ମନ୍ଦିରରେ ପୂଜା କରୁଥିବାବେଳେ ହୃଦଘାତରେ ଚାଲିଗଲା ପୂର୍ବତ୍ତନ ବିଧାୟକଙ୍କ ଜୀବନ, ସିସିଟିଭରେ କଏଦ ହେଲା ପୁରା ଘଟଣା


ମନ୍ଦିରରେ ପୂଜା କରିବା ବେଳେ ପୂର୍ବତନ ବିଧାୟକଙ୍କର ଚାଲିଗଲା ଜୀବନ। ଆଉ ଏହି ସମସ୍ତ ଘଟଣା ମନ୍ଦିରର ସିସିଟିଭି ଫୁଟେଜରେ କଏଦ୍ ହୋଇଯାଇଛି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଘଟିଛି। ପୂର୍ବତନ ବିଧାୟକ ବିନୋଦ ଡାଗାଙ୍କ ଦେହାନ୍ତ ମନ୍ଦିର ଭିତରେ ହୋଇଛି। ସେ ମନ୍ଦିରରେ ପୂଜା କରିବା ବେଳେ ଘଟିଛି ଏଭଳି ଅଘଟଣ। କୁହାଯାଉଛି ଯେ ଧନତେରାସ ଦିନ ବିନୋଦ ଜୈନ ଦାଦୱାଡି ମନ୍ଦିରରେ ପୂଜା କରୁଥିଲେ। ପ୍ରଥମେ ସେ ମନ୍ଦିରରେ ଭଗବାନ ପରଶନାଥଙ୍କୁ ପୂଜା କରିଥିଲେ। ଏହା ପରେ ଦାଦା ଗୁରୁଦେବ ମନ୍ଦିରର ପରିକ୍ରମା କରିବା ପରେ ପୂଜା ଆରମ୍ଭ କରିଥିଲେ। ପୂଜା ସମାପ୍ତ କରିବା ପରେ, ଦାଦା ଗୁରୁଦେବଙ୍କ ପାଦତଳେ ପ୍ରଣାମ କରିବା ମାତ୍ରେ ତାଙ୍କ ଶରୀରର ସନ୍ତୁଳନ ବିଗିଡି ଯାଇଥିଲା।

ଏହା ପରେ ସେ ମନ୍ଦିର ସହିତ ମାଡ ହୋଇ ମୁହଁ ମାଡି ତଳେ ପଡିଯାଇତିଲା। ଏହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଯେତେବେଳେ ମନ୍ଦିରର ପୁରୋହିତ ଏହି ଘଟଣା ବିଷୟରେ ଜାଣିଲେ, ସେତେବେଳେ ସେ ଲୋକମାନଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ଥିବା ଲୋକେ ବିନୋଦଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ରାତିରେ ବିନୋଦ ଭୋପାଳରୁ ବେତୁଲକୁ ଫେରିଥିଲେ। ଭୋପାଳରେ ସେ ଉପ-ନିର୍ବାଚନର ସମୀକ୍ଷା ବୈଠକରେ ଯୋଗଦେବାକୁ ଯାଇଥିଲେ।

ସେଭଳି ପରିବାରର ଘନିଷ୍ଠ ସମ୍ପର୍କୀୟ ଉଷାଭ ଗୋଠି କହିଛନ୍ତି, ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଦାଦା ମୋକ୍ଷ ପାଇଛନ୍ତି। ପାଇଛନ୍ତି। ଆମେ ଗୁରୁ ମହାରାଜଙ୍କଠାରୁ ଶୁଣିଥିଲୁ ଯେ ଏଭଳି ମୁକ୍ତି ମିଳିଥାଏ, କିନ୍ତୁ ଆଜି ଆମେ ସାକ୍ଷାତ ଦେଖିଲୁ | ଏପରି ମୁକ୍ତି ପାଇବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ସବୁଠାରୁ ବଡ କଥା ହେଉଛି ବିଧାୟକଙ୍କ ଦେହାନ୍ତର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି।


Share It

Comments are closed.