ଫିଫା ବିଶ୍ୱକପ୍‌ ଅଧାରୁ ସ୍ୱଦେଶ ଫେରିଲେ ଇଂଲଣ୍ଡ ଫୁଟବଲ୍‌ ଦଳର ପ୍ରମୁଖ ସଦସ୍ୟ ରହିମ ଷ୍ଟର୍ଲିଂ


ଇଂଲଣ୍ଡ ଫୁଟବଲ୍‌ ଦଳର ପ୍ରମୁଖ ସଦସ୍ୟ ରହିମ ଷ୍ଟର୍ଲିଂ ବିଶ୍ୱକପ୍‌ ଅଧାରୁ ସ୍ୱଦେଶ ବାହୁଡ଼ିଛନ୍ତି । ପାରିବାରିକ କାରଣକୁ ନେଇ ସେ ଘରକୁ ଫେରିଥିବା ଜଣା ପଡ଼ିଛି । ଲେଦରହେଡ ସ୍ଥିତ ବାସଭବନରେ ଚୋରି ହୋଇଥିବା ଖବର ପାଇବା ପରେ ଷ୍ଟର୍ଲିଂ ସ୍ୱଦେଶ ଫେରି ଯାଇଛନ୍ତି ।

ସୂଚନାଯୋଗ୍ୟ, ଷ୍ଟର୍ଲିଂଙ୍କ ପରିବାର ବର୍ଗ ନଥିବାବେଳେ କିଛି ଦୁବୃର୍ତ୍ତ ମାରଣାସ୍ତ୍ର ସହ ତାଙ୍କ ଘରେ ପଶି ଅନେକ ମୂଲ୍ୟବାନ ଦ୍ରବ୍ୟ ଚୋରି କରି ନେଇଥିବା ସ୍ଥାନୀୟ ପୋଲିସ ପ୍ରକାଶ କରିଛି । ଖବର ପାଇ ଷ୍ଟର୍ଲିଂ ପରିବାର ନିକଟକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯାଇଥିଲା ବୋଲି କୋଚ୍‌ ଗ୍ୟାରେଥ ସାଉଥଗେଟ୍‌ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଷ୍ଟର୍ଲିଂ ପରିବାରକୁ ସମୟ ଦେବା ଆବଶ୍ୟକ ଥିବା ଆମେ ଅନୁଭବ କରୁଛୁ । ତେଣୁ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇଛୁ । ବର୍ତ୍ତମାନ ତାଙ୍କ ଫେରିବା ନେଇ କୌଣସି ଖବର ନାହିଁ । ଦଳ ଅପେକ୍ଷା ସେ ପରିବାରକୁ ପ୍ରାଥମିକତା ଦେବା ଠିକ୍‌ ହେବ ବୋଲି ଆମେ ଅନୁଭବ କରୁଛୁ ବୋଲି ସାଉଥଗେଟ୍‌ କହିଛନ୍ତି ।


Share It

Comments are closed.