ଦୀର୍ଘ ୧୭ ମାସ ପରେ ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ


ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତିରେ ୧୬ ମାସରୁ ଅଧିକ ସମୟ ଧରି ବନ୍ଦୀ ଥିବା ମନୀଷ ସିସୋଦିଆଙ୍କୁ ଆଜି ବଡ଼ ଆଶ୍ୱସ୍ତି ମିଳିଛି। ଶେଷରେ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ତାଙ୍କୁ ଜାମିନ ମିଳିଥିଲା। ସିସୋଦିଆ ଆଜି ସନ୍ଧ୍ୟାରେ ଜେଲରୁ ମୁକୁଳିବେ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ସିସୋଦିଆଙ୍କ ବିରୋଧରେ ଅବକାରୀ ନୀତିରେ ହେରଫେର କରିଥିବା ଅଭିଯୋଗ ହୋଇଛି। ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇବେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଥିଲେ।

କେଉଁ ପରିସ୍ଥିତିରେ ମିଳିଲା ସିସୋଦିଆଙ୍କୁ ମିଳିଲା ଜାମିନ ?
ମନୀଷ ସିସୋଦିଆଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଏଥିରେ କିଛି ସର୍ତ୍ତ ରହିଛି। ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁଯାୟୀ ସିସୋଦିଆଙ୍କୁ ନିଜର ପାସପୋର୍ଟ ଜମା କରିବାକୁ ପଡ଼ିବ, ଅର୍ଥାତ୍ ସିସୋଦିଆ ଦେଶ ଛାଡି ପାରିବେ ନାହିଁ। ମନୀଷ ସିସୋଦିଆଙ୍କୁ ପ୍ରତି ସୋମବାର ଥାନାରେ ହାଜର ହେବାକୁ ପଡ଼ିବ। ସିସୋଦିଆଙ୍କୁ ପାଖାପାଖି ୧୭ ମାସ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପତ୍ନୀଙ୍କ ଖରାପ ସ୍ୱାସ୍ଥ୍ୟକାରଣରୁ ତାଙ୍କୁ ପାରୋଲ ମିଳିଥିଲା ।


Share It

Comments are closed.