ଫ୍ରଷ୍ଟ ଫ୍ରି ରେଫ୍ରିଜେରେଟର ଉପରେ ସାମସଙ୍ଗର ଆକର୍ଷଣୀୟ ଡିଲାଇଟ ଅଫର


ଭାରତର ସର୍ବବୃହତ୍ ଓ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ଏହାର ଫ୍ରଷ୍ଟ୍ ଫ୍ରି ରେଞ୍ଜ୍‌ର ରେଫ୍ରିଜରେଟର୍ ଉପରେ ଆକର୍ଷଣୀୟ ସାମ୍‌ସଙ୍ଗ୍ ଡିଲାଇଟ୍ ଅଫର୍ ଘୋଷଣା କରାଯାଇଛି । ଏହି ଅଫର୍ ଆସନ୍ତା ମାର୍ଚ୍ଚ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ସାମ୍‌ସଙ୍ଗର ଫ୍ରଷ୍ଟ୍ ଫ୍ରି ରେଫ୍ରିଜରେଟର୍ ଉପରେ ଉପଲବ୍ଧ ହେବ । ସାମ୍‌ସଙ୍ଗର ଡିଲାଇଟ୍ ଅଫର୍ ଅଧୀନରେ, ଉପଭୋକ୍ତାମାନେ ୨୫%, ୧୦% ପର୍ଯ୍ୟନ୍ତ ତୁରନ୍ତ ବ୍ୟାଙ୍କ ରିହାତି, ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବେନିଫିଟ୍ ଓ ସର୍ବନିମ୍ନ ୧୬୫୦ ଟଙ୍କାର ନୋ କଷ୍ଟ୍ ଇଏମ୍‌ଆଇ ସହ ରେଫ୍ରିଜରେଟର୍ କିଣିପାରିବେ । ଯାହାର ପ୍ରାରମ୍ଭିକ ମୂଲ୍ୟ ୧୯,୭୯୦ ଟଙ୍କା ରହିଛି ।

ସାମ୍‌ସଙ୍ଗ ଏହାର ସମସ୍ତ ଫ୍ରଷ୍ଟ୍ ଫ୍ରି ରେଞ୍ଜ୍ ରେଫ୍ରିଜେରେଟର୍ ଗୁଡିକ ଉପରେ ଏହି ଅଫର୍ ପ୍ରଦାନ କରିବ, ଯେଉଁଥିରେ ନିକଟରେ ଶୁଭାରମ୍ଭ ହୋଇଥିବା ଏହାର କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍‌, ବେସ୍ ଷ୍ଟାଣ୍ଡ୍ ଡ୍ରୟର୍ ସହ ଡବଲ୍ ଡୋର୍ ରେଫ୍ରିଜରେଟର୍ ଓ କନ୍‌ଭର୍ଟିବୁଲ ରେଫ୍ରିଜରେଟର୍ ଆଦି ସାମିଲ ରହିଛି । ଏହି ମଡେଲ୍‌ଗୁଡିକର କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଂଟି ରହିଛି ଏବଂ ଏହାର ଷ୍ଟାବିଲାଇଜର୍ ଫ୍ରି ଅପରେଶନ ସହ ଡିଜିଟାଲ ଇନ୍‌ଭର୍ଟର ଟେକ୍ନୋଲୋଜି ରେଫ୍ରିଜରେଟର୍‌କୁ ଏକ ଘରୋଇ ଇନ୍‌ଭର୍ଟର୍ ସହ ସୋଲାର୍ ଶକ୍ତିରେ କମ୍ ବିଦ୍ୟୁତ୍ ଅପଚୟ କରି ପରିଚାଳନା କରିବାକୁ ଅନୁମତି ଦେଇଥାଏ । ଏହି ରେଫ୍ରିଜରେଟର୍‌ଗୁଡିକ ଏକାଧିକ କଲର୍ ଓ ଡିଜାଇନ୍ ବିକଳ୍ପରେ ଉପଲବ୍ଧ ହେବ ।

ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ, ଅନ୍‌ଲାଇନ୍ ବ୍ୟବସାୟ ବିଭାଗର ନିର୍ଦ୍ଦେଶକ, ପିୟୁଷ କୁନ୍ନାପଲ୍ଲି କହିଛନ୍ତିଯେ, ” ଆମେ ଚଳିତ ଗ୍ରୀଷ୍ମ ଋତୁରେ ଭାରତୀୟ ଘରଗୁଡିକ ପାଇଁ ଡିଜାଇନ୍ କରାଯାଇଥିବା ବିଶ୍ୱର ଏକ ନମ୍ବର ଫ୍ରଷ୍ଟ୍ ଫ୍ରି ରେଫ୍ରିଜରେଟର୍‌ଗୁଡିକ ଉପରେ ଆକର୍ଷଣୀୟ ସାମ୍‌ସଙ୍ଗ ଡିଲାଇଟ୍ ଅଫର୍ ପ୍ରଦାନ କରିବା ପାଇଁ ଫ୍ଲିପ୍‌କାର୍ଟ ଓ ଆମାଜନ୍ ସହ ସହଭାଗିତା କରିଛୁ ।’


Share It

Comments are closed.