ଏୟାରଟେଲର ଆକର୍ଷଣୀୟ ଅଫର, ୧୪୯ ଟଙ୍କାରେ ୨ଜିବି ଡାଟା


ଭାରତୀ ଏୟାରଟେଲ ପକ୍ଷରୁ ପୁଣି ଥରେ ଏହାର ପୁରୁଣା ପ୍ଲାନକୁ ପ୍ରତ୍ୟାବର୍ତ୍ତନ କରାଇଛି । ସବୁଠାରୁ ମୁଖ୍ୟତଃ ଘଟଣା ହେଲା ଏୟାରଟେଲ ଏହି ପ୍ଲାନରେ ଅପଗ୍ରେଡ କରାଇଛି । ଏୟାରଟେଲର ଏହି ପ୍ଲାନରେ ୧ ଜିବି ଡାଟା ବଦଳରେ ୨ଜିବି ଡାଟା ପ୍ରଦାନ କରିବ । ଏୟାରଟେଲ ଏହି ପ୍ଲାନରେ ଜିଓର ୧୪୯ ଟଙ୍କିଆ ପ୍ଲାନ ଠାରୁ ଅଧିକ ଡାଟା ମିଳିବ ।
ପୂର୍ବରୁ ଏୟାରଟେଲ ଏହି ୧୪୯ ଟଙ୍କିଆ ପ୍ଲାନରେ ୨୮ ଦିନର ବୈଧତା ମଧ୍ୟରେ ଉପଭୋକ୍ତା ମାନେ ସମସ୍ତ ନେଟୱାର୍କ ସହ ଅନଲିମିଟେଡ କଲିଂର ସହ ୧ଜିବି ଡାଟା ଏବଂ ୧୦୦ଟି ମେସଜର ସୁବିଧା ପାଇପାରୁଥିଲେ । ବର୍ତ୍ତମାନ ଏହା ଅପଗ୍ରେଡ ହେଲା କମ୍ପାନୀ ପକ୍ଷରୁ ସେହି ୧୪୯ ଟଙ୍କିଆ ପ୍ଲାନରେ ଉପଭୋକ୍ତାମାନେ ପ୍ରତ୍ୟେକ ଦିନ ୨ଜିବି ଡାଟା ସହିତ ଅନ୍ୟ ନେଟୱାର୍କ ସହ ଅସୀମିତ କଲିଂ ଓ ୧୦୦ଟି ମେସେଜର ସୁବିଧା ପାଇପାରିବେ ।
ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଏହି ପ୍ଲାନର ଶୁଭାରମ୍ଭ କରାଇଛି । ଜିଓ ପକ୍ଷରୁ ୧୪୯ ଟଙ୍କାରେ ୨୮ ଦିନର ବୈଧତା ମଧ୍ୟରେ ପ୍ରତ୍ୟେକ ଦିନ ୧.୫ଜିବିର ଡାଟା ଅସୀମିତ କଲିଂ ଏବଂ ୧୦୦ଟି ମେସଜର ସୁବିଧା ପ୍ରଦାନ କରୁଥିଲା । ଏୟାରଟେଲ ପକ୍ଷରୁ ଏହି ଅପଗ୍ରେଡ କରିବା ଦ୍ୱାରା ଟେଲିକମ ବଜାଜରେ ପ୍ରତିଦ୍ୱନ୍ଧିତା ତୀବ୍ର ହୋଇଯାଇଛି ।
ସେହିଭଳି ଏୟାରଟେଲ ପୂର୍ବରୁ ୩୯୯ ଟଙ୍କିଆ ପ୍ଲାନର ମଧ୍ୟ ଅପଗ୍ରେଡ କରାଇସାରିଛି । ପୂର୍ବରୁ ଏହି ପ୍ଲାନରେ ୮ର ଦିନର ବୈଧତା ମଧ୍ୟରେ ପ୍ରତ୍ୟେକ ଦିନ ୧.୪ ଜିବି ଡାଟା ମଳୁଥିବା ବେଳେ ବର୍ତ୍ତମାନ ଏହା ଅପଗ୍ରେଡ ହୋଇ ୨.୪ ଜିବିରେ ପହଞ୍ଚିଛି ।


Share It

Comments are closed.