ଏକ୍ସେଲସଫ୍ଟ ଟେକ୍ନୋଲୋଜିସ୍ ଲିମିଟେଡର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୫ ନଭେମ୍ବର ୧୯, ବୁଧବାର ଦିନ ଖୋଲିବ

Share It

ଭୁବନେଶ୍ୱର : ଏକ୍ସେଲସଫ୍ଟ ଟେକ୍ନୋଲୋଜିସ୍ ଲିମିଟେଡର ଇକ୍ୱିଟି ସେୟାର ଇନିସିଆଲ୍ ପବ୍ଲିକ୍ ଅଫରିଂ ୨୦୨୫ ନଭେମ୍ବର ୧୯, ବୁଧବାର ଦିନ ଖୋଲିବ। ୨୧ ନଭେମ୍ବର, ୨୦୨୫, ଶୁକ୍ରବାର ଦିନ ବିଡ୍ ଦାଖଲ ଶେଷ ହେବ। ନିବେଶକମାନେ ସର୍ବନିମ୍ନ ୧୨୫ ଇକ୍ୱିଟି ସେୟାର ପାଇଁ ଏବଂ ତା’ପରେ ୧୨୫ ଇକ୍ୱିଟି ସେୟାରର ଗୁଣିତକରେ ବିଡ୍ ଯୋଡ଼ିପାରିବେ। ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୧୧୪ରୁ ୧୨୦ ଟଙ୍କା ମଧ୍ୟରେ ରହିଛି।
ଏହି ଅଫରିଂରେ ୧,୮୦୦ ନିୟୁତ ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାରର ଏକ ନୂତନ ଇସ୍ୟୁ ଏବଂ ପେଡାଣ୍ଟା ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୩,୨୦୦ ନିୟୁତ ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାରର ବିକ୍ରୟ ପ୍ରସ୍ତାବ ଅନ୍ତର୍ଭୁକ୍ତ ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେ କେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତ୍ତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
ଆନନ୍ଦ ରାଠି ଆଡଭାଇଜର୍ସ ଲିମିଟେଡ୍ ହେଉଛି ଅଫରର ଏକମାତ୍ର ବୁକ୍ ରନିଂ ଲିଡ୍ ମ୍ୟାନେଜର।


Share It

Comments are closed.