ଏନଭିରୋ ଇନଫ୍ରା ଇଞ୍ଜିନିୟର୍ସ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ


ଭୁବନେଶ୍ୱର: ଏନଭିରୋ ଇନଫ୍ରା ଇଞ୍ଜିନିୟର୍ସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଢ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି)କୁ ୨୦୨୪ ଜୁନ ୨୬ରେ ଦାଖଲ କରାଯାଇଛି ।
କଂପାନି ସରକାରୀ କର୍ତୃପକ୍ଷ ଓ ଅନୁଷ୍ଠାନଗୁଡ଼ିକ ପାଇଁ ଜଳ ଓ ବର୍ଜ୍ୟଜଳ ଟ୍ରିଟମେଂଟ ପ୍ଲାଂଟ ଏବଂ ଜଳ ଯୋଗାଣ ସ୍କିମ ପ୍ରକଳ୍ପର ଡିଜାଇନ, ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟବସାୟରେ ଜଡ଼ିତ ରହିଛି ।
କଂପାନି ୪,୪୨,୩୨,୦୦୦ ନୂଆ ଇକ୍ୱିଟି ସେୟାର ଜାରି କରି ଏବଂ ଅଫର ଫର ସେଲରେ ୫୨,୬୮,୦୦୦ ଇକ୍ୱିଟି ସେୟାର ଉପଲବ୍ଧ କରି ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ୧) କାର୍ଯ୍ୟକାରୀ ପୁଂଜି ଆବଶ୍ୟକତା ପୂରଣ କରିବା, ୨) ସହଯୋଗୀ ସଂସ୍ଥା ଇଆଇଇଏଲ ମଥୁରା ଇନଫ୍ରା ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡକୁ ଉତରପ୍ରଦେଶର ମଥୁରାରେ ମଥୁରା ସ୍ୱରେଜ ସ୍କିମ ଅଧୀନରେ ହାଇବ୍ରିଡ ଆନୁଇଟି ଭିତିକ ପିପିପି ମୋଡରେ ୧୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ସମେତ ଏକ ୬୦ ଏମଏଲଡି ଏସଟିପି ଗଠନ କରିବା ଲାଗି ପାଣ୍ଠି ପ୍ରଦାନ କରିବା, ୩) କେତେକ ଋଣକୁ ସମ୍ପୂର୍ଣ୍ଣ ଏବଂ ଆଂଶିକ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ହେମ ସିକ୍ୟୁରିଟିଜ୍ ।


Share It

Comments are closed.