେ, ସୁଖ୍ଲିନ୍ ଆନେଜା, ସିଏମଓ, ମାର୍କେଟିଂ ଡାଇରେକ୍ଟର, ସାଉଥ୍ ଏସିଆ ଆରବି ହାଇଜିନ ହୋମ୍ କହିଛନ୍ତି ଯେ, “ହାର୍ପିକ ବାଥରୁମ ଫ୍ରାଞ୍ଚାଇଜ ନିଶ୍ଚିନ୍ତ ଭାବରେ ଏକ ସଫଳ ଉତ୍ପାଦ । ଆମର ନୂତନ ଅଭିଯାନ “ନୟା ବାଥରୁମ ମୁବାରକ ହୋ” ଜରିଆରେ ଏହାକୁ ଉପସ୍ଥାପିତ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଆମର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଜଣାଇବା ଯେ ଡିଟରଜେଣ୍ଟ ତୁଳନାରେ ହାର୍ପିକ ହେଉଛି ଉକ୍ରୃଷ୍ଟ ବାଥରୁମ କ୍ଲିନର । ଲ୍ୟାଭ୍କେୟାରରେ ଅଗ୍ରଣୀ ଭାବେ ଆମେ ଆଜି ନୂତନ ଓ ନୂତନ ବାଥରୁମ କ୍ଲିନରର ଶୁଭାରମ୍ଭ କରିଛୁ ଯାହାକି ସାଧାରଣ ଡିଟରଜେଣ୍ଟ ତୁଳନାରେ ୧୦ଗୁଣ ଶକ୍ତିଶାଳୀ । ଆମର “ନୟା ବାଥରୁମ ମୁବାରକ ହୋ” ଯୋଜନା ଜରିଆରେ ଆମେ ଲୋକମାନଙ୍କୁ ନୂତନ ବାଥରୁମକୁ ସହଜରେ ଦାଗମୁକ୍ତ କରିବା ପ୍ରକିୟା ବିଷୟରେ ଅବଗତ କରାଇବୁ ଯାହା ଦ୍ୱାରା ସେମାନେ ନୂତନ ବାଥରୁମର ଅନୁଭୂତି ପାଇପାରିବେ ।”


Share It

Comments are closed.