ରିଲିଜ୍ ହୋଇଛି ନୂଆ ସିଙ୍ଗଲ ଓ ଭିଡିଓ ଲିସା “ରକ୍‌ଷ୍ଟାର୍‌”


ଭୁବନେଶ୍ୱର: ବିଶ୍ୱର ଲୋକପ୍ରିୟ ରାପର୍‌, ସିଙ୍ଗର, ଡ୍ୟାନ୍ସର ଓ ଷ୍ଟାଇଲ ଆଇକନ ଲିସା (ଲାଲିସା ମାନୋବଲ) ନିଜର ନୂଆ ସିଙ୍ଗଲ୍ ‘ରକ୍‌ଷ୍ଟାର୍‌’କୁ ଲାଉଡ୍ କୋ. / ଆର୍‌ସିଏ ରେକର୍ଡସ ମାଧ୍ୟମରେ ରିଲିଜ କରିଛନ୍ତି । “ରକ୍‌ଷ୍ଟାର୍‌’ ଦକ୍ଷ ରାପ୍ ଓ ହାଇ-ଏନର୍ଜି ପପ୍ ଭୋକାଲ ମଧ୍ୟରେ ବାଧାମୁକ୍ତ ଭାବେ ପ୍ରବାହିତ ହେବାର ଲିସାଙ୍କ କ୍ଷମତାକୁ ପ୍ରଦର୍ଶିତ କରୁଛି ଯେଉଁଥିରେ ସେ ‘ଗୋଲ୍ଡ ଟିଥ୍ ଟିଥ୍ ସିଟିଂ ଅନ୍ ଦ ଡ୍ୟାଶ ସି ଏ ରକ୍‌ଷ୍ଟାର, ମେକ୍ ୟୋର୍ ଫେଭରାଇଟ ସିଙ୍ଗ୍‌ର ୱାନା ରାପ୍ ବେବି ଲାଲା’ ସଙ୍ଗୀତ ଗାନ କରୁଛନ୍ତି । ର‌୍ୟାନ୍ ଟେଡର୍ ଓ ସାମ୍ ହୋମାଇ ଏହି ନୂଆ ଗୀତର ପ୍ରାୟୋଜକ ଅଟନ୍ତି ।
ଗୀତ ସହିତ ଲିସା ହେନ୍‌ରୀ ସ୍କୋଫିଲ୍ଡଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ସିନ୍ ବ୍ୟାଙ୍କହେଡ୍‌ଙ୍କ ଦ୍ୱାରା କେରିଓଗ୍ରାଫ୍ କରାଯାଇଥିବା “ରକ୍‌ଷ୍ଟାର୍‌’ ପାଇଁ ଅଫିସିଆଲ ଭିଡିଓ ସେୟାର କରିଛନ୍ତି । ବ୍ୟାଙ୍ଗ୍‌କକ୍‌ର ବିଭିନ୍ନ ସ୍ଥାନରେ ସୁଟ୍ କରାଯାଇଥିବା ଏହି ଭିଡିଓରେ ଲିସା ନିଜର ଥାଇ ସଂସ୍କୃତି ଓ ମୂଳ ଥାଇ ଷ୍ଟ୍ରିଟ୍ ଜୀବନ ପ୍ରତି ଉତ୍ସର୍ଗୀକୃତ ଏକ କବିତା ସହିତ ସହ ସହରର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରୁଛନ୍ତି ଯେହେତୁ ସେ ଶୋଷ୍ଟପିଙ୍ଗ୍ କୋରିଓଗ୍ରାଫି ସହିତ ନିଜର ପ୍ରକୃତ ରକ୍‌ଷ୍ଟାରକୁ ଧାରଣ କରିଛନ୍ତି । ଚଳିତ ମାସ ଆରମ୍ଭରେ ସୋସିଆଲ ମିଡିଆରେ ନିଜର ଟିକ୍‌ଟକ୍ ଆକାଉଂଟ ମାଧ୍ୟମରେ ଲିସା ପ୍ରଥମେ ନିଜର ଏହି ସିଙ୍ଗଲ୍‌ର ଟିଜର ଜାରି କରିଥିଲେ ଯାହା ମାତ୍ର ୨ ଘଂଟା ଓ ୧୮ ମିନିଟ୍‌ରେ ୧ ମିଲିୟନ ଫଲୋଅର ହାସଲ କରି ଏକ ଗିନିସ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲା । ସେ ପ୍ରଶଂସକମାନଙ୍କ ଉତ୍ସାହ ଓ ଫ୍ୟାନଫେୟାର ସମେତ ରୋଲିଙ୍ଗ୍ ଷ୍ଟୋନ୍‌, ବିଲ୍‌ବୋର୍ଡ ଆଦିର ଲାଇକ୍ ସହିତ ଗତ ସପ୍ତାହରେ ନିଜର ସିଙ୍ଗଲ୍‌ର ଘୋଷଣା କରିଥିଲେ ।
“ରକ୍‌ଷ୍ଟାର” ହେଉଛି ଲିସାଙ୍କ ପ୍ରଥମ ସୋଲୋ ସିଙ୍ଗଲ୍ ଯାହାକୁ ତାଙ୍କର ମ୍ୟାନେଜମେଂଟ୍ କମ୍ପାନୀ ଲାଉଡ୍ କୋ. ଆଣ୍ଡ ଆର୍‌ସିଏ ରେକର୍ଡସ୍ ସହ ନୂଆ ସହଭାଗିତା ଅଧିନରେ ରିଲିଜ କରାଯାଇଛି । ଚଳିତ ବର୍ଷ ଆରମ୍ଭ ଲଂଚ୍ କରାଯାଇଥିବା ଲାଉଡ୍ କୋ.କୁ ଲିସା ସଙ୍ଗୀତ ଓ ମନୋରଞ୍ଜନ କ୍ଷେତ୍ରରେ ତାଙ୍କର ସାମଗ୍ରିକ ଦୃଷ୍ଟିକୋଣକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ଲାଗି ଏକ ପ୍ରୟାସରେ ସ୍ଥାପନ କରିଥିଲେ ଯାହା ସୀମାକୁ ଆଗକୁ ବଢାଉଥିବ ।
ଲିସା ସବୁଠାରୁ ଲୋକପ୍ରିୟ କେ-ପପ୍ ଗାର୍ଲସ ଗ୍ରୁପ୍ ବ୍ଲାକ୍‌ପିଙ୍କ୍‌ର ଜଣେ ସଦସ୍ୟ ଭାବେ ବେଶ୍ ପରିଚିତ । ବ୍ଲାକ୍‌ପିଙ୍କ ସହିତ ତାଙ୍କ ସଫଳତା ବାହାରେ ଲିସା ବିଲ୍‌ବୋର୍ଡ ଗ୍ଲୋବାଲ ୨୦୦ର ଶୀର୍ଷ ୧୦ରେ ତାଲିକାଭୁକ୍ତ “ଲାଲିସା” ଓ “ମନି” ଭଳି ସିଙ୍ଗଲ୍‌ସ ସହିତ ଜଣେ ସୋଲୋ ଆର୍ଟିଷ୍ଟ ଭାବେ ବିଶ୍ୱବ୍ୟାପୀ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏବଂ ତାଙ୍କର ସଙ୍ଗୀତ “ମନି” ୟୁଏସ୍‌ରେ ବିଲ୍‌ବୋର୍ଡ ହଟ୍ ୧୦୦ ଓ ୟୁକେ ସିଙ୍ଗଲ୍‌ସ ଚାର୍ଟରେ ଜଣେ ମହିଳା କେ-ପପ୍ କଳାକାରଙ୍କ ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ତାଲିକାଭୁକ୍ତ ଗୀତ ଭାବେ ରେକର୍ଡ ହାସଲ କରିଛି ।
ଲିସା ଜଣେ କେ-ପପ୍ ଆର୍ଟିଷ୍ଟ (ବର୍ତମାନ ପ୍ଲାଟ୍‌ଫର୍ମରେ ୧୦୨ ମିଲିୟନ ଫଲୋଅର ରହିଛନ୍ତି)ଙ୍କ ସର୍ବାଧିକ ଇନ୍‌ଷ୍ଟାଗ୍ରାମ ଫଲୋଅର୍ ଭାବେ ୨୦୨୩ରେ ୩ଟି ଗିନିସ୍ ୱାର୍ଲ୍ଡ ରେକର୍ଡ ଭାଙ୍ଗିଥିଲ, ସେ ଏମ୍‌ଟିଭି ଭିଡିଓ ମ୍ୟୁଜିକ ଆୱାର୍ଡ ଓ ଏମ୍‌ଟିଭି ୟୁରୋପିଆନ ମ୍ୟୁଜିକ ଆୱାର୍ଡସ୍‌ରେ ପ୍ରଥମ ସୋଲୋ କେ-ପପ୍ ବିଜେତା ମଧ୍ୟ ଅଟନ୍ତି । ସଙ୍ଗୀତ ବାହାରେ ଲିସା ହିଟ୍ ଏଚ୍‌ବିଓ ଓରିଜିନାଲ ସିରିଜ୍‌, ଦ ହ୍ୱାଇଟ ଲୋଟସ, ସିଜନ ୩ର ଆଗାମୀ ସିଜନରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏହି ଭୂମିକା ତାଙ୍କର ପ୍ରମୁଖ ଅନ୍ ସ୍କ୍ରିନ ଡେବ୍ୟୁକୁ ଚିହ୍ନିତ କରିବ ଏବଂ ଏହାକୁ ତାଙ୍କ ଦେଶ ଥାଇଲ୍ୟାଣ୍ଡରେ ସୁଟିଙ୍ଗ୍ କରାଯାଉଛି । ସଙ୍ଗୀତ କ୍ଷେତ୍ରରେ ତାଙ୍କ ଆନ୍ତର୍ଜାତୀୟ ପ୍ରାଧାନ୍ୟ ଓ ଅତୁଳନୀୟ ମଂଚ ପ୍ରଦର୍ଶନ ସହିତ ସେ ନିଜର ସ୍ୱତନ୍ତ୍ର ଫ୍ୟାଶନ ସେନ୍ସ ଓ ଟ୍ରେଣ୍ଡସେଟିଂ ଷ୍ଟାଇଲ ପାଇଁ ପରିଚିତ ଅଟନ୍ତି, ଯାହା ଗ୍ଲୋବାଳ ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ତାଙ୍କୁ ଜଣେ ପ୍ରଖ୍ୟାତ ବ୍ୟକ୍ତିତ୍ୱରେ ପରିଣତ କରୁଛି । ତାଙ୍କର ଅନେକ ପ୍ରମୁଖ ସହଭାଗିତା ରହିଛି ଏବଂ ବର୍ତମାନ ସେ ବୁଲ୍‌ଗାରିର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି ।

 


Share It

Comments are closed.