ଦିନକୁ ଅଳ୍ପ ଆଲକୋହଲ ମଧ୍ୟ ହୋଇପାରେ ମାରାତ୍ମକ! ଅଧ୍ୟୟନରେ ଖୁଲାସା


ମଦ୍ୟପାନ ସମ୍ବନ୍ଧରେ ଏକ ନୂଆ ରିସର୍ଚ୍ଚ କରାଯାଇଛି। ନୂଆ ରିସର୍ଚ୍ଚରେ ଖୁଲାସା ହୋଇଛି ଯେ ଏକ ଗ୍ଲାସ ମଦ୍ୟପାନ ଦ୍ୱାରା ହୃଦୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ରିସର୍ଚ୍ଚର ଏକ ଲକ୍ଷରୁ ଅଧିକ ଲୋକଙ୍କ ହୃଦୟ ସ୍ୱାସ୍ଥ୍ୟ ଏବଂ ମଦ ସେବନ ଓ ପାଣି ଅଭ୍ୟାସକୁ ନେଇ ପରୀକ୍ଷଣ କରିଛନ୍ତି। ରିସର୍ଚ୍ଚରେ ସାମିଲ ହୋଇଥିବା ଲୋକଙ୍କ ବୟସ ୨୪ ବର୍ଷରୁ ୯୭ ବର୍ଷ ଯାଏଁ ଥିଲା। ୟୁରୋପୀୟନ ସୋସାଇଟି ଅଫ କାର୍ଡିଓଲୋଜିରେ ପ୍ରକାଶିତ ରିସର୍ଚ୍ଚରେ ସ୍ୱିଡ଼େନ, ନରୱେ, ଫିନଲ୍ୟାଣ୍ଡ, ଡେ଼ନମାର୍କ, ଇଟାଲୀ ଲୋକଙ୍କ ତଥ୍ୟ ଥିଲା। ବିଶ୍ଳେଷଣରୁ ଜଣାପଡିଥିଲା ଯେ ସାମାନ୍ୟ ମାତ୍ରାରେ ଆଲକହଲ ହାର୍ଟଫେଲ୍ ସ୍ଥିତିକୁ ସୁରକ୍ଷିତ ରଖିଥାଏ। ଅର୍ଥାତ ଇଥାନେଲ ମାତ୍ରା ୨୦ ଗ୍ରାମ ଠିକ। କିନ୍ତୁ ସେହି ୨୦ ଗ୍ରାମ ସେମାନଙ୍କ ପାଇଁ ଭୁଲ ପ୍ରମାଣିତ ହୋଇଥିଲା ଯେଉଁମାନଙ୍କର ହାର୍ଟ ଏରିଥମିୟା ସମସ୍ୟା ରହିଛି।

ପରିଣାମ ସ୍ୱରୂପ ରିସର୍ଚ୍ଚରୁ ଖୁଲାସା ହୋଇଥିଲା ଯେ ଏକ ଛୋଟ ଡ୍ରିଙ୍କ ସେବନ ଅଧିକ ସମୟ ଯାଏଁ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ରିସର୍ଚ୍ଚର କହିଛନ୍ତି ଯେ ଯେଉଁମାନେ ଦିନକୁ ୧୨ ଗ୍ରାମ ବିୟର, ମଦ କିମ୍ବା ଆଲକହଲ ସେବନ କରୁଥିବା ବ୍ୟକ୍ତିଙ୍କ ଅନିୟମିତ ହୃଦସ୍ପନ୍ଦନ ମଦ ସେବନ କରୁନଥିବା ବ୍ୟକ୍ତିଙ୍କ ତୁଳନାରେ ୧୪ ବର୍ଷ ମଧ୍ୟରେ ୧୬ ପ୍ରତିଶତ ବୃଦ୍ଧି ପାଇଥାଏ। ଦିନକୁ ୧୨ ଗ୍ରାମ ଇଥେନାଲ୍ ୩୩୦ ମିଲିଲିଟର ବିୟର, ୧୨୦ ମିଲିଲିଟର ୱାଇନ୍ କିମ୍ବା ୪୦ ମିଲିଲିଟର ସ୍ପ୍ରିଟ୍ ସହ ସମାନ।

ଯେଉଁମାନେ ଦିନକୁ ଦୁଇ ଗ୍ଲାସ ଆଲକହଲ କରନ୍ତି ସେମାନଙ୍କ ପ୍ରତି ଅଧିକ ବିପଦ ରହିଛି। ସେମାନଙ୍କ ଅନିୟମିତ ହୃଦସ୍ପନ୍ଦନ ବିପଦ ୨୮ ପ୍ରତିଶତ ରହିଥିବାବେଳେ ଯେଉଁମାନେ ଦିନକୁ ୪ ଗ୍ଲାସ ସେବନ କରନ୍ତି ତାଙ୍କ ପ୍ରତି ୪୭ ପ୍ରତିଶତ ବିପଦ ରହିଛି। ଅନିୟମିତ ହୃଦସ୍ପନ୍ଦନ ଏମିତି ଏକ ସ୍ଥିତି ଯେଉଁଠି ବ୍ୟକ୍ତିଙ୍କ ସ୍ପନ୍ଦନ ଅନିୟମିତ ଓ ଦ୍ରୁତ ଗତିରେ ହୋଇଥାଏ। ଏହା ହୃଦଘାତର ଆଶଙ୍କା ବୃଦ୍ଧି କରିଥାଏ।

ରିପୋର୍ଟ ଅନୁଯାୟୀ, ଏହା ଏବେ ସୁଦ୍ଧା ଆଲକହଲ ସେବନ ଓ ସ୍ଥିତି ମଧ୍ୟରେ ସମ୍ବନ୍ଧକୁ ନେଇ କରାଯାଇଥିବା ସବୁଠାରୁ ରିସର୍ଚ୍ଚ। ଗବେଷକଙ୍କ କହିବାନୁଯାୟୀ, ସ୍ୱାସ୍ଥ୍ୟ ପ୍ରତି ଲାଭ ଓ ବିପଦ ମଧ୍ୟରେ ଲୋକଙ୍କୁ ସନ୍ତୁଳନ ରକ୍ଷା କରିବା ଉଚିତ। ବ୍ରିଟିଶ ହାର୍ଟ ଫାଉଣ୍ଡେସନର ବରିଷ୍ଠ କାର୍ଡିଏକ ନର୍ସ ଜୁନ ଡେବିସନ କହିଛନ୍ତି, ଏହା ସ୍ପଷ୍ଟ ଯେ ଆଲକହଲ ସେବନ ଅନିୟମିତ ହୃଦସ୍ପନ୍ଦନ ପ୍ରତି ହାନିକାରକ ଏବଂ ବିପଦଜନକ ମଧ୍ୟ। ଏହି ରିସର୍ଚ୍ଚରୁ ଖୁଲାସା ହୋଇଛି ଯେ ନିୟମିତ ସାମାନ୍ୟ ମାତ୍ରାରେ ଆଲକହଲ ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଦଜନକ।


Share It

Comments are closed.