ଟାଲି ସଲ୍ୟୁସନ୍ସ ପକ୍ଷରୁ ଟାଲିପ୍ରାଇମ୍ ୫.୦ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବେ ପରିଚିତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରି ଟାଲି ସଲ୍ୟୁସନ୍ସ ପକ୍ଷରୁ ନୂଆ ଟାଲିପ୍ରାଇମ୍ ୫.୦ର ବିଶ୍ୱସ୍ତରୀୟ ଶୁଭାରମ୍ଭ କରାଯାଇଛି। ବ୍ୟବସାୟ ପରିଚାଳନା ସଫ୍ଟୱେର୍‌ର ଅଗ୍ରଣୀ ପ୍ରଯୁକ୍ତି କମ୍ପାନି ଭାବେ ଏପିଆଇ ଭିତିକ ଟିକସ ପଇଠ ସହିତ କନେକ୍ଟେଡ୍ ଡିଭାଇସ୍‌ରେ ଟାଲି ନୂଆ ବିପ୍ଳବ ଆଣିବ। ଉଭୟ ଭାରତ ଓ ବିଶ୍ୱର ମଧ୍ୟମ ଶ୍ରେଣୀ ବର୍ଗ ପାଇଁ ବ୍ୟବସାୟ ପରିଚାଳନାରେ ଉନ୍ନତି ଆଣିବା ପାଇଁ କମ୍ପାନିର ଲକ୍ଷ୍ୟ ଅନୁସାରେ ଏହି ନୂତନ ଉତ୍ପାଦର ଶୁଭାରମ୍ଭ କରାଯାଇଛି।
ଟାଲିର ଏହି ନୂଆ ଭର୍ସନରେ “କନେକ୍ଟେଡ୍ ଜିଏସ୍‌ଟି” ସୁବିଧା ରହିଛି ଯାହା ଜିଏସ୍‌ଟି ପୋର୍ଟାଲ୍ ପରିଦର୍ଶନ ନକରି ସବୁ ପ୍ରକାର ଅନଲାଇନ୍ ଜିଏସ୍‌ଟି ପରିଚାଳନା ପାଇଁ ଇଂଟରଫେସ୍ ଭାବେ କାର୍ଯ୍ୟ କରିବ। ଏହି ନୂଆ ଉତ୍ପାଦ ଟାଲିର କନେକ୍ଟେଡ୍ ଅନୁଭୂତିରେ ଉନ୍ନତି ଆଣିବ ଯେଉଁଥିରେ ଇ-ଇନଭଏସିଂ, ଇ-ୱେ ବିଲ୍ ସୃଷ୍ଟି ଦକ୍ଷତା, ହ୍ୱାଟ୍‌ସଆପ୍ ସମନ୍ୱୟ ଆଦି ସୁବିଧା ରହିଛି। ମଧ୍ୟ ପ୍ରାଚ୍ୟ ଓ ବାଂଲାଦେଶର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଟାଲିପ୍ରାଇମ୍ ୫.୦ରେ ଉନ୍ନତ ବିବିଧ ଭାଷା ଦକ୍ଷତା ରହିଛି ଯେଉଁଥିରେ ଆରବି ଓ ବଙ୍ଗଳା ଭାଷାକୁ ସାମିଲ କରାଯାଇଛି।
ଏହି ନୂତନ ସମାଧାନରେ ଜିଏସ୍‌ଟି ପୋର୍ଟାଲ୍ ସହ ପ୍ରତ୍ୟକ୍ଷ ସଂଯୋଗ ଭଳି ସୁବିଧା ରହିଛି ଯାହା ଜରିଆରେ ଡାଟାକୁ ଶୀଘ୍ର ଅପ୍‌ଲୋଡ୍‌/ ଡାଉନ୍‌ଲୋଡ, ଜିଏସଟିଆର୧ ରିଟର୍ଣ୍ଣ ଫାଇଲିଂ, ନୂଆ ରେକନ ନମନୀୟତା, ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଓ ଲେଜର ସୃଷ୍ଟି ଭଳି ସୁବିଧା ରହିଛି। ବୁକ୍ କିପିଂରୁ ରିଟର୍ଣ୍ଣ ଫାଇଲିଂ ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ଏଥିରେ ମିଳିବ।
ଏହି ନୂତନ ଶୁଭାରମ୍ଭ ଓ ଅନ୍ୟାନ୍ୟ ଉତ୍ପାଦ ଉନ୍ମୋଚନ ହେବାକୁ ଯାଉଥିବା ବେଳେ ଆସନ୍ତା ତିନି ବର୍ଷରେ ନିଜର ବ୍ୟବସାୟକାରୀ ସଂଖ୍ୟାକୁ ୫୦% ବଢ଼ାଇ ୨.୫ ନିୟୁତରୁ ଅଧିକ କରିବାକୁ ଟାଲି ଲକ୍ଷ୍ୟ ରଖିଥିବା ବେଳେ ବାର୍ଷିକ ୩୦-୪୦% ଅଭିବୃଦ୍ଧି ଚାହୁଛି।
ଟାଲି ସଲ୍ୟୁସନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତେଜସ୍ ଗୋଏଙ୍କା କହିଛନ୍ତି ଯେ,“ଏମ୍‌ଏସଏମ୍‌ଇ ଲାଗି ବ୍ୟବସାୟ ପରିଚାଳନାକୁ ସହଜ କରିବାରେ ସହାୟତା ପ୍ରଦାନ କରିବା ଲାଗି ଆମେ ନିରନ୍ତର ଭାବେ ଆମ ପ୍ରଯୁକ୍ତିରେ ନୂତନତ୍ୱ ଆଣୁଛି। ଆମର ନୂଆ ଉତ୍ପାଦ ଜିଏସ୍‌ଟି ପୈଠକୁ ଭାରତୀୟ ବ୍ୟବସାୟୀମାନଙ୍କ ଲାଗି ସରଳ ଓ ଚିନ୍ତାମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତମାନ ବ୍ୟବସାୟର ଏକ ଛୋଟ ଭାଗ ଏପିଆଇ ଭିତିକ ଫାଇଲିଂ ବ୍ୟବହାର କରୁଥିବା ବେଳେ ଆମେ ସେଥିରେ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଛୁ। ଏହି ନୂତନ ଉତ୍ପାଦ ସହିତ ଆମର ଲକ୍ଷ୍ୟ ହେଉଛି ଏମ୍‌ଏସ୍‌ଏମ୍‌ଇମାନଙ୍କ ଲାଗି ଜିଏସ୍‌ଟି ଫାଇଲିଂକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଗଠିତ କରି ସେମାନଙ୍କ ୬୦-୭୦% ସମୟ ସଂଚୟ କରିବା। ଏହା ଯୋଗାଣକାରୀମାନଙ୍କୁ ବାସ୍ତବ ସମୟ ସ୍ଥିତି ଜଣାଯାଇବ, ଯାହା ଫଳରେ ଆଇଟିସିର ସୁରକ୍ଷା ହୋଇପାରିବ।”


Share It

Comments are closed.